ETV Bharat / sukhibhava

Six Pack Abs: ସିକ୍ସ ପ୍ୟାକ ଥିବା ବ୍ୟକ୍ତି ସୁସ୍ଥ ବୋଲି ଭାବୁଛନ୍ତି କି ? ଏହି ଅଙ୍ଗପ୍ରତି ରହିଛି ବିପଦ - ସିକ୍ସ ପ୍ୟାକ୍ ଏବିଏସର ଅର୍ଥ ଫିଟ୍ କି

ସଠିକ୍ ପ୍ରଶିକ୍ଷକ ଏବଂ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ବ୍ୟାୟାମ କରିବା ସହ ଖାଦ୍ୟପେୟ ମଧ୍ୟ କରିବା ଉଚିତ । ଅନ୍ୟଥା ବିପଦଜ୍ଜନକ ହୋଇପାରେ ବ୍ୟାୟାମ । ଅଧିକ ପଢନ୍ତୁ

Six Pack Abs
Six Pack Abs
author img

By

Published : Jun 8, 2023, 5:45 PM IST

ହାଇଦ୍ରାବାଦ: ଆଜିକାଲି ଯୁବପିଢିଙ୍କ ପାଇଁ ଟ୍ରେଣ୍ଡ୍‌ ପାଲଟିଛି ସିକ୍ସ ପ୍ୟାକ୍‌ । ଯଦି ସାମ୍ନାରେ କିମ୍ବା ପରଦାରେ ସିକ୍ସପ୍ୟାକ ଦେଖିଲେ ନିଜେ ମଧ୍ୟ ସେଭଳି କରିବା ପାଇଁ ବ୍ୟକ୍ତିମାନେ ଚିନ୍ତା କରିଥାଆନ୍ତି । ଅନେକ ଏଭଳି ଶରୀର ତିଆରି କରିବା ପାଇଁ ଜିମ ଯାଇ କଠିନ ପରିଶ୍ରମ କରିବା ସହ ଡାଏଟ ମଧ୍ୟ କରିଥାଆନ୍ତି। ସିକ୍ସ୍‌ ପ୍ୟାକ ଦେଖିବା ପାଇଁ ସୁନ୍ଦର ଦେଖାଯାଇଥାଏ କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଜାଣନ୍ତୁ ସିକ୍ସ ପ୍ୟାକ ଦ୍ବାରା ଶରୀର ଉପରେ କେଉଁ ପ୍ରକାର କୁପ୍ରଭାବ ପଡିଥାଏ ।

ସିକ୍ସ ପ୍ୟାକ ଏବିଏସ କଣ ?: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସିକ୍ସ ପ୍ୟାକ୍‌ ଆବ୍‌ସ୍‌ କରିବା ଦ୍ବାରା ଶରୀରରେ 10 ପ୍ରତିଶତ ଚର୍ବି କମି ଯାଇଥାଏ । ମହିଳାଙ୍କ କ୍ଷେତ୍ରରେ 14 ପ୍ରତିଶତ ଚର୍ବି କମି ଯାଇଥାଏ । ବ୍ୟାୟାମ କରିବା ଦ୍ବାରା ଶରୀରରେ ଯଦି ଚର୍ବିର ପରିମାଣ କମିଯାଏ ତାହାଲେ ମାଂସପେଶୀ ବଡ଼ ହୋଇ ଯାଇଥାଏ । ଫଳରେ ଏକ ଆକାର ଆସିଯାଇଥାଏ । ଯାହା ପେଟର ମାଂସପେଶୀ ମଧ୍ୟରେ ସିକ୍ସ ପ୍ୟାକ୍‌ ଆବ୍‌ସ୍‌ ଗଠନ ହୋଇଯାଏ । ପେଟରେ 6 ଭାଗ ମାଂସପେଶୀ ଗଠନ ହେଉଥିବାରୁ ଏହାକୁ ସିକ୍ସ ପ୍ୟାକ୍‌ ଆବ୍‌ସ୍‌ କୁହାଯାଏ ।

ସିକ୍ସ ପ୍ୟାକ୍ ଏବିଏସର ଅର୍ଥ ଫିଟ୍ କି ?: ଶରୀରରେ ସିକ୍ସ ପ୍ୟାକ୍ ଆବ୍‌ସ୍‌ ଗଠନ କରିବା ସହଜ ନୁହେଁ, ଏଥିପାଇଁ ବହୁତ ବ୍ୟାୟାମ ଆବଶ୍ୟକ । ଖାଦ୍ୟ ଗ୍ରହଣରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ କରିବାକୁ ପଡିଥାଏ । ଖାଦ୍ୟରେ ଲୁଣ ଏବଂ ତେଲର ମାତ୍ରା ବହୁତ ମାତ୍ରାରେ କମାଇବା ପାଇଁ ପଡିଥାଏ। ଏହା ଶରୀର ପାଇଁ ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ଟ୍ରେଡମିଲରେ ଦୌଡିବା ବେଳେ କିଛି ଲୋକ ତଳେ ପଡିଯାଇଥାଆନ୍ତି ଏବଂ ଆଉ କିଛି ଜଣଙ୍କୁ ହାର୍ଟଆର୍ଟାକ ମଧ୍ୟ ଆସିଯାଇଥାଏ। ତେବେ ଏଥିରୁ ଜଣେ ପଡେ କି ଛାତିଜନିତ ସମସ୍ୟା ସୃଷ୍ଟି ହେଉଛି । ଏଭଳି କ୍ଷେତ୍ରରେ ସିକ୍ସ ପ୍ୟାକ ବନାଇବା ପୂର୍ବରୁ ବା ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ଅଟେ।

ସିକ୍ସ ପ୍ୟାକ୍ ଆବ୍‌ସ୍‌ ଦ୍ବାରା କ୍ଷତି: ସିକ୍ସ ପ୍ୟାକ୍ ଆବ୍‌ସ୍‌ ବନାଇବା ଦ୍ବାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ । ଶରୀରରେ ଚର୍ବି ଏବଂ ଲୁଣର ପରିମାଣ ସ୍ନାୟୁ, ହାର୍ଟ ଏବଂ ପେଟକୁ ଦୁର୍ବଳ କରିପାରେ । ଶରୀର ସବୁବେଳେ କ୍ଳାନ୍ତ ଅନୁଭବ କରେ । ଏହି କାରଣରୁ, ପେଟ ଭିତରେ ଥିବା ଅଙ୍ଗଗୁଡ଼ିକ ନଷ୍ଟ ହୋଇପାରେ। ଭିଟାମିନ୍ ଏବଂ ମିନେରାଲ୍ସର ଅଭାବ ମଧ୍ୟ ହୋଇପାରେ । ତେଣୁ ସିକ୍ସ ପ୍ୟାକ୍‌ ପଛରେ ନଦୌଡ଼ି ବ୍ୟାୟାମ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସିକ୍ସ ପ୍ୟାକ ସାଧାରଣତଃ ଦୀର୍ଘ ଦିନ ଯାଏଁ ରୁହେ ନାହିଁ କାରଣ ଏହା ଦ୍ବାରା ଖାଇବା ପିଇବାରେ ମଧ୍ୟ ଅସୁବିଧା ହୋଇଥାଏ । ତେବେ ଅଙ୍ଗପ୍ରତ୍ୟଙ୍ଗ ଉପରେ ଏହାର ପ୍ରଭାବ ପଡୁଥିବାରୁ ଏହା ଶରୀର ପାଇଁ ଠିକ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ସାଧାରଣ ତଥ୍ୟ ଉପରେ ଆଧାରିତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.