ETV Bharat / sukhibhava

Diet For Healthy Life: ସଠିକ ଡାଏଟରେ ଦୂର ହେବ ବିପି, ମଧୁମେହ ଏବଂ ମୋଟାପଣ ଭଳି ରୋଗ

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଡାଏଟ ଗୁରୁତ୍ବପୂର୍ଣ୍ଣ । ସଠିକ ଡାଏଟରେ ଦୂର ହେବ ବିପି, ମଧୁମେହ ଏବଂ ମୋଟାପଣ ଭଳି ରୋଗ । ଅଧିକ ପଢନ୍ତୁ

author img

By

Published : May 25, 2023, 4:18 PM IST

Diet For Healthy Life
Diet For Healthy Life

ହାଇଦ୍ରାବାଦ: ଆଜିକା ସମୟରେ ସ୍ବାସ୍ଥ୍ୟ ସମସ୍ୟା ଏକ ସାଧାରଣ କଥା ହୋଇଯାଇଛି । ଅତି କମ ବୟସରୁ ଲୋକେ ସ୍ବାସ୍ଥ୍ୟ ସମସ୍ୟାରେ ପିଡ଼ୀତ ହୋଇଥାଆନ୍ତି । ମେଦବହୁଳତା, ମଧୁମେହ, ଉଚ୍ଚରକ୍ତଚାପ ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଏହି ତଥ୍ୟ ଏକ ଅଧ୍ୟୟନରୁ ଜଣାପଡିଛି । ଏହି ରୋଗ ପରବର୍ତ୍ତୀ ସମୟରେ ରୋଗୀକୁ ଗଭୀର ସ୍ବାସ୍ଥ୍ୟ ସମସ୍ୟାରେ ପକାଇପାରେ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଡାଏଟରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଉତ୍ତମ ଡାଏଟ ପ୍ରଥମ ଉପଚାର ବୋଲି ଏକ ଅନୁସନ୍ଧାରୁ ଜଣାପଡିଛି ।

ଏହି ଅଧ୍ୟୟନ 'ଦ ଏନ୍ନାଲ୍ସ ଅଫ୍ ଫ୍ୟାମିଲି ମେଡିସିନ୍' ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି ଅନୁସନ୍ଧାନରେ, ଅନୁସନ୍ଧାନକାରୀମାନେ ଉପରୋକ୍ତ ସ୍ଥିତିରେ 94ଜଣ ବୟସ୍କଙ୍କୁ ନେଇ ଅନୁସନ୍ଧାନ କରିଥିଲେ । 2x2 ଡାଏଟର ଉପଯୋଗ କରିଥିଲେ । ସଠିକ୍ ଖାଇବା, ପ୍ରଭାବଶାଳୀ ଭାବନା ନିୟନ୍ତ୍ରଣ, ସାମାଜିକ ସମର୍ଥନ, ଏବଂ ଖାଦ୍ୟ ତିଆରି କରିବା ନିର୍ଦ୍ଦେଶ ଭଳି ଅତିରିକ୍ତ ସମର୍ଥନ ପ୍ରଥାକୁ ସାମିଲ କରିନଥିଲେ । ଉଚ୍ଚ ରକ୍ତଚାପ, ପ୍ରିଡାଇବେଟିସ୍ କିମ୍ବା ଟାଇପ୍-୨ ମଧୁମେହ ଥିବା ବ୍ୟକ୍ତି ଏବଂ ଅଧିକ ମେଦବହୁଳ ବ୍ୟକ୍ତିଙ୍କ କ୍ଷେତ୍ରରେ ବିଏଲସି ଡାଏଟକୁ ନେଇ ଅନୁସନ୍ଧାନ କରାଯାଇଥିଲା। ତେବେ ଏହା କାର୍ଯ୍ୟକାରୀ ହେଉଥିବା ନେଇ ଅନୁସନ୍ଧାନରୁ ଜଣାପଡିଥିଲା।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ଆମେରିକାରେ 47 ପ୍ରତିଶତ ବୟସ୍କଙ୍କ ନିକଟରେ ଥାଏ ଉଚ୍ଚ ରକ୍ତଚାପ ସମସ୍ୟା: ଆମେରିକାର ଅର୍ଦ୍ଧେକ ଲୋକ ସଂଖ୍ୟା ବା 47 ପ୍ରତିଶତ ବୟସ୍କଙ୍କ ନିକଟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ । ଏହାସହ 42 ପ୍ରତିଶତ ମେହବହୁଳତାର ସମ୍ମୁଖୀନ ହୋଇଥାଆନ୍ତି । ଏହି ଅବସ୍ଥା ଷ୍ଟ୍ରୋକ, ଶେଷ ପର୍ଯ୍ୟାୟ ବୃକକ୍ ରୋଗ, ମାୟୋକାର୍ଡିଆଲ୍ ଇନଫାର୍କସନ ଏବଂ ଅକାଳ ମୃତ୍ୟୁ ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି କ୍ଷେତ୍ରରେ ପ୍ରଥମେ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। କିନ୍ତୁ କେଉଁ ଖାଦ୍ୟକୁ ଡାଏଟରେ ଗ୍ରହଣ କରାଯିବା ଉଚିତ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଅନୁସନ୍ଧାନରୁ ଏହା ଜଣାପଡିଥିଲା: ବୟସ୍କମାନଙ୍କ ପାଇଁ ଯେଉଁମାନେ ଅଧିକ ଓଜନିଆ କିମ୍ବା ମୋଟାପଣ, ଉଚ୍ଚ ରକ୍ତଚାପ ସହିତ ପ୍ରିଡାଇବେଟିସ୍ କିମ୍ବା ଟାଇପ୍-୨ ମଧୁମେହ ଭଳି ରୋଗୀଙ୍କକ୍ଷେତ୍ରରେ କମ କାର୍ବୋହାଇଡ୍ରେଟ ଆହାର 4ମାସରେ ରାଗୀଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସହାୟକ ହୋଇଥିଲା। ତେବେ ପ୍ରକାଶଥାଉକି, ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଓଜନ ହ୍ରାସ ପାଇଁ ଉପବାସ ଅପେକ୍ଷା କ୍ୟାଲୋରୀ ହ୍ରାସ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.