ETV Bharat / sukhibhava

ଖାଲି ପେଟରେ ଘିଅ ଖାଇବା ଦ୍ବାରା କଣ ହୋଇଥାଏ? କଣ କହୁଛନ୍ତି ଏକ୍ସପର୍ଟ - ସକାଳୁ ଖାଲିପେଟରେ ଘିଅ ଖାଇବାର ଫାଇଦା

ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ, ପ୍ରତିଦିନ ଏକ ଚାମଚ ଘିଅ ଖାଇବା ଆବଶ୍ୟକ। ତେବେ ଖାଲି ପେଟରେ ଘିଅ ଖାଇବା ଉଚିତ କି ନାହିଁ ଜାଣନ୍ତୁ

consume ghee on an empty stomach
consume ghee on an empty stomach
author img

By

Published : Jul 5, 2023, 2:21 PM IST

ହାଇଦ୍ରାବାଦ: ଆଜିକାଲି 'ଯେଉଁମାନେ ପତଳା, ସେମାନେ ହି ଫିଟ' ଟ୍ରେଣ୍ଡ ରହିଛି । ଏହାକୁ ଆପଣାଇ ଆଜିକାଲିର ଯୁବପିଢି ନିଜକୁ ପତଳା ରଖିବା ଏବଂ ଓଜନ ନିୟନ୍ତ୍ରଣ କରିବା ପାଇଁ ଘିଅ ଏବଂ କ୍ଷୀରସ ଦହିଠାରୁ ସମ୍ପୂର୍ଣ୍ଣ ଦୂରତା ବଜାୟ ରଖିଥାଆନ୍ତି । ଅନ୍ୟପକ୍ଷରେ, ଭାରତରେ ଘିଅର ଏକ ଭଲ ଇତିହାସ ରହିଛି । ଭାରତୀୟ ରୋଷେଇ ଘରେ, ଅଧିକ କିମ୍ବା କମ ଘିଅ ରହିଥାଏ । ଏଥିରୁ ଅନୁମାନ କରିବା ଆବଶ୍ୟକ ଯେ, ଏହା ଆମର ଜୀବନଶୈଳୀ ଏବଂ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅନ୍ୟ ପଟେ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାଏଟିସିଆନଙ୍କ ଉପରେ ବିଶ୍ବାସ କରାଯାଏ ସେମାନେ କୁହନ୍ତି ଯେ, ଯଦି ପତଳା ହେବାକୁ ଚାହାଁନ୍ତି କିମ୍ବା କେବଳ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରତିଦିନ ଗୋଟିଏ ଚାମଚ ଘିଅ ଖାଇବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଗୋଟିଏ ଚାମଚ ଘିଅ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ ।

ସକାଳୁ ଖାଲିପେଟରେ ଘିଅ ଖାଇବାର ଫାଇଦା: ଘିଅ ଖାଇବା ଦ୍ୱାରା ଓଜନ ବଢିଥାଏ କିମ୍ବା ଘିଅ ଖାଇବା ଦ୍ୱାରା ସେମାନେ ମୋଟା ହୋଇଯାଆନ୍ତି ବୋଲି ଲୋକଙ୍କ ମାନସିକତା ରହିଛି । କିନ୍ତୁ ଯଦି ଆପଣ ପ୍ରତିଦିନ ସୀମିତ ପରିମାଣର ଘିଅ ଖାଆନ୍ତି, ତେବେ ଏହା ଆପଣଙ୍କୁ ମୋଟା କରିବ ନାହିଁ, ବରଂ ସଞ୍ଜିବନି ଭାବେ କାମ କରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଘିଅରେ ଅନେକ ପୋଷକ ତତ୍ତ୍ୱ ଥାଏ । ଯାହା ମାନବ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଆପଣ ସକାଳେ ଖାଲି ପେଟରେ ଘିଅ ଖାଆନ୍ତି, ଏହାର ପ୍ରତ୍ୟକ୍ଷ ପ୍ରଭାବ ଆପଣଙ୍କ ଚେହେରାରେ ଦେଖାଯାଏ । ତେବେ ଜାଣନ୍ତୁ ଖାଲି ପେଟରେ ଘିଅ ଖାଇବାର କଣ ଫାଇଦା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Cancer & Food: 'ହୁ'ର ଚେତାବନୀ, ପାଟିକୁ ସୁଆଦିଆ ଲାଗୁଥିବା ଏହି ଖାଦ୍ୟ କ୍ୟାନ୍ସର କାରଣ

ଏହି ରୋଗ ହୋଇଥିବା ବ୍ୟକ୍ତି ଘିଅ ଖାଇବା ଲାଭଦାୟକ ହୋଇଥାଏ: ସକାଳେ ଖାଲି ପେଟରେ ଘିଅ ଖାଇବା ଦ୍ବାରା ପେଟର ପାକସ୍ଥଳୀରେ ଉନ୍ନତି ଆଣିଥାଏ। ଏହା ସହିତ ଅମ୍ଳୀୟ pH କିମ୍ବା ଏସିଡିକ pHକୁ ହ୍ରାସ କରେ। ଏଭଳି ପରିସ୍ଥିତିରେ ଘିଅ ଖାଇବାର ଅନେକ ଲାଭ ଅଛି । ଖାଲି ପେଟରେ ଗୋଟିଏ ଚାମଚ ଘିଅ ଖାଇବାର ଅନେକ ଲାଭ ରହିଛି । ଏହା ଦୀର୍ଘକାଳୀନ ଲାଭ ଦେଇଥାଏ । ନିଦ୍ରାର ଅଭାବ, ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ, ଦିନସାରା ବସିବାର ଅଭ୍ୟାସ, ଯେଉଁମାନେ କମ୍ ସକ୍ରିୟ ରହିଥାଆନ୍ତି, ଯେଉଁମାନେ କମ୍ ଆଣ୍ଟିବାୟୋଟିକ୍ ବ୍ୟବହାର କରନ୍ତି, ସେମାନଙ୍କ ନିକଟରେ ପେଟରେ ସମସ୍ୟା ଦେଖାଯାଇଥାଏ । ଏହି ପ୍ରକାରର ସମସ୍ୟା ସହ ସଂଘର୍ଷ କରୁଥିବା ବ୍ୟକ୍ତିମାନେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇବା ସହ ଏକ ଚାମଚ ଘିଅ ଖାଇବା ଆବଶ୍ୟକ । ଏହା ଦ୍ବାରା ଶରୀରର ଅନେକ ପ୍ରକାର ରୋଗ ଭଲ ହୋଇଯାଇଥାଏ।

ହଜମ କ୍ରିୟାରେ ବେସ ସହାୟକ ହୋଇଥାଏ?: ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ଖାଦ୍ୟରେ ଘିଅକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ଅଟେ। ଯେଉଁମାନେ ପ୍ରତିଦିନ ଘିଅ ଖାଉଛନ୍ତି, ସେମାନଙ୍କର ହଜମ ପ୍ରକ୍ରିୟା ଅତ୍ୟନ୍ତ ଉନ୍ନତ ରହିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଘିଅ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇନଥାଏ । ଶାରୀରିକ ପରିଶ୍ରମ ସହ ଘିଅ ଖାଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.