ETV Bharat / sukhibhava

Right to Sight: ଦୃଷ୍ଟିହୀନତା ଦୂର ପାଇଁ ପ୍ରଥମ ରାଜ୍ୟ ଭାବେ ନୀତି ଆଣିଲା ରାଜସ୍ଥାନ

author img

By

Published : Jan 14, 2023, 11:16 AM IST

ଦୃଷ୍ଟିହୀନତା ଦୂର ପାଇଁ ଦେଶର ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ସରକାର ନେଲେ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟରେ ଆଣିଲେ 'ରାଇଟ୍ ଟୁ ସାଇଟ୍' ପଲିସି । ଅଧିକ ପଢନ୍ତୁ

Ashok Gehlot
Ashok Gehlot

ଜୟପୁର: ଦୃଷ୍ଟିହୀନତା ଦୂର କରିବା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ସରକାର ନେଲେ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମ ଥର ପାଇଁ ରାଜସ୍ଥାନରେ ଆରମ୍ଭ ହୋଇଛି 'ରାଇଟ୍ ଟୁ ସାଇଟ୍' ପଲିସି । ଏହାର ଅର୍ଥ 'ଦେଖିବାର ଅଧିକାର', ସମସ୍ତଙ୍କୁ କିପରି ଦେଖିବାର ଅଧିକାର ମିଳିପାରିବ ସେ ଉପରେ ଧ୍ୟାନ ଦେଇଛନ୍ତି ରାଜସ୍ଥାନ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ଦ୍ଦେଶରେ ମେଡିକାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ଶୁକ୍ରବାର(ଜାନୁଆରୀ 13)ରେ ଦୃଷ୍ଟିହୀନତା ରୋକିବା ପାଇଁ ନୀତି ପ୍ରଣୟନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ସତର୍କ କରାଇଲେ ବିଶେଷଜ୍ଞ ! ଧୂମପାନ କାରଣରୁ ହୋଇପାରନ୍ତି ଦୃଷ୍ଟିହୀନ

ରାଜ୍ୟରେ ଦୃଷ୍ଟିଶକ୍ତିରେ ପୀଡିତ ତିନି ଲକ୍ଷରୁ ଅଧିକ ଲୋକଙ୍କ ଜୀବନରେ ଆଲୋକ ଆଣିବା ଉଦ୍ଦେଶ୍ୟରେ ଏହି ନୀତି ପ୍ରଣୟନ କରାଯାଇଛି । 2020ରେ ଦେଶରେ ଦୃଷ୍ଟିହୀନତାର ହାର 1.1 ପ୍ରତିଶତ ଥିଲା ଏବଂ ଦୃଷ୍ଟିହୀନତା ନିୟନ୍ତ୍ରଣ ନୀତି ମାଧ୍ୟମରେ ଏହାକୁ 0.3 ପ୍ରତିଶତକୁ ଆଣିବା ପାଇଁ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ଏହି ନୀତି ଅନୁଯାୟୀ ରାଜସ୍ଥାନ ସରକାର ସମସ୍ତ ସରକାରୀ ମେଡିକାଲ କଲେଜରେ ବାଧ୍ୟତାମୂଳକ ଭାବେ କେରାଟୋପ୍ଲାଷ୍ଟି କେନ୍ଦ୍ର ଏବଂ ଚକ୍ଷୁ ବ୍ୟାଙ୍କ ଆରମ୍ଭ କରିବେ । ଏଥିସହ ବେସରକାରୀ ସଂଗଠନ ଏବଂ ଏନଜିଓ ଦ୍ୱାରା ସଂଗୃହିତ କର୍ଣ୍ଣିଆକୁ ସରକାରୀ ଅନୁଷ୍ଠାନକୁ ପ୍ରାଥମିକତା ପ୍ରଦାନ କରିବେ ।

ଏହା ମଧ୍ୟ ପଢନ୍ତୁ:- ଭାରତ ଯୋଡ ଯାତ୍ରା ହେଲା ଶେଷ ଯାତ୍ରା ! ହୃଦଘାତରେ ଚାଲିଗଲେ ସାଂସଦ ସନ୍ତୋଖ

ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ, ଟ୍ରଷ୍ଟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଦାନକାରୀ ଅନୁଷ୍ଠାନର ସହଯୋଗରେ ଜିଲ୍ଲାମାନଙ୍କରେ ଦୃଷ୍ଟିଶକ୍ତି ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରୟାସ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ବେସରକାରୀ ଅନୁଷ୍ଠାନ ସହିତ ବ୍ୟାପକ ସ୍ତରରେ ଚକ୍ଷୁ ଦାନ ପାଇଁ ଏକ ଅଭିଯାନ କରିବେ । ଚକ୍ଷୁ ବିଶେଷଜ୍ଞ, ଚକ୍ଷୁ ସର୍ଜନ, ସ୍ନାତକୋତ୍ତର ଛାତ୍ର, ଚକ୍ଷୁ ଦାନ ପାଇଁ କାର୍ଯ୍ୟ କରୁଥିବା ପରାମର୍ଶଦାତା ଏବଂ ଚକ୍ଷୁ ସହାୟକ ଇତ୍ୟାଦିଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ:- World Sight Day: ଦୁନିଆକୁ ଦେଖିବା ପାଇଁ ଆଖିର ଯତ୍ନ ନିଅନ୍ତୁ

ମେଡିକାଲ ଏବଂ ସ୍ୱାସ୍ଥ୍ୟ ବିଭାଗର ସଚିବ ପୃଥ୍ବୀ କହିଛନ୍ତି ଯେ, ଏହି ନୀତି ଅନୁଯାୟୀ ଜନ ସଚେତନତା ଏବଂ ଦୃଷ୍ଟିହୀନତାକୁ ଭଲ କରିବା ସହ ବିଭିନ୍ନ ବୈଷୟିକ ଉନ୍ନତି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ତେବେ ଆଖିକୁ ଶରୀରର ସମସ୍ତ ସମ୍ବେଦନଶୀଳ ଅଙ୍ଗଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । କାରଣ ଆଖିରେ ସାମାନ୍ୟ ସମସ୍ୟା କେବଳ ଦୃଷ୍ଟିଶକ୍ତିକୁ ଦୁର୍ବଳ କରେ ନାହିଁ ବରଂ ବେଳେବେଳେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ମଧ୍ୟ କରିଦେଇଥାଏ । ପ୍ରତିବର୍ଷ ବିଶ୍ବର ବହୁ ସଂଖ୍ୟକ ଲୋକ ଅବହେଳା, ଦୁର୍ଘଟଣା କିମ୍ବା ରୋଗ କାରଣରୁ ଦୃଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି । ଏପରି ସମୟରେ ରାଜସ୍ଥାନ ସରକାରଙ୍କ ଏହି ପଦକ୍ଷେପ ବାସ୍ତବରେ ସ୍ବାଗତଯୋଗ୍ୟ । ଦୃଷ୍ଟିହୀନତା ଦୂର ପାଇଁ ସାମାଜିକ, ରାଜନୈତିକ ଏବଂ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କଲେ ଏହି ନିଶ୍ଚିତ ଦିନେ ସଫଳ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.