ETV Bharat / sukhibhava

କୋଭିଡ-୧୯ ଆକ୍ରାନ୍ତଙ୍କ ପାଇଁ ଏକାନ୍ତବାସ ଟିପ୍ସ - ଏକାନ୍ତବାସ ଟିପ୍ସ

ଦେଶରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି । ସଂକ୍ରମଣ ବଢିବା ସାଙ୍ଗକୁ ହସ୍ପିଟାଲ କର୍ମଚାରୀଙ୍କ ଉପରେ ମାତ୍ରାଧିକ ଚାପ ପଡୁଛି । ଫଳରେ ଏପରି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ଏକାନ୍ତବାସ ରହିବାକୁ ସୁପାରିଶ କରାଯାଉଛି । ଅଧିକ ପଢନ୍ତୁ...

କୋଭିଡ-୧୯ ଆକ୍ରାନ୍ତଙ୍କ ପାଇଁ ଏକାନ୍ତବାସ ଟିପ୍ସ

author img

By

Published : Aug 12, 2020, 2:27 PM IST

ସାରା ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେକାବୁ ଭାବେ ବଢିଚାଲିଛି । ବିଶେଷକରି ଆମ ଦେଶରେ ମଧ୍ୟ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ବୃଦ୍ଧି ପାଉଥିବା କୋରୋନା ରୋଗୀଙ୍କ ସଂଖ୍ୟା ହସପିଟାଲ୍ ଓ ମେଡିକାଲ ଷ୍ଟାଫଙ୍କ ଉପରେ ବୋଝ ସୃଷ୍ଟି କରିଛି । ଫଳରେ ଆକ୍ରାନ୍ତଙ୍କୁ ଘରେ ଏକାନ୍ତବାସରେ ରହିବା ପାଇଁ ସୁପାରିଶ କରାଯାଉଛି । କୋରୋନାର ମଧ୍ୟମ ଧରଣର ଲକ୍ଷଣ ଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଉଛି । କିନ୍ତୁ ଏ କ୍ଷେତ୍ରରେ ସମସ୍ୟା ବି ରହିଛି । ହାଇଦ୍ରାବାଦ ସ୍ଥିତ ଭିଆଇଏନଏନ୍ ହସପିଟାଲରେ କନସଲଣ୍ଟାଣ୍ଡ ଫିଜିସିଆନ ଡକ୍ଟର ରାଜେଶ ଭକ୍କଲାଙ୍କ କହିବା ଅନୁସାରେ, ଅଧିକାଂଶ ଲୋକ ଛୋଟ ଛୋଟ ଘରେ ରହନ୍ତି । ତେଣୁ ସେମାନଙ୍କ ପାଇଁ ଆଇସିଏମଆର୍ ଦ୍ୱାରା ସୁପାରିଶ କରାଯାଇଥିବା ଏକାନ୍ତବାସ ଗାଇଡଲାଇନ୍ସ ଅନୁସରଣ କରିବା କଷ୍ଟକର ହେବ । ଯଦି ଘରେ ବିଶେଷ କରି ବଡ ପରିବାର ରହୁଥିବା ଛୋଟ ଘରେ ସେଲଫ ଆଇସୋଲେସନ ବା ଏକାନ୍ତବାସ ସମ୍ଭବ ନୁହେଁ, ତାହା ହେଲେ ଏଥିପାଇଁ କିଛି ହୋଟେଲ ବ୍ୟବସ୍ଥା କରିଛନ୍ତି ।

ସେଲଫ ଆଇସୋଲେସନ ପାଇଁ ଭଡାରେ ସେମାନେ ରୁମ୍ ଦେଉଛନ୍ତି । ଅନ୍ତତଃ ଦୁଇ ସପ୍ତାହ ମଧ୍ୟମ ଲକ୍ଷଣ ଥିବା ଲୋକେ ହୋଟେଲଗୁଡିକରେ ରହିପାରିବେ । ହେଲେ ଘର ହେଉ ବା

ହୋଟେଲ୍‌, ଏକାନ୍ତବାସ ପାଇଁ କିଛି ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି ଡକ୍ଟର ଭକ୍କଲା ।

