ETV Bharat / sukhibhava

WFH ବଢାଇଲା ପର୍ଣ୍ଣ ଦେଖିବା ନିଶା, ଅଶ୍ଲୀଳ ଫିଲ୍ମ ଦେଖିବାରେ ଆଗରେ ଲଣ୍ଡନ - ୱାର୍କ ଫ୍ରମ ହୋମରେ ଅଧିକ ଦେଖୁଛନ୍ତି ଅଶ୍ଳୀଳ ଭିଡିଓ

ୱାର୍କ ଫ୍ରମ୍ ହୋମ(work from home) ପର ଠାରୁ United Kingdom(ଲଣ୍ଡନ)ରେ ବୃଦ୍ଧି ପାଉଛି ଅଶ୍ଳୀଳ ଭିଡିଓ(Porn Video) ଦେଖିବା ନିଶା । ଅଧିକ ପଢନ୍ତୁ

Etv BhaPorn Addicted ସଂଖ୍ୟା ଲଣ୍ଡନରେ ଅଧିକ, WFH ପାଇଁ ନିଶା ବୃଦ୍ଧି ପାଇଥିବା ତଥ୍ୟrat

author img

By

Published : Aug 24, 2022, 12:53 PM IST

ଲଣ୍ଡନ: United Kingdom(ଲଣ୍ଡନ)ରେ ବୃଦ୍ଧି ପାଉଛି ଅଶ୍ଳୀଳ ଭିଡିଓ(Porn Video) ଦେଖିବା ନିଶା । କୋଭିଡ ପାଣ୍ଡେମିକ ଠାରୁ ୱାର୍କ ଫ୍ରମ୍ ହୋମ(work from home)ରେ ଥିବା ଲୋକମାନେ ଅଧିକ ଅଶ୍ଳୀଳ ଭିଡିଓ ଦେଖୁଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ମହାମାରୀ ସମୟରେ ରିମୋଟ କାମ(Remote Working) ଲୋକପ୍ରିୟ ହେବା ପରଠାରୁ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମସ୍ୟା ନେଇ ଡାକ୍ତରୀ ଚିକିତ୍ସା ପାଇଁ ଆସୁଥିବା ବ୍ରିଟେନର ନାଗରିକଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଥିବା ଡେଲି ମେଲ(Daily Mail) ରିପୋର୍ଟ କରିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ୱାର୍କ ଫ୍ରମ ହୋମ୍ ସମୟରେ କାଜୁଆଲ୍ ପର୍ଣ୍ଣ ଦେଖିଥିବା ବ୍ୟକ୍ତିଙ୍କ ନିଶା ଆହୁରି ବୃଦ୍ଧି ପାଇଛି । ଅଶ୍ଳୀଳ ଭିଡିଓ ଦେଖିବା ନିଶା ହେଉଛି ଏକ ପ୍ରକାର ଯୌନ ନିଶା, ଯେଉଁଥିରେ ବ୍ୟକ୍ତିମାନେ ଯୌନ କାର୍ଯ୍ୟକଳାପ ସହିତ ଜଡିତ ନିଶା ପ୍ରତି ଆଗ୍ରହୀ ହୁଅନ୍ତୁ । ବ୍ରିଟେନର ସବୁଠାରୁ ବଡ ସେକ୍ସ ଏବଂ ପର୍ଣ୍ଣ ନିଶା କ୍ଲିନିକ୍ ଲଣ୍ଡନର ଲୋରେଲ୍ କେନ୍ଦ୍ର କହିଛି ଯେ, ବର୍ତ୍ତମାନ ଏଠାରେ କିଛି ରିମୋର୍ଟ ୱାର୍କିଂ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି, ଯେଉଁମାନେ କି ଦିନକୁ 14 ଘଣ୍ଟାରୁ ଊର୍ଦ୍ଧ୍ବ ପର୍ଣ୍ଣ ଭିଡିଓ ଦେଖୁଥିଲେ ।

କେନ୍ଦ୍ରର କ୍ଲିନିକାଲ୍ ନିର୍ଦ୍ଦେଶକ ପଲ୍ ହଲ୍(centre's clinical director) କହିଛନ୍ତି ଯେ, WFH(Work From Home) ଅର୍ଥ ହେଉଛି ଲୋକମାନେ ନିଜ କମ୍ପ୍ୟୁଟର ସମ୍ମୁଖରେ ଏକୁଟିଆ ଅଧିକ ସମୟ ବିତାଇବା । ଏହାର ଅର୍ଥ ଆପଣଙ୍କୁ ଅଧିକ ସୁଯୋଗ ମିଳିଛି, ରାତିରେ ଘରକୁ ଫେରିବାକୁ ଅପେକ୍ଷା କରିବାକୁ ପଡିବ ନାହିଁ ଏବଂ ଦିନରେ ଅଧିକ ସମୟ ରହିବ । ରିପୋର୍ଟରେ କୁହାଯାଇଛି ଯେ, ଲରେଲ୍ କେନ୍ଦ୍ରରେ କେବଳ 2022ର ପ୍ରଥମ ଛଅ ମାସରେ ପ୍ରାୟ 750 ପର୍ଣ୍ଣ ଦେଖୁଥିବା ବ୍ୟକ୍ତି ଭର୍ତ୍ତି ହୋଇଥିଲେ, ଯାହା 2019 ରେ 950 ତୁଳନାରେ ସମାନ ।

ହଲ୍ ଉଲ୍ଲେଖ କରିଛନ୍ତି ଯେ, ଚଳିତ ବର୍ଷ କ୍ଲିନିକକୁ ଆସୁଥିବା ରୋଗୀମାନେ "need more intensive treatment" ଅର୍ଥାତ୍ ସେମାନଙ୍କୁ ଅଧିକ ତୀବ୍ର ଚିକିତ୍ସା କରିବାକୁ ପଡୁଛି । ରିପୋର୍ଟ ଅନୁଯାୟୀ, ଲଣ୍ଡନ କ୍ଲିନିକରେ ଥେରାପିଷ୍ଟମାନେ ପର୍ଣ୍ଣ ନିଶା ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମାସକୁ ପ୍ରାୟ 600 ଘଣ୍ଟା ଅତିବାହିତ କରୁଛନ୍ତି ମାତ୍ର 2019 ରେ ମାସକୁ 360 ଘଣ୍ଟା ଥିଲା । ଏଥିରୁ ଲଣ୍ଡରେ ବୃଦ୍ଧି ପାଇଥିବା ପର୍ଣ୍ଣ ନିଶା ବ୍ୟକ୍ତିଙ୍କ ସଂଖ୍ୟା ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଥିବା ଆକଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.