ETV Bharat / sukhibhava

Second Hand Smoke, ଶିଶୁ ଓ ବୟସ୍କଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ

author img

By

Published : Aug 21, 2022, 7:30 AM IST

ତମାଖୁ ସେବନ(smoke tobacco) କରୁଥିବା ବ୍ୟକ୍ତିଙ୍କ ନିକଟରେ ରହୁଥିବା ଲୋକଙ୍କର କର୍କଟ ରୋଗ ହେବାର ଆଶଙ୍କା ଅଧିକ । ସେକେଣ୍ଡ ହ୍ୟାଣ୍ଡ ବା ଦ୍ୱିତୀୟ ହାତ ଧୂମପାନ(second hand smoking) ଶିଶୁ ଏବଂ ବୟସ୍କମାନଙ୍କ ସ୍ବାସ୍ଥ୍ୟରେ ଅଧିକ ସମସ୍ୟା ସୃଷ୍ଟି କରୁଥିବା ଅଧ୍ୟୟନରୁ ସ୍ପଷ୍ଟ । ଅଧିକ ପଢନ୍ତୁ

Second hand smoke, ଶିଶୁ ଏବଂ ବୟସ୍କମାନଙ୍କ ସ୍ବାସ୍ଥ୍ୟରେ ଅଧିକ ସମସ୍ୟା ସୃଷ୍ଟି କରୁଛି

ୱାଶିଂଟନ୍: ତମାଖୁ ସେବନ(smoke tobacco) କରୁଥିବା ବ୍ୟକ୍ତିଙ୍କ ନିକଟରେ ରହୁଥିବା ଲୋକଙ୍କର କର୍କଟ ରୋଗ ହେବାର ଆଶଙ୍କା ଅଧିକ ରହିପାରେ । କାରଣ ଲାନସେଟ୍ ପତ୍ରିକା(The Lancet journal)ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଦ୍ୱିତୀୟ ହାତ ଧୂମପାନ(second-hand smoking) ଏହି ରୋଗ ପାଇଁ ଦଶମ ବୃହତ୍ତମ ବିପଦ କାରଣ ଅଟେ ।

ଗ୍ଲୋବାଲ୍ ବର୍ଡେନ୍ଅଫ୍ ରୋଗ, ଆଘାତ, ଏବଂ ରିସ୍କ ଫ୍ୟାକ୍ଟର୍ ((Global Burden of Diseases GBD) 2019 ଅଧ୍ୟୟନର ଫଳାଫଳକୁ ବ୍ୟବହାର କରି ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, 2019 ରେ 23 ପ୍ରକାରର କର୍କଟ ରୋଗ କାରଣରୁ 34 ଟି ଆଚରଣଗତ, ମେଟାବୋଲିକ୍, ପରିବେଶ ଏବଂ ବୃତ୍ତିଗତ ବିପଦ(occupational risk) କାରଣରୁ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେକ ଅସୁସ୍ଥ ହୋଇଛନ୍ତି । 2010 ରୁ 2019 ମଧ୍ୟରେ କର୍କଟର ବିଭିନ୍ନ ପରିବର୍ତ୍ତିତ କାରଣ ଉପରେ ମଧ୍ୟ ଅଧ୍ୟୟନ କରାଯାଇଥିଲା ।

କର୍କଟରେ ପ୍ରାଣ ହରାଇଥିବା ଏବଂ କେତେ ବ୍ୟକ୍ତି ଭିନ୍ନକ୍ଷମ ହୋଇଥିଲେ ଅର୍ଥାତ୍ mortality and disability-adjusted life-years(DALYs) ସେ ଉପରେ ଆକଳନ କରାଯାଇଥିଲା । ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଅନୁମାନ କରିଛନ୍ତି ଯେ, ଦୈନିକ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସହ ରହୁଥିବା ସମସ୍ତ ବ୍ୟକ୍ତି ତମାଖୁ ଧୂଆର ଶିକାର ହେଉଛନ୍ତି । କାର୍ଯ୍ୟରେ ସେକେଣ୍ଡ ହାଣ୍ଡ ଧୂଆରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅନୁପାତ ଆକଳନ କରିବାକୁ ଅନୁସନ୍ଧାନକାରୀମାନେ ଏକ ସର୍ଭେ କରିଥିଲେ ।

