ETV Bharat / sukhibhava

ଜନ୍ମର ପ୍ରଥମ ବର୍ଷରେ କିଏ ଅଧିକ କଥା କୁହେ ପୁଅ ନା ଝିଅ, ରିପୋର୍ଟରେ ଖୁଲାସା

author img

By

Published : Jun 2, 2023, 1:23 PM IST

ଜନ୍ମ ହେବାର ପ୍ରଥମ ବର୍ଷରେ ଝିଅ ଛୁଆଙ୍କଠୁ ପୁଅ ଛୁଆ ଅଧିକ କଥା କହୁଥିବା ନେଇ ଏକ ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ

male babies talk more in first year
male babies talk more in first year

ଓ୍ବାଶିଂଟନ: ଆମେ ସମସ୍ତ ଜାଣିଛେ ଯେ ଛୁଆଟି ଜନ୍ମ ହେବାର 7 ମାସ ପରେ ପାଟି ଖୋଲି କିଛି କହିପାରିଥାଏ । ଖଣ୍ଡିଆ ଶବ୍ଦ, ଗର୍ଜନ, ବା.. ଆ... ଭଳି କିଛି ଶବ୍ଦ କହିଥାଏ । ଏମିତି କିଛି ଦିନ କହିବା ପରେ ପୁରା ବାକ୍ୟ ବା ଶବ୍ଦ କହିପାରିଥାଏ । କିନ୍ତୁ କେତେକ ଛୁଆ ଡେରିରେ କଥା କହିଥାନ୍ତି । ତେବେ ନିକଟରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି ଯେ, ଜନ୍ମ ହେବାର ପ୍ରଥମ ବର୍ଷରେ ନବଜାତ ଝିଅ ଛୁଆଙ୍କ ଅପେକ୍ଷା ପୁଅ ଛୁଆ ଅଧିକ କଥା କହିଥାଆନ୍ତି ।

ପ୍ରଥମ ବର୍ଷରେ ମହିଳା ଶିଶୁଙ୍କ ଅପେକ୍ଷା ପୁରୁଷ ଶିଶୁମାନେ ଅଧିକ କଥାବାର୍ତ୍ତା କରୁଥିବା ନେଇ ସେମାନେ କମ ଦିନର ଅଧ୍ୟୟନରେ ସେମାନେ ଜାଣିବାକୁ ପାଇଥିଲେ । ତେବେ ଏହା କେତେକାଂଶରେ ଆଶ୍ଚର୍ଯ୍ୟ ବୋଲି କୁହାଯାଇଛି । କାରଣ ପୂର୍ବରୁ ବିଶ୍ବାସ ରହିଛି ଯେ, ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ସ୍ପଷ୍ଟତାରେ କଥା କୁହନ୍ତି ବୋଲି ।

ଅନ୍ୟପଟେ ଟେନିସ ମେମଫିଜ ୟୁନିଭରସିଟିର ଡି କିମ୍ବ୍ରୋ ଓଲରଙ୍କ କହିବା ଅନୁସାରେ, ପୁଅ ଛୁଆଙ୍କ ଅପେକ୍ଷା ଝିଅ ଛୁଆଙ୍କ କଥାରେ ସ୍ପଷ୍ଟତା ରହିଥାଏ । କିନ୍ତୁ ଜନ୍ମ ହେବାର ପ୍ରଥମେ ବର୍ଷରେ ଝିଅ ଛୁଆମାନେ ହିଁ ପ୍ରଥମେ କଥା କହିବା ଆରମ୍ଭ କରିଥାଆନ୍ତି । ପୁଅ ଛୁଆମାନେ ଜନ୍ମ ହେବାର ବର୍ଷେରେ ଯେଉଁ ସବୁ ଶବ୍ଦ କହିପାରିଥାଆନ୍ତି, ସେହି ଶବ୍ଦକୁ କହିବାରେ ଝିଅ ଛୁଆଙ୍କୁ ପ୍ରାୟ 2 ବର୍ଷ ସମୟ ଲାଗିଯାଇଥାଏ । "ଓଲର କହିଛନ୍ତି, ଲିଙ୍ଗକୁ ନେଇ ଆମେ କୌଣସି ପ୍ରକାର ଅନୁସନ୍ଧାନ କରିନାହୁଁ । କିନ୍ତୁ ଶବ୍ଦର ଉତ୍ପତ୍ତି ପ୍ରଥମେ ପୁଅ ନା ଝିଅ କରନ୍ତୁ ସେ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରାଯାଇଥିଲା । ଝିଅ ଯେତେବେଳେ କଥା କହିବା ଆରମ୍ଭ କରନ୍ତି ତାହେଲେ ପୁଅଙ୍କ ଠାରୁ ସ୍ପଷ୍ଟ କରିପାରନ୍ତି ବୋଲି ଜଣାପଡିଛି । ତେବେ 2020 କରେଣ୍ଟ ବାୟୋଲୋଜିରେ ରିପୋର୍ଟରେ ମଧ୍ୟ ଏହା ହିଁ ଜଣାପଡିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଆଇପେଡ ଭଳି ଏକ ଉପକରଣ ବ୍ୟବହାର କରି 5,899 ଶିଶୁଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା । 450,000 ଘଣ୍ଟାରୁ ଅଧିକ ସମୟ ଧରି ଗତିବିଧି ଉପରେ ଯାଞ୍ଚ କରାଯାଇଥିଲା । ଜନ୍ମ ହେବାର ପ୍ରଥମ 2 ବର୍ଷ ମଧ୍ୟରେ ଶିଶୁଙ୍କ କଥା କହିବା ଉପରେ ଏକ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣା ପଡିଥିଲା ଯେ, କଥା କହିବାରେ ଝିଅଙ୍କ ଅପେକ୍ଷା ପୁଅ ଆଗରେ । "

