ETV Bharat / sukhibhava

ଖରାପ ଗୁଣାତ୍ମକ ନିଦ ଚକ୍ଷୁରୋଗ Glaucoma କାରଣ ହୋଇପାରେ - ସ୍ବାସ୍ଥ୍ୟ ଖବର

କମ୍ ନିଦ, ଦିନରେ ଶୋଇବା କିମ୍ବା ଶୋଇଥିବା ସମୟରେ ବାରମ୍ବାର ନିଦ ଭାଙ୍ଗିବା ଆଦି କାରଣ ଦୃଷ୍ଟିଶକ୍ତି ହ୍ରାସ ଗ୍ଲୁକୋମା(glaucoma) ରୋଗର କାରଣ ହୋଇପାରେ(Poor quality sleep may put you at high glaucoma risk) । ଅଧିକ ପଢନ୍ତୁ

ଖରାପ ଗୁଣାତ୍ମକ ନିଦ ଚକ୍ଷୁରୋଗ Glaucoma କାରଣ ହୋଇପାରେ

author img

By

Published : Nov 3, 2022, 8:54 AM IST

ନୂଆଦିଲ୍ଲୀ: ଖରାପ ଗୁଣାତ୍ମକ ନିଦ ଆଖି ସମସ୍ୟା ସୃଷ୍ଟି କରିପାରେ । କମ୍ ନିଦ, ଦିନରେ ଶୋଇବା କିମ୍ବା ଶୋଇଥିବା ସମୟରେ ବାରମ୍ବାର ନିଦ ଭାଙ୍ଗିବା ଆଦି କାରଣ ଦୃଷ୍ଟିଶକ୍ତି ହ୍ରାସ ଗ୍ଲୁକୋମା(glaucoma) ରୋଗର କାରଣ ହୋଇପାରେ । ଏ ଉପରେ ନିକଟରେ ହୋଇଥିବା ଏକ ଅନୁସନ୍ଧାନ, ଓପନ୍ ଆକ୍ସେସ୍ ଜର୍ଣ୍ଣାଲ(open access journal)ରେ ପ୍ରକାଶ ପାଇଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଗ୍ଲୁକୋମା ଥିବା ବ୍ୟକ୍ତିମାନେ ବୟସ୍କ, ପୁରୁଷ, ସର୍ବଦା ଧୂମପାନକାରୀ ଏବଂ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ହେବାର ସମ୍ଭାବନା ଥାଏ । ଏହି ଅନୁସନ୍ଧାନରେ ରୋଗର ଆଶଙ୍କା ଥିବା ଲୋକଙ୍କ ମଧ୍ୟରେ ଶୋଇବା ଚିକିତ୍ସାର ଆବଶ୍ୟକତା ଏବଂ ଗ୍ଲୁକୋମାର ପ୍ରାରମ୍ଭିକ ଲକ୍ଷଣ ଯାଞ୍ଚର ଆବଶ୍ୟକତା ଥିବା ଦର୍ଶାଇଛି । ଗ୍ଲୁକୋମା ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ ଏବଂ 2040 ସୁଦ୍ଧା ବିଶ୍ବର ପ୍ରାୟ 112 ନିୟୁତ ଲୋକଙ୍କୁ ଏହା ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, ନିଦ୍ରାଗତ ସମସ୍ୟା ଥିବା ବ୍ୟକ୍ତିଙ୍କ ମଧ୍ୟରେ ଚକ୍ଷୁ ଚିକିତ୍ସା ସ୍କ୍ରିନିଂର ଆବଶ୍ୟକତା ରହିଛି, ଅର୍ଥାତ୍ ଯେଉଁମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇନଥାନ୍ତି ସେମାନେ ଆଖିର ଯତ୍ନ ନେବା ଉଚିତ୍ ।

ଏହି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଅନୁସନ୍ଧାନକାରୀମାନେ ବିଭିନ୍ନ ନିଦ୍ରା ଆଚରଣ କରୁଥିବା ଲୋକଙ୍କ ମଧ୍ୟରେ ଗ୍ଲୁକୋମା ହେବାର ଆଶଙ୍କା ଚିହ୍ନଟ କରିବାକୁ ସ୍ଥିର କରିଥିଲେ । ଶୋଇବା ଅବଧିକୁ ସାଧାରଣ ଭାବରେ 7 ରୁ 9 ଘଣ୍ଟା ବିବେଚନା କରାଯାଏ । ଅଧ୍ୟୟନ ପାଇଁ ଗ୍ଲୁକୋମାରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତି, ମୃତକ, ସୁସ୍ଥ ହୋଇଥିବା କିମ୍ବା ମନିଟରିଂ ଅବଧି ଶେଷ ହେବା ପର୍ଯ୍ୟନ୍ତ (ମାର୍ଚ୍ଚ 31, 2021) ଯାଏଁ ସମସ୍ତ ଅଂଶଗ୍ରହଣକାରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡାକ୍ତରୀ ରେକର୍ଡ ଏବଂ ମୃତ୍ୟୁ ପଞ୍ଜିକରଣ ତଥ୍ୟ ବ୍ୟବହୃତ ହୋଇଥିଲା ।

ମାତ୍ର ସାଢେ 10 ବର୍ଷରୁ ଅଧିକ ହାରାହାରି ମନିଟରିଂ ଅବଧି ମଧ୍ୟରେ, 8,690 ଗ୍ଲୁକୋମା ରୋଗ ଚିହ୍ନଟ ହୋଇଥିଲା । ଯେଉଁଥିବେ ସ୍ୱଳ୍ପ କିମ୍ବା ଦୀର୍ଘ ନିଦ୍ରାର ଅବଧି 8 ପ୍ରତିଶତ ବୃଦ୍ଧି ବିପଦ ସହିତ ଜଡିତ ଥିଲା(heightened risk), ଅନିଦ୍ରା(insomnia) 12 ପ୍ରତିଶତ, 4 ପ୍ରତିଶତ ବାରମ୍ବାର ନିଦ ଭାଙ୍ଗିବା(snoring) ଏବଂ ବାରମ୍ବାର ଦିନରେ ଶୋଇବା(frequent daytime sleepiness ) 20 ପ୍ରତିଶତ ଜଡିତ ଥିଲା ।

ଏକ ସୁସ୍ଥ ଶୋଇବା ଶୈଳୀରେ ଥିବା ଲୋକମାନଙ୍କ ତୁଳନାରେ, ସ୍ନୋରର୍ସ ଏବଂ ଯେଉଁମାନେ ଦିନର ନିଦ୍ରା ଅନୁଭବ କରିଥିଲେ, ସେମାନଙ୍କର ଗ୍ଲୁକୋମା ହେବାର ସମ୍ଭାବନା 10% ଅଧିକ ଥିବାବେଳେ ଇନସୋମିଆନାକ୍ ଏବଂ ସ୍ୱଳ୍ପ/ ଦୀର୍ଘ ନିଦ୍ରାର ଅବଧି 13% ଅଧିକ ଥିଲା । ସେହିପରି ଉଦାସୀନତା ଏବଂ ଚିନ୍ତା, ଯାହା ପ୍ରାୟତଃ ଅନିଦ୍ରାର କାରଣ ହୁଏ, ଏହା ଆଭ୍ୟନ୍ତରୀଣ ଚକ୍ଷୁ ଚାପକୁ ମଧ୍ୟ ବଢାଇପାରେ ବୋଲି ଜଣାପଡିଥିଲା । ତେଣୁ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.