ETV Bharat / sukhibhava

କୋଭିଡ ସମୟରେ ପୋଷାଙ୍କ ଯତ୍ନ - pet care in covid time

ପୋଷା ପଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ବି ନୂଆ ଉପାୟରେ କରାଯାଇଛି । ଇଟିଭି ଭାରତ ସୁଖୀଭବଃ ତରଫରୁ ଏ ବାବଦରେ ଅଧିକ ଜାଣିବା ପାଇଁ ପଶୁ ଚିକିତ୍ସକ ଡକ୍ଟର ଅନୁରାଧା ଭି. ପାଇଙ୍କ ସହ ଆଲୋଚନା କରାଯାଇଥିଲା ।

କୋଭିଡ ସମୟରେ ପୋଷାଙ୍କ ଯତ୍ନ
କୋଭିଡ ସମୟରେ ପୋଷାଙ୍କ ଯତ୍ନ
author img

By

Published : Feb 19, 2021, 6:39 PM IST

କୋଭିଡ-୧୯ ମହାମାରୀ ଆମ ପାଇଁ ଅନେକ ଅପ୍ରତ୍ୟାଶିତ ଆହ୍ବାନ ସୃଷ୍ଟି କରିଛି । କୋଭିଡ ଦ୍ବାରା ସୃଷ୍ଟି ହୋଇଥିବା ଆହ୍ବାନର ମୁକାବିଲା ପାଇଁ ଅଭିନବ ଉପାୟର ସାହାରା ନିଆଯାଇଛି । ପୋଷା ପଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ବି ନୂଆ ଉପାୟରେ କରାଯାଇଛି । କୋଭିଡ ମୁକାବିଲା ପାଇଁ ଏକାନ୍ତବାସ, ପୃଥକୀକରଣ ଭଳି ପଦକ୍ଷେପ ନିଆଯାଇ ଥିବାବେଳେ ପୋଷା ପଶୁପକ୍ଷୀଙ୍କ ପାଇଁ ଅତିରିକ୍ତ ଯତ୍ନ ନେବାକୁ ପଡିଛି । ଇଟିଭି ଭାରତ ସୁଖୀଭବଃ ତରଫରୁ ଏ ବାବଦରେ ଅଧିକ ଜାଣିବା ପାଇଁ ପଶୁ ଚିକିତ୍ସକ ଡକ୍ଟର ଅନୁରାଧା ଭି. ପାଇଙ୍କ ସହ ଆଲୋଚନା କରାଯାଇଥିଲା ।

ଯେତେବେଳେ ପୋଷା ପଶୁପକ୍ଷୀଙ୍କ ମାଲିକମାନେ କୋରୋନା ପଜିଟିଭ ହେଲେ, ସେତେବେଳେ ଅନେକ ସେମାନଙ୍କ ପଶୁପକ୍ଷୀଙ୍କ ଯତ୍ନ ନିଜ ବର୍ଦ୍ଧିତ ପରିବାରର ସଦସ୍ୟମାନଙ୍କୁ ଦେଇଥିଲେ । ଏ ନେଇ ଡକ୍ଟର ଅନୁରାଧା ଏକ ଘଟଣାର ଉଦାହରଣ ଦେଇଛନ୍ତି । ଗୋଟିଏ ପରିବାରର ସମସ୍ତ ସଦସ୍ୟ କୋରୋନା ପଜିଟିଭ ହେଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ସୌଭାଗ୍ୟବଶତଃ ସେମାନଙ୍କ ପୁଅ ହୋମ ଆଇସୋଲେସନ ବିକଳ୍ପ ଚୟନ କଲେ । ପରିବାରର ପୋଷାମାନଙ୍କ ଯତ୍ନ ନେବାକୁ ସେ ଏପରି କଲେ। ଯେତେବେଳେ କୋଭିଡ-୧୯ ଭାରତକୁ ସ୍ପର୍ଶ କରି ନଥିଲା, ସେତେବେଳେ ଉହାନରେ ପୋଷା ପଶୁପକ୍ଷୀଙ୍କୁ ତ୍ୟାଗ କରାଯାଉଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ବେଶ ଦୁଃଖଦ ଥିଲା ସେ ସବୁ ଦୃଶ୍ୟ । ଯେତେବେଳେ କୋଭିଡ-୧୯ ଭାରତରେ ପ୍ରବେଶ କଲା ଓ ଲକଡାଉନ ଜାରି ହେଲା ସେତେବେଳେ କିଛି ଲୋକଙ୍କ ପାଇଁ ସେମାନଙ୍କ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ ନେବାରେ ଅସୁବିଧା ହେଲା ।

