ETV Bharat / sukhibhava

ପୁରୁଷଙ୍କ ହୃଦ୍‌ଜନିତ ସ୍ୱାସ୍ଥ୍ୟ ଉପରେ ଯୌନ ରୋଗର ପ୍ରଭାବ

ପୁରୁଷଙ୍କଠାରେ ଦୁଇ ପ୍ରକାର ସେକ୍ସୁଆଲ୍ ଡିସଫଙ୍କସନ ଦେଖାଯାଏ ବୋଲି ଆଂଡ୍ରୋଲୋଜିଷ୍ଟ ଡାକ୍ତର ରାହୁଲ ରେଡ୍ଡି କହିଛନ୍ତି । ଗୋଟିଏ ହେଲା ଇରେକଟାଇଲ ଡିସଫଙ୍କସନ ବା ସ୍ତମ୍ଭନ ଦୋଷ । ଅନ୍ୟଟି ହେଲା ଇଜାକ୍ୟୁଲେଟରି ଡିସଫଙ୍କସନ ବା ସ୍ଖଳନ ଶିଥିଳତା । ଯଦି ସମ୍ଭୋଗ ବେଳେ ପୁରୁଷର ଯୈାନ ଉତେଜନା ସୃଷ୍ଟି ହୁଏ ନାହିଁ, ତେବେ ତାହା ଇରେକଟାଇଲ୍ ଡିସଫଙ୍କସନା ଇଜାକ୍ୟୁଲେଟରି ଡିସଫଙ୍କସନ ଦୁଇ ପ୍ରକାରର ହୋଇଥାଏ ।

author img

By

Published : Jul 19, 2020, 4:04 PM IST

ପୁରୁଷଙ୍କ ହୃଦ୍‌ଜନିତ ସ୍ୱାସ୍ଥ୍ୟ ଉପରେ ଯୌନ ରୋଗର ପ୍ରଭାବ
ପୁରୁଷଙ୍କ ହୃଦ୍‌ଜନିତ ସ୍ୱାସ୍ଥ୍ୟ ଉପରେ ଯୌନ ରୋଗର ପ୍ରଭାବ

ବିଭିନ୍ନ କାରଣରୁ ପୁରୁଷମାନଙ୍କ ମଧ୍ୟରେ ଦେଖାଯାଇଥାଏ ଯୌନ ଅକ୍ଷମତା । ଇଂରାଜୀରେ ଏହାକୁ ସେକ୍ସୁଆଲ୍‌ ଡିସଫଙ୍କତନ ଇନ୍ ମେଲ୍‌ସ କୁହାଯାଏ । ପୁରୁଷମାନଙ୍କ ପାଇଁ ସେକ୍ସୁଆଲ୍‌ ଡିସଫଙ୍କସନ ଚିନ୍ତାର କାରଣ ହୋଇଥାଏ ।କାରଣ ଏହା ସେମାନଙ୍କ ଯୌନ ଜୀବନ ପ୍ରଭାବିତ କରିଥାଏ । ଏବେ ଅଧ୍ୟୟନରୁ ଜଣାପଡିଛି ଯେ, ସେକ୍ସୁଆଲ୍‌ ଡିସଫଙ୍କତନକୁ ଉପେକ୍ଷା କରାଗଲେ, ଦୀର୍ଘକାଳିନ ଭାବେ ଏହା ଜଣକର ହୃଦଜନିତ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ ।

