ହାଇଦ୍ରାବାଦ: ଶୀତଦିନେ ଶରୀରକୁ ଗରମ ରଖିବା ଅତ୍ୟନ୍ତ ଜରୁରୀ । ଥଣ୍ଡା ପାଗରେ ଥଣ୍ଡା, କାଶ ଇତ୍ୟାଦି ସମସ୍ୟା ସାଧାରଣତଃ ଦେଖାଯାଏ । ଏହି ରୋଗରୁ ମୁକ୍ତି ପାଇବା ପାଇଁ କେଶର ବେଶ ସହାୟକ ହୋଇଥାଏ । କେଶରକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ଇମ୍ୟୁନିଟି ସିଷ୍ଟମକୁ ମଜବୁତ ହୋଇଥାଏ । ଯାହା ସଂକ୍ରମଣ ଏବଂ ରୋଗ ସହ ଲଢିବାରେ ସାହାଯ୍ୟ ହୋଇଥାଏ । ତେବେ ଶୀତ ଋତୁରେ ଥଣ୍ଡା ଏବଂ କାଶ ଭଳି କେଉଁ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ
ଫ୍ଲୁ ଏବଂ ଥଣ୍ଡାକୁ ରୋକିଥାଏ
ଗରମ କ୍ଷୀରରେ କେଶର ମିଶ୍ରିତ ଚା' ବା କ୍ଷୀର ଥଣ୍ଡା, କାଶ ଏବଂ ଜ୍ୱର ଭଳି ଋତୁକାଳୀନ ରୋଗକୁ ଦୂରେଇ ରଖିଥାଏ । ଫ୍ଲୁ ଏବଂ ଥଣ୍ଡା କାରଣରୁ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ଏହା ଔଷଧ ପରି ସାହାଯ୍ୟ କରେ । ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି । ଥଣ୍ଡା ଏବଂ ଫ୍ଲୁ ଭଲ କରିବା ପାଇଁ ଏହା ଭଲ କାମ କରେ ।
ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ
ଏହାର ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଯୌଗିକ ହେତୁ କେଶର ଏକ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ଭଳି କାମ କେର । ଏହା ଶ୍ବେତ ରକ୍ତ କଣିକାର ଉତ୍ପାଦନକୁ ବଢାଇଥାଏ, ଯାହା ରୋଗ ଏବଂ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ ।
ଦୃଷ୍ଟି ଶକ୍ତି ଉନ୍ନତ ହୁଏ
କ୍ରୋସିନ୍ ଏବଂ ସୈଫ୍ରାନାଲ୍ ପରି କାରୋଟିନଏଡ୍ କେଶରରେ ମିଳିଥାଏ । ଏଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆଖିକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିବା ପାଇଁ ଏହି କାର୍ଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଏହା ମୋତିଆବିନ୍ଦୁ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ରକ୍ତଚାପ ନିୟନ୍ତ୍ରିତ କରାଏ
କେଶର ରକ୍ତବାହୀକୁ ପ୍ରଶସ୍ତ କରି ରକ୍ତ ସଞ୍ଚାଳନକୁ ବଢାଇ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ହୃଦଘାତ, ଷ୍ଟ୍ରୋକ୍ ଏବଂ ଅନ୍ୟାନ୍ୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ମନୋବଳ ଉନ୍ନତ କରାଏ
କେଶର ବ୍ୟବହାର ମନୋବଳକୁ ଉନ୍ନତ କରିଥାଏ । ଏହା ଚିନ୍ତା ଏବଂ ଚାପକୁ ଦୂର କରିଥାଏ । ଏଥିରେ ସକ୍ରିୟ ଯୌଗିକ ମିଳିଥାଏ, ଯେଉଁ କାରଣରୁ ସେରୋଟୋନିନ୍ ସ୍ତର ବଢିଥାଏ । ଏହା ଏକ ନ୍ୟୁରୋଟ୍ରାନ୍ସମିଟର, ଯାହା ମନୋବଳକୁ ନିୟନ୍ତ୍ରଣ କରିଥାଏ ।
ଋତୁସ୍ରାବ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରେ
ଋତୁସ୍ରାବ ସମୟରେ ଯନ୍ତ୍ରଣା ହ୍ରାସ କରେ । ଋତୁସ୍ରାବ ସମୟରେ ଏକ କପ୍ ଗରମ କେଶର ଚା' ଫିଇପାରିବେ । ଏହା ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମର ଲକ୍ଷଣକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।
ତ୍ବଚାକୁ ଗ୍ଲୋ କରାଏ
କେଶରରେ ଅଧିକ ପରିମାଣର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହି ଦୁଇଟି ତ୍ୱଚା ପାଇଁ ଲାଭଦାୟକ ଅଟେ । ଏହାର ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ବ୍ରଣକୁ ରୋକିଥାଏ । ମୁଖର ଦାଗ ହ୍ରାସ କରିବାରେ ମଧ୍ୟ ସାଫ୍ରନ୍ ସାହାଯ୍ୟ କରେ । କେଶର ପାଣିରେ ଭିଜାଇ ଏଥିରେ ଦୁଇ ଚାମଚ ହଳଦୀ ମିଶାଇ କେଶର ପେଷ୍ଟ ପ୍ରସ୍ତୁତ କରିପାରିବେ । ସୁସ୍ଥ ଏବଂ ତ୍ବଚାର ଚମକ ପାଇଁ ଏହି ଫେସ୍ ପ୍ୟାକ୍କୁ ନିୟମିତ ବ୍ୟବହାର କରିପାରିବେ ।
ଏହା ମଧ୍ୟ ପଢନ୍ତୁ: ହାର୍ଟ ଉପରେ ପ୍ରଭାବ ପକାଏ ଶୀତ, ଜାଣନ୍ତୁ ବର୍ତ୍ତିବାର ତରିକା
ସୂଚନା ଥାଉ କି, କେଶରକୁ ସାଧାରଣତଃ ବିରିୟାନି ଭଳି ଅନେକ ଖାଦ୍ୟରେ ସ୍ବାଦ ପାଇଁ ବ୍ୟବାହର କରାଯାଏ । ତେବେ ଏପରି ସମୟରେ ଏହାକୁ ଚା', କ୍ଷୀର ବା ମହୁରେ ମିଶାଇ ଏହାକୁ ବ୍ୟବହାର କରିପାରିବେ ।