ତଥ୍ୟ ଦର୍ଶାଇଛି ଯେ ପୁଅ ଶିଶୁମାନେ ଝିଅଙ୍କ ତୁଳନାରେ ପ୍ରଥମ ବର୍ଷରେ 10% ଅଧିକ ଉଚ୍ଚାରଣ କରିଥିଲେ। ଦ୍ୱିତୀୟ ବର୍ଷରେ କିନ୍ତୁ ଏହାର ପରିବର୍ତ୍ତନ ହୋଇଥିଲା । ଝିଅ ଛୁଆ ମାନେ ପୁଅ ଛୁଆଙ୍କ ତୁଳନାରେ 7 ପ୍ରତିଶତ ଅଧିକ ଶବ୍ଦ ଉଚ୍ଚାରଣ କରିଥିଲେ । କିନ୍ତୁ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଝିଅ ଛୁଆଙ୍କୁ ଶବ୍ଦ ଶିଖାଇବାରେ ପୁଅଙ୍କ ଠାରୁ ଅଧିକ ରହିଥିଲା ।

ଅନୁସନ୍ଧାନକାରୀମାନେ କହିଛନ୍ତି, ଜନ୍ମ ହେବା ପରେ ଝିଅମାନଙ୍କ ଅପେକ୍ଷା ପୁଅମାନେ ଅଧିକ ଆକ୍ଟିଭ ରହିଥାନ୍ତି। 16ମାସ ଯାଏଁ ସେମାନେ ଝିଅଙ୍କ ଠାରୁ ଆଗରେ ରହିଥାଆନ୍ତି । ତେବେ ଆଉ ଏକ ତଥ୍ୟ ମଧ୍ୟ ଜଣାପଡିଛି ଯେ, ଝିଅ ଛୁଆଙ୍କ ଠାରୁ ପୁଅ ଛୁଆଙ୍କ ମୃତ୍ୟୁର ମଧ୍ୟ ସମ୍ଭାବନା ଅଧିକ ରହିଥାଏ । ଜନ୍ମ ହେବାର ଦୁଇବର୍ଷ ମଧ୍ୟରେ ଛୁଆଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । କିନ୍ତୁ ଏହାର କାରଣ କଣ ରହିଛି ସେନେଇ ଅନୁସନ୍ଧାନ କରାଯାଇନାହିଁ । ଏଥିପାଇଁ ଆହୁରି ଅନୁସନ୍ଧାନର ଆବଶ୍ୟକତା ରହିଥିବା ନେଇ ଓଲର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Rambutan Health Benefits: ପ୍ରତିଦିନ ଖାଆନ୍ତୁ ରାମବୁଟନ, ଏହି ଗମ୍ଭୀର ରୋଗରୁ ପାଇପାରିବେ ମୁକ୍ତି

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.