ତେଣୁ ସେମାନେ ପୋଷାଙ୍କୁ ଛାଡିଦେବାକୁ ବାଧ୍ୟ ହେଲେ । ପୋଷା ପଶୁମାନେ ରାସ୍ତାରେ ଏଣେତେଣେ ବୁଲି ଭୋକଶୋଷରେ ରହିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ପଡିଥିଲା । ଦିନେ ଯେଉଁମାନେ ମାଲିକମାନଙ୍କ ଘରେ ନିୟମିତ ଆଧାର ପାଣି ପାଉଥିଲେ, ସେମାନଙ୍କୁ ଅଜଣା, ଅଚିହ୍ନା ଲୋକେ ଉଦ୍ଧାର କରି ଖାଦ୍ୟ ପାଣି ଦେଇଥିଲେ ।

ତେବେ, କୋଭିଡ-୧୯ ଓ ଆଇସୋଲେସନରୁ ପୋଷାପଶୁ ମାଲିକମାନଙ୍କ ଗୋଟିଏ ଫାଇଦା ହୋଇଥିଲା । ସେମାନେ ଲକ୍‌ଡାଉନ ଓ ଆଇସୋଲେସନରେ ଥାଇ ୟୁଟ୍ୟୁବ୍ ଭିଡିଓ ଦେଖି ବା ଅନଲାଇନରେ ପଶୁ ଚିକିତ୍ସକଙ୍କ ସହ ପରାମର୍ଶ କରି ଗୃହପାଳିତଙ୍କ ଯତ୍ନ ବାବଦରେ ଜ୍ଞାନ ଆହରଣ କରିଥିଲେ । ଏହାଛଡା ଘରେ ପୋଷାଙ୍କୁ କିପରି ପ୍ରଶିକ୍ଷଣ ଦେଇହେବ, ସେ ସଂପର୍କରେ ମଧ୍ୟ ସେମାନେ କିଛି ଟିପ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଶିଖିଥିଲେ । ଆଉ କିଛି କେନେଲିଂ ଅନଲାଇନ ଆପ୍‌ର ସହାୟତା ଲୋଡିଥିଲେ ।

ଅନଲାଇନରେ ‘ପେଟବ୍ୟାକର’ ନାମକ ଏକ ପେଜ୍ ରହିଛି, ଯାହା କି ପ୍ରତିକୂଳ ପରିସ୍ଥିତିରେ ପୋଷା ପଶୁପକ୍ଷୀଙ୍କ ଯତ୍ନ ସ୍ଥାନ ସଂପର୍କରେ ସୂଚନା ପ୍ରଦାନ କରେ । ପାଫେକ୍ଟ ଷ୍ଟେ ହେଉଛି ଏପରି ଏକ ପେଟ୍ ସିଟର୍। ଏଠାରେ ପୋଷାମାନଙ୍କ ସମସ୍ତ ଯତ୍ନ ନିଆଯାଏ । ସେମାନଙ୍କୁ ସୁରକ୍ଷିକ ରଖାଯାଏ । କୋଭିଡ-୧୯ ବେଳେ ଏଭଳି ପେଟ୍ କେୟାର ସେଣ୍ଟରର ଚାହିଦା ବଢିଯାଇଥିଲା ।

କୋଭିଡ କଟକଣା ମାନି ସଂକ୍ରମିତ ଲୋକଙ୍କ ପୋଷା ପଶୁପକ୍ଷୀଙ୍କ ଯତ୍ନ ନିଆଯାଉଥିଲା । ପୋଷା କୁକୁର ବା ବିଲେଇମାନଙ୍କୁ ସଂକ୍ରମଣ ହୁଏ ବୋଲି ପ୍ରଥମେ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ପରେ ଏହି ଆଶଙ୍କା ଅମୂଳକ ସାବ୍ୟସ୍ତ ହୋଇଥିଲା । ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ଦ୍ବାରା ତାଙ୍କ ପୋଷା ପଶୁ ସଂକ୍ରମିତ ହେବା ପ୍ରମାଣିତ ହୋଇନାହିଁ । ପୋଷା କୁକୁରଙ୍କ ସବିଶେଷ ଯତ୍ନ ନିଆଯିବା ଦରକାର । ଯେମିତିକି ତାକୁ ସ୍ପଂଜ୍ ବାଥ୍ ଦିଆଯିବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.