ETV Bharat / sukhibhava

Pista Benefits: ହୃଦୟ ସ୍ବାସ୍ଥ୍ୟଠୁ ଓଜନ ନିୟନ୍ତ୍ରଣ କରେ ପିସ୍ତା - ହେଲ୍‌ଥ ଟିପ୍ସ

ଫିଟ୍‌ନେସ୍ ବଜାୟ ରଖିବାଠୁ ଆରମ୍ଭ କରି ହୃଦୟ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୁଏ ପିସ୍ତା । ଅଧିକ ପଢନ୍ତୁ

Pista
Pista
author img

By

Published : Mar 5, 2023, 8:56 AM IST

ହାଇଦ୍ରାବାଦ: ପିସ୍ତା ଏପରି ଏକ ଡ୍ରାଏ ଫ୍ରୁଟ୍ସ, ଯେଉଁଥିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ପିସ୍ତା ସମସ୍ତ 9 ଆମିନୋ ଏସିଡ୍ ସହ ପ୍ରୋଟିନ୍‌ର ଏକ ଉତ୍ତମ ଉତ୍ସ । ଏହା ବାର୍ଦ୍ଧକ୍ୟ, ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ସାହାଯ୍ୟ କରେ, ଉତ୍ତମ ଚର୍ମ ଏବଂ କେଶ ପାଇଁ ମଧ୍ୟ ପିସ୍ତା ଲାଭପ୍ରଦ । ପିସ୍ତା ଫିଟ୍‌ନେସ୍ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇପାରେ ।

Pista Plant
Pista Plant

2020ରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ, କାଲିଫର୍ନିଆରେ ଉତ୍ପାଦ ହେଉଥିବା ପିସ୍ତାରେ ପ୍ରୋଟିନ ଭରପୂର ପରିମାଣରେ ମିଳିଥାଏ । ପିସ୍ତାରୁ କ୍ୟାଲସିୟମ, ମାଙ୍ଗାନିଜ, ଆମିନୋ ଏସିଡ୍ ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ପିସ୍ତାରେ କେଉଁ କେଉଁ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ

ଓଜନ ହ୍ରାସ କରିବାରେ ପିସ୍ତା ଉପଯୋଗୀ

ପିସ୍ତା ଭିଟାମିନ୍ ଏବଂ ମିନେରାଲ୍ସ, ମୋନୋଅନ୍‌ସାଚ୍ୟୁରେଟେଡ୍ ଏବଂ ପଲିଅନ୍‌ସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍, ପ୍ରୋଟିନ୍ ଏବଂ ଫାଇବରର ଉତ୍ସ, ଯାହା ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ଅନୁସନ୍ଧାନକାରୀମାନେ ନିକଟରେ ଜାଣିବାକୁ ପାଇଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ପିସ୍ତାରୁ 20% କ୍ୟାଲୋରୀ ଗ୍ରହଣ କରନ୍ତି, ତେବେ ତାଙ୍କର ଓଜନ ବୃଦ୍ଧି ହେବ ନାହିଁ, ଏହା ରକ୍ତଚାପରେ ଉନ୍ନତି ଆଣିପାରେ । ଆହୁରି ମଧ୍ୟ, ଓଜନ ହ୍ରାସ କରୁଥିବା ଲୋକମାନେ ପିସ୍ତା ଖାଇବା ଦ୍ୱାରା ଉପକୃତ ହୋଇପାରିବେ ।

ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଥିଲା ଯେ, ଯେଉଁମାନେ ପିସ୍ତା ଖାଆନ୍ତି ସେମାନଙ୍କର ଓଜନ ହ୍ରାସ ପାଏ । ପିସ୍ତା ହୃଦୟର ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖେ । ଯେଉଁମାନଙ୍କର ଖାଦ୍ୟରେ ପିସ୍ତା ଅନ୍ତର୍ଭୁକ୍ତ, ସେମାନଙ୍କଠାରେ କମ୍ କୋଲେଷ୍ଟ୍ରଲ ସମସ୍ୟା ଥାଏ । ଅନ୍ୟ ବାଦାମ ତୁଳନାରେ ପିସ୍ତା ଅଧିକ ପ୍ରୋଟିନ୍ ଏବଂ ଫାଇବର ଧାରଣ କରିଥାଏ । ବାଦାମ ମଧ୍ୟରେ ପିସ୍ତାବାଦାମରେ ସର୍ବାଧିକ ଫାଇଟୋଷ୍ଟେରଲ ଥାଏ, ଯାହା ରକ୍ତରେ କୋଲେଷ୍ଟ୍ରଲ ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ ।

ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ

ପିସ୍ତା ହେଉଛି ପୁଷ୍ଟିକର ତତ୍ତ୍ବରେ ଭରପୁର ଡ୍ରାଏ ଫ୍ରୁଟ୍ସ, ଯେଉଁଥିରେ ପ୍ରୋଟିନ୍, ଫାଇବର, ଫାଇଟୋଷ୍ଟେରଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ପିସ୍ତା ପ୍ରତିରକ୍ଷା ପ୍ରଣାଳୀ(ଇମ୍ୟୁନିଟି)କୁ ଦୃଢ କରିବାରେ ସାହାଯ୍ୟ କରିଥାଏ । ପିସ୍ତାବାଦାମରେ ବାଦାମ ଅପେକ୍ଷା ପ୍ରାୟ 13 ଗୁଣ ଅଧିକ ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍(କାରୋଟିନଏଡ୍) ଥାଏ । ଅଧିକ ପରିମାଣର ଏହି କାରୋଟିନଏଡ ଆଖିର ରେଟିନାରେ ମିଳିଥାଏ ଏବଂ ଏହା ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବୋଲି ବିବେଚନା କରାଯାଏ । ମଧୁମେହ ରୋଗୀଙ୍କ ପାଇଁ ପିସ୍ତା ଖାଇବା ମଧ୍ୟ ଲାଭଦାୟକ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.