ଷ୍ଟୋକହୋମ(ସ୍ବିଡେନ): ବିଶ୍ବର କୌଣସି ସ୍ଥାନରେ ଏବେ ବର୍ଷାଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ନିରାପଦ ନୁହେଁ । କାରଣ ଏଥିରେ ଅଧିକ ମାତ୍ରାରେ ଟକ୍ସିକ କେମିକାଲ ବା PFAS ଭାବେ ଜଣାଶୁଣା କେମିକାଲ ରହିଛି । ଏନେଇ ଷ୍ଟକହମ ୟୁନିଭରସିଟିର ବୈଜ୍ଞାନିକଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ଗବେଷଣାରୁ ଜଣାପଡିଛି । ସାଧାରଣ ଭାବେ ଫର୍ଏଲ କେମିକାଲ ଭାବେ ଜଣାଶୁଣା, ଯାହାକି ଅତ୍ୟନ୍ତ ଧିରେ ବିଘଟିତ ହୋଇଥାଏ । PFAS(Per- and Polyfluoroalkyl Substances) ପୂର୍ବରୁ ପ୍ୟାକେଜିଂ, ସାମ୍ପୋ କିମ୍ବା ମେକଅପ୍ ସାମଗ୍ରୀରେ ମିଳୁଥିଲା । ମାତ୍ର ଏବେ ପାଣି, ପବନ ସମେତ ସଂପୂର୍ଣ୍ଣ ପରିବେଶରେ ବ୍ୟାପିସାରିଛି ।
"ଆମେ ସଂଗ୍ରହ କରିଥିବା ପରିମାଣ ଅନୁଯାୟୀ, ପୃଥିବୀପୃଷ୍ଠର କୌଣସି ସ୍ଥାନ ଏପରି ନାହିଁ ଯେଉଁଠାରେ ବର୍ତ୍ତମାନ ବର୍ଷାଜଳକୁ ପାନୀୟ ଭାବେ ବ୍ୟବହାର କରିହେବ ।" ଏହା କହିଛନ୍ତି ଷ୍ଟକହମ ୟୁନିଭରସିଟିର ପ୍ରଫେସର ତଥା ଲେଖକ ଇଆନ କୋସିନ୍ସ । ଏହା ପରିବେଶ ବିଜ୍ଞାନ ଓ ଟେକ୍ନୋଲୋଜିରେ(Environmental Science and Technology) ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି ।
2010ରୁ ଏଯାବତ ସଂଗୃହୀତ ତଥ୍ୟ ଆଧାରରେ ଗବେଷକ ଟିମ ଏହା ସ୍ପଷ୍ଟ କରିଛି ଯେ, US EPA(Environmental Protection Agency) ଦ୍ବାରା ପ୍ରସ୍ତାବିତ ପାନୀୟ ଜଳ ଗାଇଡଲାଇନ ଠାରୁ ବର୍ଷାଜଳର ସ୍ତର ଅଧିକ ରହିଛି । PFAS ଯଦି ଥରେ ମାତ୍ର ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ଏହା ଦ୍ବାରା ଇମ୍ୟୁନ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥା ବୋଲି ଡାକ୍ତର କହିଛନ୍ତି । ସେହିପରି ଅନୁସନ୍ଧାନରୁ ଜଣାପଡିଛି ଯେ, PFAS ଆକ୍ରାନ୍ତ କରିବା ଦ୍ବାରା ଫର୍ଟିଲିଟିରେ ସମସ୍ୟା, ବିକାଶରେ ବିଳମ୍ବ, ମେଦବହୁଳତା କିମ୍ବା କେତେକ କର୍କଟ ରୋଗ, କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେବାର ସମସ୍ୟା ମଧ୍ୟ ଦେଖାଦେଇପାରେ ।
କୋସିନ୍ସ କହିଛନ୍ତି ଯେ PFAS ବର୍ତ୍ତମାନ ଏତେ ମାତ୍ରାରେ ସର୍ବବ୍ୟାପୀ ହୋଇଯାଇଛି ଯେ ସେମାନେ ପୃଥିବୀରୁ କେବେବି ଅଦୃଶ୍ୟ ହେବେ ନାହିଁ । ତେଣୁ ଆମକୁ ସୁସ୍ଥ ଏବଂ ସ୍ବଚ୍ଛ ରହିବାକୁ ପଡିବ । ଆମେ ପ୍ଲାନେଟକୁ ଦୂଷିତ କରିସାରିଛନ୍ତି, ତେଣୁ ବର୍ଷା ଜଳ ପରିସ୍କାର ହୋଇପାରିବ ନାହିଁ । ଆମେ ପ୍ଲାନେଟର ଏକ ସ୍ତରକୁ ଅତିକ୍ରମ କରିସାରିଛନ୍ତି । ତେଣୁ ବର୍ଷା ଜଣ ନିହାତି ଭାବେ ଶରୀର ପ୍ରତି କ୍ଷତିକାରକ । ତେଣୁ ବର୍ଷା ଜଳକୁ ପିଇବାଠୁ ଦୂରେଇ ରହନ୍ତୁ ।