ୱାଶିଂଟନ: ସ୍ୱଳ୍ପ ଆୟକାରୀ ପିତାମାତା ଅସ୍ୱାସ୍ଥ୍ୟକର ଖାଦ୍ୟ କିଣୁଛନ୍ତି(low-income parents buy unhealthy food) ! ବଜାରର ଉପଲବ୍ଧତା, ଶସ୍ତା ଖାଦ୍ୟରେ ପ୍ରଭାବିତ ହୋଇ ନୁହେଁ ବରଂ ସେମାନଙ୍କ ସ୍ବଳ୍ପ ଆୟ ଅସ୍ବାସ୍ଥ୍ୟକର ଖାଦ୍ୟ କିଣିବା ଏବଂ ପିଲାମାନଙ୍କୁ ଯୋଗାଇବାକୁ ବାଧ୍ୟ କରୁଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ।
ଲଣ୍ଡନ ବିଶ୍ୱବିଦ୍ୟାଳୟର ସିଟି ଫୁଡ୍ ପଲିସି ସେଣ୍ଟର ଅଧ୍ୟୟନ ଅନୁଯାୟୀ, ସ୍ୱଳ୍ପ ଆୟ କରୁଥିବା ପିତାମାତାଙ୍କ ଖାଦ୍ୟ କ୍ରୟ ଅଭ୍ୟାସ ଉପରେ ଅନୁସନ୍ଧାନରୁ ଜଣାଯାଇଛି ଯେ, ଏହି ପରିବାରର ଖାଦ୍ୟ ଅଭ୍ୟାସ ସେମାନଙ୍କର ଖାଦ୍ୟ ପରିବେଶ(Food Environment) ଦ୍ୱାରା ପ୍ରଭାବିତ ହୋଇପାରେ, ଯେମିତିକି ସ୍ବଳ୍ପ ଆୟ ପିତାମାତାମାନେ ଅନ୍ୟମାନଙ୍କ ପରି ପରିବା ଆଣିବାକୁ ବଜାରକୁ ଯାଆନ୍ତି, କିନ୍ତୁ ସେମାନଙ୍କ ଜୀବନରେ ବ୍ୟାପକ ଅର୍ଥନୈତିକ ସମସ୍ୟା କାରଣରୁ ଅସ୍ବାସ୍ଥ୍ୟକର ଖାଦ୍ୟ ଆଣିବାକୁ ବାଧ୍ୟ ହୁଅନ୍ତି ।
ଅନୁସନ୍ଧାନରୁ ଜଣାଯାଇଛି ଯେ, ଏକ ଖାଦ୍ୟ ପରିବେଶ ଯେଉଁଠାରେ ଅସ୍ୱାସ୍ଥ୍ୟକର ଖାଦ୍ୟ ସର୍ବବ୍ୟାପୀ, ଶସ୍ତା ଏବଂ ବହୁଳ ଭାବରେ ବଜାରରେ ବିକ୍ରି ହୁଏ, ସ୍ବଳ୍ପଆୟ ପିତାମାତା ସେହିସବୁ ଖାଦ୍ୟ କ୍ରୟ କରିବାକୁ ବାଧ୍ୟ ହୋଇଥାନ୍ତି । ଏଥିସହ ଆହୁରି ମଧ୍ୟ ଜଣାପଡିଛି ଯେ, ସ୍ବଳ୍ପଆୟ ପିତାମାତାମାନେ ସେମାନଙ୍କ ପିଲାଙ୍କୁ ଛୁଟିଦିନରେ କୌଣସି ସ୍ଥାନ ପରିଦର୍ଶନରେ ଯିବା ସମୟରେ ମଧ୍ୟ ରାସ୍ତାକଡର ଶସ୍ତା ଖାଦ୍ୟ ଖାଇବାକୁ ଦେଇଥାନ୍ତି ।
ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀ ଭାବରେ ସ୍ୱଳ୍ପ ଆୟରେ ୬୦ଜଣ ପିତାମାତା ଜଡିତ ହୋଇଥିଲେ, ଇଂଲଣ୍ଡର ତିନୋଟି ଅଞ୍ଚଳ ଗ୍ରେଟ୍ ୟର୍ମଉଥ୍, ଷ୍ଟୋକ୍-ଅନ୍-ଟ୍ରେଣ୍ଟ ଏବଂ London Boroughର ଲୁଇସାମ ଅଞ୍ଚଳବାସୀ ଥିଲେ । ଅଂଶଗ୍ରହଣକାରୀମାନେ ୧୮ ବର୍ଷରୁ ଅଧିକ ଥିଲେ ଏବଂ ୫୬ ଜଣ ମହିଳା ଥିଲେ ।
ଏହି ଅଧ୍ୟୟନ ସ୍ବାସ୍ଥ୍ୟ ଏବଂ ସ୍ଥାନ ପତ୍ରିକାରେ ଅନଲାଇନରେ ପ୍ରକାଶିତ ହୋଇଛି । ଲେଖକମାନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ହେଲ୍ଥ ରିସର୍ଚ୍ଚ(NIHR) ମେଦବହୁଳତା ନୀତି ଅନୁସନ୍ଧାନ ୟୁନିଟର ଏକ ଅଂଶ ଭାବରେ ଏହି ଅଧ୍ୟୟନ କରିଥିଲେ, ଯାହା ସରକାରୀ ନୀତି ବିଷୟରେ ସୂଚନା ଦେବା ପାଇଁ ସ୍ବାଧୀନତାକୁ ଅନୁସନ୍ଧାନ କରିଥାଏ ।