ସର୍ଭେରୁ ଜଣାପଡିଛି ଯେ ଧୂମପାନ, ମଦ୍ୟପାନ ଏବଂ ହାଇ ବଡି ଇଣ୍ଡେକ୍ସ(BMI) କର୍କଟ ରୋଗ ପାଇଁ ତିନୋଟି ବିପଦ କାରଣ । ଏହା ପରେ ଅସୁରକ୍ଷିତ ଯୌନ ସମ୍ପର୍କ(unsafe sex), high fasting blood glucose, particle air pollution, asbestos exposure, diets low in whole grains and milk, and second-hand smoking ଉପରେ ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି କାରଣଗୁଡିକ ପାଇଁ 2019 ରେ 3.7 ନିୟୁତ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ 87.8 ନିୟୁତ ବ୍ୟକ୍ତି ଭିନ୍ନକ୍ଷମ ହୋଇଯାଇଥିଲେ ।

ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏସନ୍(IHME) ର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି ଯେ, ଏହି ଅଧ୍ୟୟନରୁ ଜଣାପଡିଛି, କର୍କଟ ରୋଗର ଭାର(Burden) ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଆହ୍ବାନ ଅଟେ ଯାହା ସାରା ବିଶ୍ୱରେ ବୃଦ୍ଧି ପାଉଛି । ବିଶ୍ବବ୍ୟାପୀ କର୍କଟ ରୋଗ ପାଇଁ ଏକ ପ୍ରମୁଖ ବିପଦ କାରଣ ହେବା ସହିତ କର୍କଟ ଭାରରେ ଅନ୍ୟାନ୍ୟ ପ୍ରମୁଖ କାରଣ ରହିଛି ବୋଲି ଅଧ୍ୟୟନର ସହ-ବରିଷ୍ଠ ଲେଖକ ମୁରେ କହିଛନ୍ତି । Second-hand smoke ହେଉଛି ସିଗାରେଟ୍, ହୁକ୍କା କିମ୍ବା ପାଇପ୍ ପରି ତମାଖୁ ଦ୍ରବ୍ୟ ଜାଳିବା ।

ବାର୍, ରେସ୍ତୋରାଁ ଏବଂ କାଜିନୋ(Casino) ଭଳି ସର୍ବସାଧାରଣ ସ୍ଥାନରେ ତଥା ଯାନବାହାନରେ ମଧ୍ୟ ଲୋକମାନେ second-hand ଧୂଆଁର ସମ୍ମୁଖୀନ ହୋଇପାରନ୍ତି । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ଅନୁଯାୟୀ ତମାଖୁ ଧୂଆଁରେ 7,000 ରୁ ଅଧିକ ରାସାୟନିକ ପଦାର୍ଥ ରହିଛି । ଶହ ଶହ ରାସାୟନିକ ପଦାର୍ଥ ଯାହା ବିଷାକ୍ତ ଏବଂ ପ୍ରାୟ 70 ପ୍ରକାର କର୍କଟ ରୋଗ ସୃଷ୍ଟି କରିପାରେ । second-hand ଧୂଆଁ ଶିଶୁ ଏବଂ ବୟସ୍କମାନଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ଏବଂ ଏହା ମାରାତ୍ମକ ମଧ୍ୟ ହୋଇପାରେ । 1964 ମସିହାରୁ, ଧୂମପାନ କରୁନଥିବା ପ୍ରାୟ 2,500,000 ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାରେ ମୃତ୍ୟୁମୁଖରେ ପଡିଥିବା CDC କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.