ETV Bharat / sukhibhava

Poha VS Rice: ପୋହା ନା ଭାତ? କେଉଁଟା ଶରୀର ପାଇଁ ଅଧିକ ଭଲ ଜାଣନ୍ତୁ

ସକାଳୁ ଜଳଖିଆରେ ପୋହା ନା ପଖାଳ ଖାଇବେ ଦ୍ୱନ୍ଦ୍ୱରେ ରହିଛନ୍ତି କି ? ଜାଣନ୍ତୁ କଣ ସ୍ବାସ୍ଥ୍ୟ ପାଇଁ ଉପକାରୀ ?

author img

By

Published : May 21, 2023, 8:07 PM IST

Poha VS Rice
Poha VS Rice

ହାଇଦ୍ରାବାଦ: ସକାଳ ହେଲା ମାତ୍ରେ ସମସ୍ତଙ୍କୁ ଖାଦ୍ୟର ଆବଶ୍ୟକତା ଥାଏ । ତେବେ କିଛି ଲୋକ ଜଳଖିଆ ଖାଇବା ପାଇଁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଲୋକ ଭାତ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ସକାଳ ଜଳଖିଆ ଭାବରେ ପୋହା ବା ଚୁଡ଼ା ଉପମା ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପୋହା ଏବଂ ଭାତ ମଧ୍ୟରୁ କଣ ଶରୀର ପାଇଁ ଉତ୍ତମ ହୋଇଥାଏ ।

ଯେହେତୁ ପୋହାରେ ଅନେକ ପୃଷ୍ଟିକର ଖାଦ୍ୟ ତତ୍ତ୍ବ ରହିଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଆବଶ୍ୟକତା ପୂରଣ କରିପାରିବ। ଅପରପକ୍ଷେ, ଚାଉଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ବିବେଚନା କରାଯାଏ ନାହିଁ । କାରଣ ଏଥିରେ ଅଧିକ ପରିମାଣର ଆର୍ସେନିକ୍ ଥାଏ । କଞ୍ଜ୍ୟୁମର ରିପୋର୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆର୍ସେନିକର ଅତ୍ୟଧିକ ବ୍ୟବହାର ଚର୍ମ, ସ୍ନାୟୁ ପ୍ରଣାଳୀ ଏବଂ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ।

ଚୁଡ଼ାରେ କୌଣସି ପ୍ରକାର ଚର୍ବି ଏବଂ ଚିନି ନଥାଏ । ପନିପରିବା ମିଶାଇ ଏହାକୁ ଭାଜିବା ପରେ ମଧ୍ୟ ଏହାର ପୁଷ୍ଟିକର ତତ୍ତ୍ୱରେ କୌଣସି ପରିବର୍ତ୍ତନ ହୋଇନଥାଏ । କିନ୍ତୁ ଏହାକୁ ତିଆରି କରିବା ସମୟରେ ସଠିକ୍ ତେଲ ବ୍ୟବହାର କରାଯିବା ଆବଶ୍ୟକ । ତେବେ ଅନେକ ଡାଏଟିସିଆନ ପୋହା ଏବଂ ପଖାଳ ବିଷୟକୁ ନେଇ ଅନୁଧ୍ୟାନ କରି ପୋହା ଖାଇବା ଶରୀର ପାଇଁ ଠିକ୍‌ ବୋଲି କହିଛନ୍ତି । ପୋହା ଖାଇବାରେ କଣ ଫାଇଦା ରହିଥାଏ ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ: Summer Special: ତାତିରୁ ଶରୀରରୁ ମିଳିବ ଆରାମ, ଖରାଦିନେ ଖାଆନ୍ତୁ ଏସବୁ ଫଳରୁ ତିଆରି ଗୋଲା

ଚୁଡାରେ ଭରପୁର ଫାଇବର: ପୋହାରେ ଅଧିକ ପରିମାଣରେ ଫାଇବର ରହିଥାଏ । 100 ଗ୍ରାମ ପୋହାରେ 2 ରୁ 4 ଗ୍ରାମ ଫାଇବର ଥାଏ । ଅନ୍ୟପଟେ 100 ଗ୍ରାମ ପୋହାରେ ପ୍ରାୟ 70 ଗ୍ରାମ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଥାଏ। ଏହାକୁ ଚାଉଳ ଭଳି ପଲିସ କରାଯାଉ ନାହିଁ। ପୋହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ଆଇରନ: ଦେହରେ ରକ୍ତ ସ୍ତର କମ ରହିଥିଲେ ପୋହା ଖାଆନ୍ତୁ । କାହିଁକି ନା ପୋହାରେ ଅଧିକ ପରିମାଣରେ ଆଇରନ ରହିଛି । ଡାକ୍ତର ମଧ୍ୟ ରକ୍ତହୀନତା ଭୋଗୁଥିବା ବ୍ୟକ୍ତିଙ୍କୁ ପୋହା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ପୋହରେ ଟିକେ ଲେମ୍ବୁ ରସ ମିଶାନ୍ତି, ତାହାହେଲେ ଶରୀରକୁ ଶୀଘ୍ର ଆଇରନ ମିଳିଥାଏ ।

ଶୀଘ୍ର ହଜମ ହୋଇଥାଏ: ପୋହା ପେଟ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ ଖାଇବା ଦ୍ବାରା ବ୍ୟକ୍ତିଙ୍କୁ ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ହୋଇନଥାଏ । ଅନ୍ୟପଟେ କହିବାକୁ ଗଲେ ଏଥରେ କ୍ୟାଲୋରୀ କମ ରହିଥିବାରୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ମଧ୍ୟ ଏହାକୁ ଜଳଖିଆରେ ନିଶ୍ଚିନ୍ତରେ ଖାଇପାରିବେ ।

ଭିଟାମିନ ଏବଂ ମିନେରାଲ୍ସ: ପୋହା ତିଆରି କରିବା ବେଳେ ସେଥିରେ ପିଆଜ, ରସୁଣ, ଟମାଟୋ, ଚିଲି ସହିତ ଅନେକ ପନିପରିବାକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ତେଣୁ ପୋହା ଖାଇବା ଦ୍ବାରା ଅନେକ ପୋଷକ ତତ୍ତ୍ବ ମିଳିଥାଏ । ଲଙ୍କା ଏବଂ ଲେମ୍ବୁ ପରି ପନିପରିବା ଶରୀରରେ ଭିଟାମିନ୍ ସି'ର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟରେ ପ୍ରକାଶିତ ଖବର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.