ETV Bharat / sukhibhava

ଗର୍ଭାବସ୍ଥାରେ ପୁସ୍‌ଅପ୍‌ କରିବା କେତେ ଉପକାରୀ, ଜାଣନ୍ତୁ

author img

By

Published : Nov 5, 2022, 9:17 AM IST

ଗର୍ଭବତୀ ମହିଳାଙ୍କ ପାଇଁ ପୁସ୍‌ଅପ୍‌ କରିବା ଉଚିତ୍ କି ଅନୁଚିତ୍ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ(pregnant woman can do pushups for being healthy in pregnancy) ।

ଗର୍ଭାବସ୍ଥାରେ ପୁସ୍‌ଅପ୍‌ କରିବା କେତେ ଉପକାରୀ, ଜାଣନ୍ତୁ
ଗର୍ଭାବସ୍ଥାରେ ପୁସ୍‌ଅପ୍‌ କରିବା କେତେ ଉପକାରୀ, ଜାଣନ୍ତୁ

ହାଇଦ୍ରାବାଦ: ଗର୍ଭବତୀ ମହିଳାଙ୍କ ପାଇଁ ଯୋଗ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । କେତେକ ଯୋଗ ଆସନ ରହିଛି, ଯେଉଁଗୁଡିକ କରିବା ଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଗର୍ଭବତୀ ସମୟରେ ପୁସ୍ଅପ୍ କରିବା ନିରାପଦ କି ନୁହେଁ ସେନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ ? ତେବେ ଗର୍ଭାବସ୍ଥା ସମୟରେ ଏହା କରାଯିବା ଉଚିତ୍ କି ନୁହେଁ, କିମ୍ବା ଏହାର ବିକଳ୍ପ ଭାବେ କେଉଁ ଉପାୟ ଗ୍ରହଣ କରାଯାଇ ପାରିବ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

ସକ୍ରିୟ ରହିବାକୁ ବ୍ୟାୟାମ କରିବା ଏକ ସାଧାରଣ କାର୍ଯ୍ୟକଳାପ । ବିଭିନ୍ନ ପ୍ରକାରର ବ୍ୟାୟାମ ରହିଛି, ଯାହାକୁ ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବାଛି ପାରିବେ । ଏଥି ମଧ୍ୟରୁ ଗୋଟିଏ ହେଉଛି ପୁସ୍ଅପ୍, ଯାହା ସାଧାରଣତଃ ସମସ୍ତେ ସହଜରେ କରିପାରିବେ । ଶରୀରର ଉପର ଅଂଶକୁ ଫିଟ୍ ରଖିବାରେ ପୁସ୍ଅପ୍ ସାହାଯ୍ୟ କରେ । ଠିକ୍, ଏହା ସହିତ ଜଡିତ ଏକ ପ୍ରଶ୍ନ ସର୍ବଦା ଉଙ୍କି ମାରିଥାଏ ଯେ, ଜଣେ ଗର୍ଭବତୀ ମହିଳା ଏହା କରିପାରିବେ କି ନାହିଁ ?

ମହିଳାମାନେ ପ୍ରାୟତଃ ଏହି ଦ୍ୱନ୍ଦ୍ୱରେ ରୁହନ୍ତି ଯେ, ସେମାନେ ଗର୍ଭାବସ୍ଥାରେ ପୁସ୍ଅପ୍ କରିପାରିବେ କି ନାହିଁ । ବିଶେଷଜ୍ଞଙ୍କ ମତରେ, ଯଦି ବ୍ୟାୟାମ ସଠିକ୍ ଉପାୟରେ କରାଯାଏ, ତେବେ ଗର୍ଭାବସ୍ଥାରେ ମଧ୍ୟ ଏହା କରିବାରେ କୌଣସି କ୍ଷତି ହୁଏ ନାହିଁ । ଗର୍ଭବତୀ ମହିଳାମାନେ ଅନେକ ବ୍ୟାୟାମ କରିପାରିବେ, ସେମାନେ କେବଳ ସେମାନଙ୍କର ସୁରକ୍ଷିତ ପଦ୍ଧତି ଜାଣିବା ଆବଶ୍ୟକ ରହିଛି । ଫିଟ୍ ରହିବାକୁ ଏହି ଉପାୟ ଅବଲମ୍ବନ କରି ଗର୍ଭାବସ୍ଥାରେ ଓଜନ ବୃଦ୍ଧି ମଧ୍ୟ ରୋକାଯାଇପାରିବ ।

ପୁସ୍ଅପ୍‌ଗୁଡିକର ଏହି ବିକଳ୍ପକୁ ଟ୍ରାଏ କରିପାରିବେ...

ବିଶେଷଜ୍ଞମାନେ କହିଛନ୍ତି ଯେ, "ଯଦି ଗର୍ଭାବସ୍ଥାରେ ଭୂମିକୁ ଲାଗିକରି କରାଯାଉଥିବା ପୁସ୍ଅପ୍‌କୁ ଯଦି ନିରାପଦ ମନେ କରନ୍ତି ନାହିଁ, ତେବେ ସେମାନେ ଅନ୍ୟ ଏକ ବିକଳ୍ପ ବାଛିବା ପାରିବେ । ଯେପରିକି ଗର୍ଭବତୀ ମହିଳାମାନେ କାନ୍ଥ ବା ୱାଲ୍ ପୁସ୍ଅପ୍ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ କାନ୍ଥର କୋଣର ସାହାଯ୍ୟ ନେବାକୁ ପଡିବ । ଏହି ସମୟରେ, ଉଭୟ କାନ୍ଥରେ ହାତ ରଖନ୍ତୁ ଏବଂ ଧୀରେ ଧୀରେ କାନ୍ଥ ପୁସ୍ଅପ୍ କରନ୍ତୁ ।"

ୱାଲ୍ ପୁସ୍ଅପ୍‌ ଉପକାରିତା:-

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗର୍ଭାବସ୍ଥାରେ କାନ୍ଥ ପୁସ୍ଅପ୍‌ର ରୁଟିନ୍ ପାଳନ କରାଯାଏ, ତେବେ ଏହା ହାତର ଗଣ୍ଠିରେ ଯନ୍ତ୍ରଣାକୁ ହ୍ରାସ କରିପାରେ । ଗର୍ଭାବସ୍ଥାରେ ବ୍ୟାୟାମ କରିବା ମଧ୍ୟ ଚାପର ସମସ୍ୟାକୁ ହ୍ରାସ କରିଥାଏ କିମ୍ବା ଦୂର କରିଥାଏ । ଏହା ବ୍ୟତୀତ, ଯଦି ଶରୀର ସକ୍ରିୟ ରହେ, ତେବେ ଜଣେ ନିଶ୍ଚିତ ରୂପେ ସତେଜ୍ ଅନୁଭବ କରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଏସବୁ ଉପାୟ ଅବଲମ୍ବନ କରିବା ପୂର୍ବୁ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ । କାରଣ ଆପଣଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ବିବେଚନା କରି ଡାକ୍ତର ସର୍ବଦା ସଠିକ୍ ପରାମର୍ଶ ଦେଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.