ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । କ୍ୟାନ୍ସରକୁ ମାତ ଦେବା ପାଇଁ ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ କାର୍ଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଏକ ସଫଳତା ହାସଲ କରିଛନ୍ତି । ସେମାନେ ଏକ କିଲ୍ ସ୍ବିଚ ପାଇଛନ୍ତି । ଯାହା କ୍ୟାନ୍ସର ସେଲ୍କୁ ପ୍ରତିହତ କରିବାରେ ସଫଳ ହେବ । ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ୍ କମ୍ପ୍ରେସିଭ କ୍ୟାନ୍ସର ସେଣ୍ଟରର କାଲିଫର୍ଣ୍ଣିଆ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଆମ ଟିମ ଏକ ପ୍ରୋଟିନ ଚିହ୍ନଟ କରିଛନ୍ତି । ଯାହାକି କ୍ୟାନ୍ସର ସେଲକୁ ପ୍ରତିହତ କରିବା ପାଇଁ ଡିଜାଇନ କରାଯାଇ ପାରିବ । ଏଗୁଡ଼ିକ CD95 ରିସେପ୍ଟର ହୋଇଥିବା ବେଳେ ଏହାକୁ Fas ମଧ୍ୟ କୁହାଯାଇଥାଏ। ଅନ୍ୟପଟେ ଏହାକୁ ଡେଥ୍ ରିସେପ୍ଟର ମଧ୍ୟ କୁହାଯାଏ । ଏହି ପ୍ରୋଟିନ୍ ରିସେପ୍ଟରଗୁଡ଼ିକ କୋଷିକା ଝିଲ୍ଲିରେ ରହିଥାଏ। ଯେତେବେଳେ କ୍ୟାନ୍ସର ସେଲଗୁଡ଼ିକ ଆକ୍ଟିଭ ହୋଇଥାଆନ୍ତି ସେତେବେଳେ ରିସେପ୍ଟରଗୁଡିକ କ୍ୟାନ୍ସର ସେଲକୁ ପ୍ରତିହତ କରିଥାଆନ୍ତି । କିମ୍ବା ରିସେପ୍ଟର ସଂସ୍ପର୍ଶରେ ଆସିବା ଦ୍ବାରା କ୍ୟାନ୍ସର ସେଲ ଗୁଡିକ ଅକାମୀ ହୋଇଯାଇଥାଆନ୍ତି ।
କେମିତି ଦିଆଯିବ ଥେରାପୀ: ଅନୁସନ୍ଧାନକାରୀମାନେ ଏହାକୁ CAR ଟି-ସେଲ୍ ଥେରାପି ନାମରେ ନାମକରଣ କରିଛନ୍ତି । ଯେଉଁଥିରେ ରୋଗୀର ରକ୍ତରୁ ଟି ସେଲ(ଏକ ପ୍ରକାର ଶ୍ବେତ ରକ୍ତ କଣିକା) ସଂଗ୍ରହ କରାଯାଇ ଲ୍ୟାବରେ ମାନବ ଜିନରେ ଭର୍ତ୍ତି କରାଯିବ । ଯାହା ପରେ ଶରୀରରେ କାଇମେରିକ ଆଣ୍ଟିଜେନ୍ ରିସେପ୍ଟର (CAR) ନାମକ ରିସେପ୍ଟର ଗଠନ ହୁଏ । ଏହାପରେ ଏହି କୋଷଗୁଡ଼ିକୁ ରୋଗୀର ଶରୀରର ରକ୍ତ ସଞ୍ଚାଳନରେ ପୁନଃ ସ୍ଥାପନ କରାଯାଇଥାଏ । ମେଡିକାଲ ମାଇକ୍ରୋବାୟୋଲୋଜି ଏବଂ ଇମ୍ୟୁନୋଲୋଜି ବିଭାଗର ସହଯୋଗୀ ପ୍ରଫେସର ତଥା ଅନୁସନ୍ଧାନର ବରିଷ୍ଠ ଲେଖକ ଜୋଗେନ୍ଦର ତୁଶୀର ସିଂ କହିଛନ୍ତି ଯେ, "ସାଇଟୋଟକ୍ସିକ୍ ଫାସ୍ ସିଗ୍ନାଲ୍ ସହିତ CAR ଟି-ସେଲ୍ ବାଇଷ୍ଟେଡର ଆଣ୍ଟି-ଟ୍ୟୁମର୍ ଫଙ୍କ୍ସନ୍ ପାଇଁ ଆମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏପିଟୋପ୍ ପାଇଛୁ।"
ଏହା ମଧ୍ୟ ପଢନ୍ତୁ: Ovarian cancer: ଏଣିକି ପ୍ରଥମ ଷ୍ଟେଜରେ ଚିହ୍ନଟ ହେବ ଓଭାରି କ୍ୟାନ୍ସର, ଯିବନି ଜୀବନ !
କେତେ ପ୍ରଭାବଶାଳୀ ଏହି ଥେରାପୀ: ବର୍ତ୍ତମାନ ସୁଦ୍ଧା ଏହି ଥୋରାପୀ ସିରୋସ୍ କର୍କଟ, ଲ୍ୟୁକେମିଆ ଏବଂ ଅନ୍ୟାନ୍ୟ ରକ୍ତ କର୍କଟ ବିରୁଦ୍ଧରେ ପ୍ରଭାବଶାଳୀ କାର୍ଯ୍ୟ କରିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସ୍ତନ କର୍କଟ, ଫୁସ୍ଫୁସ୍ ଏବଂ ଅନ୍ତଃନଳୀ କର୍କଟ ପରି କଠିନ ଟ୍ୟୁମରର ଚିକିତ୍ସାରେ ଏହା ସଫଳ ହେବ ବୋଲି ଆଶା କରାଯାଇଛି । ଆଗାମୀ ଦିନରେ ସମସ୍ତ ପ୍ରକାରର କ୍ୟାନ୍ସର ପାଇଁ ଏହା ପ୍ରଭାବଶାଳୀ ହୋଇପାରେ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