ପୁରୁଷଙ୍କଠାରେ ଦୁଇ ପ୍ରକାର ସେକ୍ସୁଆଲ୍ ଡିସଫଙ୍କସନ ଦେଖାଯାଏ ବୋଲି ଆଂଡ୍ରୋଲୋଜିଷ୍ଟ ଡାକ୍ତର ରାହୁଲ ରେଡ୍ଡି କହିଛନ୍ତି । ଗୋଟିଏ ହେଲା ଇରେକଟାଇଲ ଡିସଫଙ୍କସନ ବା ସ୍ତମ୍ଭନ ଦୋଷ । ଅନ୍ୟଟି ହେଲା ଇଜାକ୍ୟୁଲେଟରି ଡିସଫଙ୍କସନ ବା ସ୍ଖଳନ ଶିଥିଳତା । ଯଦି ସମ୍ଭୋଗ ବେଳେ ପୁରୁଷର ଯୈାନ ଉତେଜନା ସୃଷ୍ଟି ହୁଏ ନାହିଁ, ତେବେ ତାହା ଇରେକଟାଇଲ୍ ଡିସଫଙ୍କସନା ଇଜାକ୍ୟୁଲେଟରି ଡିସଫଙ୍କସନ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ବିଳମ୍ବିତ ଇଜାକ୍ୟୁଲେସନ ଓ ଅନ୍ୟଟି ହେଲା ସମୟ ପୂର୍ବ ଇଜାକ୍ୟୁଲେସନ । ଏ ପ୍ରକାର ରୋଗରେ ପୁରୁଷର ସ୍ଖଳନ ଯଥାକ୍ରମେ ଡେରିରେ ବା ଶୀଘ୍ର ହୋଇଥାଏ ।

ପୁରୁଷ ସେକ୍ସୁଆଲ୍ ଡିସଫଙ୍କସନର ବିଭିନ୍ନ କାରଣ -

୧. ହରମୋନ ଅସନ୍ତୁଳନ

୨. ମନସ୍ତାତ୍ୱିକ ଅସୁବିଧା

୩. ବିଶୃଙ୍ଖଳିତ ଜୀବନଶୈଳୀ

୪. ଭସ୍କ୍ୟୁଲାର କାରଣ ୫. ଲିଙ୍ଗର ସ୍ନାୟୁରେ କ୍ଷତି (ଏକ ବିରଳ ସ୍ଥିତି , ଯାହାର କି କୌଣସି ଚିକିତ୍ସା ନାହିଁ )

ସମ୍ଭୋଗ ପୂର୍ବରୁ ବିଫଳତାର ଭୟ, ବ୍ୟଗ୍ରତା ବା ଛାନିଆ ଭଳି ମନସ୍ତାତ୍ୱିକ ସମସ୍ୟା ହେଉଛି ପୁରୁଷ ଇରେକଟାଇଲ୍‌ ଡିସଫଙ୍କସନର ମୁଖ୍ୟ କାରଣ । କିଛି ଖାଦ୍ୟ ଅଭ୍ୟାସ, ଆଲକୋହଲ ସେବନ, ବ୍ୟାୟାମ ନ କରିବା, ମାନସିକ ଅବସାଦ ମଧ୍ୟ ଏହି ଯୌନ ରୋଗର ଅନ୍ୟ କାରଣ । ଖୁବ କମ ବୟସରୁ ହସ୍ତମୈଥୁନ, ଆଡଲ୍ଟ ଭିଡିଓ ଦେଖିବା ଓ ନିଜର ପ୍ରଦର୍ଶନକୁ ଭିଡିଓରେ ଦେଖିଥିବା ଦୃୃଶ୍ୟ ସହ ତୁଳନା, ଚିନ୍ତା, ଅନ୍ୟ ଔଷଧର ବ୍ୟବହାର ଇଜାକ୍ୟୁଲେଟରୀ ଡିସଫଙ୍କସନର ମୁଖ୍ୟ କାରଣ । ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା, ସୁନିଦ୍ରା, ଚାପମୁକ୍ତ ଜୀବନ, ଜଙ୍କଫୁଡ୍ ଖାଇବାରୁ ବିରତ ରହିବା, ମଦ ଓ ଧୂମପାନ ବର୍ଜନ ସୁସ୍ଥ ଯୌନ ଜୀବନରେ ସହାୟକ ହୁଏ । ସବୁଠାରୁ ବଡ କଥା ହେଲା, ନିଜ ପାର୍ଟନରଙ୍କ ସହ ଭଲ ସଂପର୍କ ରଖିବାକୁ ବି ପଡିବ । ଭଲ ଆହାର ଓ ନିୟମିତ ବ୍ୟାୟାମ ଭଲି ସାଧାରଣ ଉପାୟରେ ହରମୋନାଲ ଅସନ୍ତୁଳନ ଦୂର କରିହେବା