ସଂକ୍ରମିତ ଲୋକଙ୍କ ପାଇଁ ଟିପ୍ସ

. ଯଦି ଘର ଖୁବ୍ ଛୋଟ, ତାହା ହେଲେ ସଂକ୍ରମଣ ନ ବ୍ୟାପିବା ପାଇଁ ପିପିଇ ଗିୟର ପିନ୍ଧନ୍ତୁ ।

. ଯଦି ପିପିଇ କିଟ୍ ପିନ୍ଧିଛନ୍ତି, ତାହା ହେଲେ ଡ୍ରେସ ଚେଞ୍ଜ ପାଇଁ ଅଲଗା ରୁମ୍ ରହିବା ଦରକାର । ଆଉ ସେହି ରୁମ୍ ପ୍ରତି ଚାରି ଘଣ୍ଟାରେ ଥରେ ସାନିଟାଇଜ୍ ହେବା ଜରୁରୀ ।

. ପିପିଇ କିଟ୍‌ରେ ଲେଖାଯାଇଥିବା ସୂଚନାବଳୀକୁ ଭଲ ଭାବେ ପଢନ୍ତୁ । ପିପିଇ କିଟ୍ ସହ ଦିଆଯାଇଥିବା ଡିସପୋଜେବେଲ୍ ବ୍ୟାଗ୍‌ରେ କିଟ୍‌କୁ ଡିସପୋଜି କରନ୍ତୁ । ଏହାକୁ ସାଧାରଣ ଅଳିଆଡବା ବଦଳରେ ଅଲଗା ଜାଗାରେ ଫିଙ୍ଗନ୍ତୁ ।

. ଘରର କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାରେ ହିଁ ନିଜକୁ ସୀମିତ ରଖନ୍ତୁ । ସମ୍ଭବତଃ ଗାଧୁଆଘର ସଂଲଗ୍ନ ରୁମରେ ହିଁ ଏକାନ୍ତବାସରେ ରହନ୍ତୁ ।

. ପରିବାରର ସବୁ ସଦସ୍ୟ କଡାକଡି ଭାବେ ସାନିଟାଇର ପ୍ରସିଜର୍ ପାଳନ କରିବା ଉଚିତ ।

. ମାସ୍କ ଓ ଗ୍ଲୋଭସ ପିନ୍ଧିବା ସହ ବାରମ୍ବାର ହାତ ଧୁଅନ୍ତୁ ।

. ଭଲ ଓ ସ୍ୱାସ୍ଥ୍ୟକର ଆହାର ଖାଆନ୍ତୁ ।

. ଆପଣଙ୍କ ସ୍ୱାସ୍ଥ୍ୟ ସ୍ଥିତି ଉପରେ ନଜର ରଖନ୍ତୁ । ଅକ୍ସିଜେନ୍ ସ୍ତର, ସିଙ୍ଗଲ୍ ବ୍ରିଥ୍ କାଉଂଟ୍ , ତାପମାତ୍ରା ଉପରେ ନଜର ରଖନ୍ତୁ ।

. ଯଦି ପରିସ୍ଥିତି ନକାରାତ୍ମକ ଦିଗରେ ଗତି କରେ,ତାହା ହେଲେ ତୁରନ୍ତ ମେଡିକାଲ୍ ସହାୟତା ଲୋଡନ୍ତୁ ।

. ଡାକ୍ତରଙ୍କ ସହ କଥା ହୋଇ କିଛି ମଲଟି ଭିଟାମିନ ସେବନ କରନ୍ତୁ, ଯାହା ଫଳରେ କି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।

. ଦିନସାରା ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ ।

. ଠିକ୍ ଭାବେ ବିଶ୍ରାମ ନିଅନ୍ତୁ । ସ୍ଲିପ୍ ହାଇଜିନ ବଜାୟ ରଖନ୍ତୁ ।

ପରିବାର ସଦସ୍ୟଙ୍କ ପାଇଁ ଟିପ୍ସ

. ସଂକ୍ରମିତକୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ପରିବାରର ଜଣେ ଲୋକକୁ ଛାଡି ଆଉ କେହି ବି ଏକାନ୍ତବାସରେ ଥିବା ଲୋକର ଯୋଗାଯୋଗାରେ ନ ଆସିବା ଭଲ ।

