ହାଇଦ୍ରାବାଦ: ବାଦାମକୁ ଖାଇବାକୁ ଲୋକେ ବେଶି ଭଲପାଆନ୍ତି । କିଛି ଲୋକ ଏପରି ଯେ ସେମାନେ ଯେତେବେଳେ ସୁଯୋଗ ପାଇବେ ସେମାନେ ଭଜା ବା କଞ୍ଚାରେ ବାଦାମକୁ ଖାଇଥାନ୍ତି । କିଛି ଲୋକ କୌଣସି ଦାମୀ ପ୍ରୋଟିନ ନ ଖାଇପାରୁଥିବାରୁ ବାଦାମ ଖାଇଥାନ୍ତି । ସେମାନେ ଭାବନ୍ତି ବାଦାମ ଦ୍ୱାରା ପ୍ରୋଟିନ୍ ଅଭାବ ପୂରଣ ହୁଏ । କିନ୍ତୁ ସମସ୍ତେ ଏହା ଜାଣିବା ଜରୁରୀ ଯେ ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ବାଦାମ ଖାଇବା ଦ୍ୱାରା ସେମାନଙ୍କର କ୍ଷତି ହୋଇପାରେ । ତେବେ ଅଧିକରୁ ଅଧିକ ବାଦାମ ଖାଇଲେ କଣ ଅସୁବିଧା ହୁଏ, ଜାଣନ୍ତୁ...
ବାଦାମ ହେଉଛି ପ୍ରୋଟିନ୍, ଫାଇବରର ଭଣ୍ଡାର । କିନ୍ତୁ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି । ବାଦାମରେ ଅଧିକ କ୍ୟାଲୋରୀ ରହିଛି ଯାହା ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ । ହୃଦଘାତ, ହଜମ ପ୍ରକ୍ରିୟା, ଜମାଟ ବାନ୍ଧିବା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜଟିଳତା ଭଳି ସମସ୍ୟା ସୃଷ୍ଟି କରିପାରେ । ଏଣୁ ଏହାକୁ ଅଧିକ ଖାଇଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିପାଇଁ ଗୋଟିଏ ଦିନରେ ମୁଠାଏ ବାଦାମରୁ ଅଧିକ ଖାଇବା ଉଚିତ ନୁହେଁ ।
ପେଟ ସମସ୍ୟା
ବାଦାମ ହେତୁ କୋଷ୍ଠକାଠିନ୍ୟ ହୋଇପାରେ । ଏହା ବ୍ୟତୀତ ପେଟ ଫୁଲିଯିବା ଏବଂ ଝାଡ଼ା ହେବାର ମଧ୍ୟ ସମସ୍ୟା ହୋଇପାରେ । ଯଦି ହଜମ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ କମ୍ ବାଦାମ ଖାଇବା ଭଲ ।
ଓଜନ ବଢିପାରେ
ବାଦାମ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କାରଣ ଏହା ଶସ୍ତା ଅଟେ । ଏହା ପ୍ରୋଟିନରେ ମଧ୍ୟ ଭରପୂର ଅଟେ । କିନ୍ତୁ, ଏହାକୁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଭାବରେ ଗ୍ରହଣ କରି ଅଧିକ ଖାଇବାରେ ଭୁଲ୍ କରନ୍ତୁ ନାହିଁ । କାରଣ, ବାଦାମରେ କ୍ୟାଲୋରୀ ମଧ୍ୟ ଥାଏ । ଯେଉଁଥିପାଇଁ ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ।
ବାଦାମ ଆପଣଙ୍କୁ ଅନେକ ପୁଷ୍ଟିକର ଖାଦ୍ୟ ଦେଇଥାଏ । କିନ୍ତୁ ଏହି କାରଣରୁ କିଛି ପୋଷକ ତତ୍ତ୍ୱ ମଧ୍ୟ ଅଭାବ ହୋଇପାରେ । ବାଦାମରେ ଥିବା ଫସଫରସ୍ ଫାଇଟେଟ୍ ଆକାରରେ ଗଚ୍ଛିତ । ଏହି ଫାଇଟେଟ୍ ଯୋଗୁଁ ଶରୀରରେ କ୍ୟାଲସିୟମ୍, ଜିଙ୍କ୍, ମାଙ୍ଗାନିଜ୍ କିମ୍ବା ଆଇରନ୍ ଶୋଷିତ ହୋଇପାରିବ ନାହିଁ । ଯେଉଁଥିପାଇଁ ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ ।
ଆଲର୍ଜି ଭୟ
ବାଦାମ ଯୋଗୁଁ କିଛି ଲୋକଙ୍କର ବିଭିନ୍ନ ପ୍ରକାରର ଆଲର୍ଜି ମଧ୍ୟ ହୋଇପାରେ । କିଛି ଲୋକଙ୍କ ବାଦାମ ଖାଇବା ପରେ ନାକ, ଗଳା କିମ୍ବା ମୁହଁରେ କୁଣ୍ଡାଇ ହୋଇଥାଏ । ଏବଂ ବାଦାମ ଅତ୍ୟଧିକ ଖାଇବା ଦ୍ବାରା ମୁଣ୍ଡବ୍ୟଥା ମଧ୍ୟ ହୋଇଥାଏ ।