ପୁରୁଷ ଯୌନ ଅକ୍ଷମତାର ଚିକିତ୍ସା

୧. ଜୀବନଶୈଳୀର ପରିବର୍ତନ

୨. ମୂଳ କାରଣ ଖୋଜିବା

୩. ଔଷଧ ସେବନ

୪. ଅସ୍ତ୍ରୋପଚାର ( ଶେଷ ବିକଳ୍ପ ) ଆଗରୁ କୁହାଯାଇଛି ଯେ, ଜୀବନଶୈଳୀରେ ସାମାନ୍ୟ ପରିବର୍ତନ କଲେ ହରମୋନ ସନ୍ତୁଳନରେ ଏହା ସହାୟକ ହେବା ସହ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ବିଭିନ୍ନ କାରଣରୁ ମନସ୍ତାତ୍ୱିକ ସମସ୍ୟା ସୃୃଷ୍ଟି ହୁଏ । ଏହାର ମୂଳ କାରଣ ଖୋଜି ଚିକିତ୍ସା କରିବା ଦରକାର । ବେଳେବେଳେ ଦୁଇ ପାର୍ଟନରଙ୍କୁ ଦଂପତି କାଉନସେଲିଂ ପାଇଁ ପରାମର୍ଶ ଦିଆଯାଇଥାଏ । ମନସ୍ତାତ୍ୱିକ ଦୃଷ୍ଟିକୋଣରୁ କିଛି ଔଷଧ ଖାଉଥିଲେ ବି ଏହା ଇରେକଟାଇଲ୍‌ ଡିସଫଙ୍କସନ୍ ର କାରଣ ହୋଇଥାଏ । ଏଭଳି କ୍ଷେତ୍ରରେ ଚିକିତ୍ସାକୁ ମ୍ୟାନେଜମ୍ୟାଂଟ୍‌ ଅଫ୍ ସେକ୍ସୁଆଲ୍ ଡିସଫଙ୍କସନ ବୋଲି କୁହାଯାଏ । ଏହି ଶୈଳୀରେ ରୋଗର ମୂଳ କାରଣ ଖୋଜାଯାଇଥାଏ ଓ ପ୍ରାକୃତିକ ଉପାୟରେ ହରମୋନ ଅସନ୍ତୁଳନ ଦବର କରିବା ପାଇଁ ଚେଷ୍ଟା କରାଯାଇଥାଏ । ହରମୋନାଲ ଅସନ୍ତୁଳନ ଦୂର କରିବା ପାଇଁ ଉପଯୁକ୍ତ ଔଷଧ ସେବନ ବି ଜରୁରୀ । ଏହାଛଡା ଲିଙ୍ଗର ଭସକ୍ୟୁଲାର ହେଲ୍‌ଥ ବି ଭଲ ରହିବା ଆବଶ୍ୟକ । ଅନ୍ ଡିମାଣ୍ଡ ଚିକିତ୍ସା ( ବ୍ଲୁ ପିଲ୍ ) ବି ଏହି ଚିକିତ୍ସା ପ୍ରକ୍ରିୟାର ଏକ ଅଂଶବିଶେଷ । ନିୟମିତ ଭାବେ ୩ରୁ ୪ ମାସ ଔଷଧ ସେବନ କରିବାକୁ ହେବ ।