. ସଂକ୍ରମିତଙ୍କ ରୁମ ସଂସ୍ପର୍ଶରେ ଆସୁଥିବା ପରିବାରର ସେହି ନିର୍ଦ୍ଦିଷ୍ଟ ସଦସ୍ୟ ପିପିଇ କିଟ୍ ପିନ୍ଧି ହିଁ ରୁମ୍ ଭିତରକୁ ପ୍ରବେଶ କରିବା ଉଚିତ ।

. ସଂକ୍ରମିତଙ୍କୁ ଖାଦ୍ୟ, ମେଡିସିନ୍ ଓ ଅନ୍ୟ ଜିନିଷ୍ଟ ଡିସପୋଜେବଲ୍ ସାମଗ୍ରୀରେ ଦିଆଯିବା ଦରକାର । ଯାହା କି ଅଲଗା ଭାବେ ଫୋପାଡି ଯିବା ଦରକାର ।

. ସଂକ୍ରମିତକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ପରିବାରର ଲୋକେ ଆଇସୋଲେସନ ରୁମର ପ୍ରବେଶ ଦ୍ୱାରରେ ହିଁ ରହିବା ଦରକାର । ରୁମ୍ ଭିତରକୁ ଯିବା ଉଚିତ ନୁହେଁ ।

. ସଂକ୍ରମିତ ଲୋକ ନିଜର ରୁମକୁ ଭଲ ଭାବେ ପ୍ରତିଦିନ ବିଶୋଧନ କରିବା ଦରକାର । ସାଇଡ୍ ଟେବୁଲ୍‌, ଡୋର୍ ହ୍ୟା, ଡୋର୍ ନବ୍ ଇତ୍ୟାଦିକୁ ବି ସେ ବିଶୋଧନ କରିବା ଉଚିତ ।

. ୱାସରୁମ୍ କେବଳ ସେହି ସଂକ୍ରମିତ ବ୍ୟକ୍ତି ଛଡା ଆଉ କେହି ବ୍ୟବହାର କରିବା ଉଚିତ ନୁହେଁ । ସେହି ସଂକ୍ରମିତ ବ୍ୟକ୍ତି ହିଁ ବ୍ୟବହୃତ ୱାସରୁମ ବ୍ୟବହାର କରିବା ସହ ସଫାସୁତୁରା ରଖିବା ଦରକାର ।

ବିଶୋଧନ

. ବିଶୋଧନ ପାଇଁ ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନ ବ୍ୟବହାର କରିବା ପାଇଁ ସୁପାରିଶ କରାଯାଇଛି ।

. ଏହି ସଲ୍ୟୁସନ ଭାଇରାଲ ଲୋଡ୍ କମ କରିବାରେ ସହାୟକ ହେବ । ଭାଇରସକୁ ବଢିବା ପାଇଁ ଏହା ଦିଏ ନାହିଁ।

. ସଂପୃକ୍ତ ରୁମ୍ ଓ ଚଟାଣକୁ ପ୍ରତି ୪ ଘଣ୍ଟାରେ ବିଶୋଧନ କରିବା ଦରକାର ।

. ସଂକ୍ରମିତ ଲୋକର ଅଳିଆ ଆବର୍ଜନା ଅଲଗା ଭାବେ ରଖନ୍ତୁ । ମ୍ୟୁନିସିପାଲଟିକୁ ସଂକ୍ରମିତର ଆବର୍ଜନା ସଂପର୍କରେ ସୂଚନା ଦିଅନ୍ତୁ । ସେମାନଙ୍କ ସଫେଇ କର୍ମଚାରୀ ଠିକ୍ ଭାବେ ଏହା ଉଠାଇ ଅଲଗା ଜାଗାରେ ଫୋପାଡିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.