ହାଇଦ୍ରାବାଦ: ଶୀତଦିନେ ସ୍କିନ୍ ଡ୍ରାଏ ହୋଇଯିବା ବା ଶୁଖିଲା ଚର୍ମ ସମସ୍ୟା ପ୍ରାୟ ପ୍ରତ୍ୟେକ ଲୋକଙ୍କ କ୍ଷେତ୍ରରେ ଦେଖାଯାଏ । ଏହା ମୁଖ୍ୟତଃ ଡିହାଇଡ୍ରେସନ କାରଣରୁ ହୋଇଥାଏ । ଶୀତଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇବା ଦ୍ବାରା ଏହା ଘଟିଥାଏ । ତେଣୁ ଏପରି ପରିସ୍ଥିତିରେ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ।
ଶୀତଦିନେ ସୁସ୍ଥ ଚର୍ମ ପାଇଁ ପାଣି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜୁସ୍ ସେବନ ଅତ୍ୟନ୍ତ ଲାଭଦାୟକ । ଏଗୁଡିକ ତ୍ୱଚାକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାନ୍ତି । ଏହା ବ୍ୟତୀତ, ଅନ୍ୟାନ୍ୟ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାନ୍ତି । ମେଟାବୋଲିଜିମ୍ ତ୍ୱରାନ୍ୱିତ କରିବାରେ, ଦୁର୍ବଳତାକୁ ଦୂର କରିବାରେ ଏବଂ ମୁଣ୍ଡବିନ୍ଧାର ସମସ୍ୟାର ସମାଧାନ କରିବାରେ ବେଶ୍ ଲାଭଦାୟକ । ନିମ୍ନରେ ଏହିସବୁ ପାନୀୟ ବାବଦରେ ବର୍ଣ୍ଣନା କରାଯାଇଛି(Add these healthy drinks in your diet in winter to stay hydrated)...
ସୁପ୍:-
ବିଭିନ୍ନ ପନିପରିବା ବ୍ୟବହାର କରି ସୁପ୍ ପ୍ରସ୍ତୁତ କରିପାରିବେ । ପନିପରିବାରୁ ପ୍ରସ୍ତୁତ ଏହି ସୁପ୍ ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ।
ସବୁଜ ପନିପରିବା ଜୁସ୍:-
ସବୁଜ ପନିପରିବା ଜୁସ୍ ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ଭିଟାମିନ୍, ଫାଇବର ଏବଂ ମିନେରାଲ୍ସ ମିଳିଥାଏ । ଏହି ଜୁସ୍ ସେବନ କରିବା ଦ୍ବାରା ତ୍ୱଚା ହାଇଡ୍ରେଟ୍ ରହିଥାଏ । ଏହା ଦ୍ୱାରା ସବୁଜ ପନିପରିବାର ଅନେକ ପୋଷକ ତତ୍ତ୍ୱ ମଧ୍ୟ ପାଇପାରିବେ । ପ୍ରତିଦିନ ଏହି ଜୁସ୍ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।
ହର୍ବଲ୍ ଚା':-
ହର୍ବଲ ଚା' ପିଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ । ଏହା ସ୍ୱାସ୍ଥ୍ୟକୁ ବିଭିନ୍ନ ପ୍ରକାର ଉପକାରୀ ତତ୍ତ୍ବ ଯୋଗାଇଥାଏ । ସନ୍ଧ୍ୟାରେ କେମୋମାଇଲ ଚା(Chamomile Tea) ମଧ୍ୟ ପିଇପାରିବେ । ଏହା ରାତିରେ ଭଲ ନିଦ କରିବାରେ ସାହାଯ୍ୟ୍ କରିଥାଏ । ଏହାକୁ ପିଇବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ । ହର୍ବାଲ ଚା'ରେ ହିବିସ୍କସ୍ ଚା(Hibiscus Tea), ପେପରମେଣ୍ଟ ଚା(peppermint tea) ଏବଂ ଅଦା ଚା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଚା’ ପିଇବା ଦ୍ୱାରା ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରିବା, ପେଟ ଫୁଲା ଏବଂ ଗଣ୍ଠି ଯନ୍ତ୍ରଣା ଆଦି କମିଯାଏ ।
ହଳଦୀ କ୍ଷୀର:-
ହଳଦୀ କ୍ଷୀର ହେଉଛି ଭାରତୀୟ ପରିବାରରେ ସବୁଠୁ ଅଧିକ ବ୍ୟବହାରକାରୀ ପାନୀୟ । କ୍ଷୀରରେ କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ପରି ପୋଷକ ତତ୍ତ୍ୱ ଥାଏ, ଏଥିରେ କଦଳୀ ମିଶ୍ରିତ ହେବା ପରେ ଏହାର ଦ୍ବିଗୁଣିତ ହୋଇଯାଏ । କାରଣ ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ । ହଳଦୀ କ୍ଷୀର ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
Disclaimer: ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।