କିଛି ମାମଲାରେ ଯଦି ଉପରୋକ୍ତ ଶୈଳୀର ଚିକିତ୍ସା ସଫଳ ହୁଏ ନାହିଁ , ତାହା ହେଲେ ରୋଗୀଙ୍କୁ ସକ୍‌ୱେଭ୍ ଥେରାପି ପାଇଁ ପରାମର୍ଶ ଦିଆଯାଏ । ପୁରୁଷ ଯୌନହୀନତା ଚିକିତ୍ସା କ୍ଷେତ୍ରରେ ଏହା ନୂଆ ଟ୍ରେଣ୍ଡ ବୋଲି ଡାକ୍ତର ରାହୁଲ ରେଡ୍ଡି କହନ୍ତି । ଏହାଦ୍ୱାରା ଯନ୍ତ୍ରଣା ହୁଏ ନାହିଁ ଓ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ନାହିଁ । ୫ରୁ ୮ ବର୍ଷ ଯାଏଁ ଏହି ଚିକିତ୍ସା କାମ ଦିଏ । ଲିଙ୍ଗରେ ନଷ୍ଟ ହୋଇଯାଇଥିବା ରକ୍ତ ବାହିକା ବଦଳରେ ନୂଆ ରକ୍ତବାହିକା ସୃୃଷ୍ଟି କରିବା ହେଉଛି ଏଭଳି ଚିକିତ୍ସାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହନ୍ତି ଡକ୍ଟର ରାହୁଲ ।

ସେକ୍ସୁଆଲ୍ ଡିସଫଙ୍କସନ ଚିକିତ୍ସାର ଶେଷ ବିକଳ୍ପ ହେଉଛି ସର୍ଜରୀ ବୋଲି କହନ୍ତି ଡକ୍ଟର ରେଡ୍ଡି । ତେବେ,୨୦୧୦ରେ\ ସକ୍‌ୱେଭ୍ ଥେରାପିର ପ୍ରଚଳନ ହେବାଠାରୁ ସର୍ଜରୀର ଆବଶ୍ୟକତା ହ୍ରାସ ପାଇଥିବା ସେ କହନ୍ତି । ଡକ୍ଟର ରାହୁଲଙ୍କ ମତରେ ସେକ୍ସୁଆଲ୍‌ ଡିସଫଙ୍କସନର ପାଇଁ ଏକାଧକ ଚିକିତ୍ସା ଶୈଳୀ ରହିଛି । କିନ୍ତୁ ଲିଙ୍ଗରେ ଭସ୍ୟୁକଲାର ଡ୍ୟାମେଜ ଚିକିତ୍ସାରେ ବିଳମ୍ବ ହେଲେ ଏହା ସ୍ଥାୟୀ ସ୍ଖଳନର ମୁଖ୍ୟ କାରଣ ହେବା ବଡ କଥା ହେଲା ଯେ, ଲିଙ୍ଗର ରକ୍ତବାହିକାଗୁଡି ଯଦି ନଷ୍ଟ ହୋଇଯାଆନ୍ତି ଓ ଯଦି ଏହାର ଚିକିତ୍ସା କରା ନ ଯାଇ ଅଣଦେଖା କରାଯାଏ,ତାହା ହେଲେ ପୁରୁଷମାନେ ହୃଦଜନିତ ରୋଗରେ ପୀଡିତ ହେବା ଆଶଙ୍କା ଦେଖାଯାଏ । ଉପଯୁକ୍ତ ମାର୍ଗଦର୍ଶନ ଓ ସେକ୍ସୁଆଲ ଡିସଫଙ୍କସନର ମୂଳ କାରଣ ଖୋଜିବା ହିଁ ଚିକିତ୍ସା ପ୍ରକ୍ରିୟାରେ ବେଶ୍‌ ଗୁରୁତ୍ୱପୂଣ୍ଣ ର୍ ହୋଇଥାଏ ବୋଲି ଡାକ୍ତର ରାହୁଲ ରେଡ୍ଡି କହନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.