ETV Bharat / sukhibhava

Parenting tips: ଆବଶ୍ୟକଠୁ ଅଧିକ ଆକଟ ସନ୍ତାନଙ୍କ ମସ୍ତିଷ୍କକୁ କରେ ପ୍ରଭାବିତ - ପିତାମାତାଙ୍କ ପାଇଁ ଜରୁରୀ ଟିପ୍ସ

କଥାରେ ଅଛି ପ୍ରତ୍ୟେକଟି ଜିନିଷ ଆବଶ୍ୟକଠୁ ଅଧିକ ଖରାପ ହୋଇଥାଏ । ତେବେ ପିତାମାତାଙ୍କ ଅଧିକ ଅନୁଶାସନ ମଧ୍ୟ ସନ୍ତାନ ଉପରେ ଖରାପ ପ୍ରଭାବ ପକାଏ । ବଡ଼ ହେବା ପରେ ଶିଶୁଟି ଭୁଲ ଠିକ ବାଛିନପାରିବା ସହ ଆଚରଣଗତ ସମସ୍ୟା ସୃ୍ଷ୍ଟି ହୁଏ । ଅଧିକ ପଢନ୍ତୁ

Parenting tips: ଆବଶ୍ୟକଠୁ ଅଧିକ ଆକଟ ସନ୍ତାନଙ୍କ ମସ୍ତିଷ୍କକୁ କରେ ପ୍ରଭାବିତ

author img

By

Published : Feb 13, 2022, 1:54 PM IST

ହାଇଦ୍ରାବାଦ: ସାଧାରଣତଃ ନିଜ ପିଲାଙ୍କ ପ୍ରତି ପିତାମାତା ଅଧିକ ଯତ୍ନଶୀଳ ହୋଇ ଅତ୍ୟଧିକ ଅନୁଶାସନ କରନ୍ତି । ମାତ୍ର ଏହା ହୋଇଥାଏ ଘାତକ । ଆବଶ୍ୟକଠୁ ଅଧିକ ଆକଟ ପିଲାଙ୍କ ଆଚରଣଗତ ସମସ୍ୟା ସୃଷ୍ଟି କରିପାରେ । କିନ୍ତୁ ଆପଣ ଜାଣନ୍ତି କି ପିଲାଙ୍କର ପ୍ରତ୍ୟେକ ଭୁଲକୁ ଅଣଦେଖା କରିବା, ସେମାନଙ୍କ ପ୍ରତ୍ୟେକ ଠିକ୍‌ କିମ୍ବା ଭୁଲ ଅଭ୍ୟାସ ତଥା କାର୍ଯ୍ୟକୁ ସମର୍ଥନ କରିବା ମଧ୍ୟ ପିଲାମାନଙ୍କ ମଧ୍ୟରେ ଆଚରଣଗତ ସମସ୍ୟା ସୃଷ୍ଟି କରିପାରେ!

ମନସ୍ତତ୍ତ୍ବବିତ ଡ଼ ରେନୁକା ଶର୍ମା କହିଛନ୍ତି ଯେ ପିତାମାତାଙ୍କର ଅତ୍ୟଧିକ ଅନୁଶାସନ(Overptotective Behaviour) ଅର୍ଥାତ ପିତାମାତାଙ୍କ ଅଧିକ ହସ୍ତକ୍ଷେପ ପିଲାମାନଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଏହା ପିଲାମାନଙ୍କର ମାନସିକ ସ୍ବାସ୍ଥ୍ୟ ଏବଂ ସେମାନଙ୍କର ଆଚରଣକୁ ବହୁଳ ଭାବରେ ପ୍ରଭାବିତ କରିପାରେ । ସେ ଆହୁରି କହିଛନ୍ତି ଯେ ଆବଶ୍ୟକଠାରୁ ଅଧିକ ଅନୁଶାସନ ତଥା ଆବଶ୍ୟକ ଠାରୁ ଅଧିକ ଅଣଦେଖା ଏହି ୨ଟି ଆଚରଣ ପିତାମାତାଙ୍କୁ 'ଆଦର୍ଶ ପିତାମାତା' ଶ୍ରେଣୀର ଅନ୍ତର୍ଭୁକ୍ତ କରିନଥାଏ ।

ପିତାମାତା ଏପରି କରିବା ଦ୍ବାରା ଶିଶୁଙ୍କ ଆତ୍ମବିଶ୍ବାସ, ନିର୍ଣ୍ଣୟ ନେବାର କ୍ଷମତା, କୌଣସି ଏକ ପ୍ରସଙ୍ଗକୁ ତର୍ଜମା କରିବାର କ୍ଷମତା, ଭୁଲ ଓ ଠିକକୁ ବୁଝିବା, ଅନ୍ୟ ସହିତ ବ୍ୟବହାର ଆଦି ପ୍ରଭାବିତ ହୋଇଥାଏ । ଏହି ସମସ୍ତ ଦିଗ ପ୍ରତି ପିତାମାତା ଦୃଷ୍ଟି ଦେଇ ନିଜ ସନ୍ତାନର ଲାଳନ ପାଳନ କରିବା ଆବଶ୍ୟକ । ଅତ୍ୟଧିକ ଅନୁଶାସନ ହେଉଛି ପିତାମାତାଙ୍କର ଏକ ପରିବେଶ ଯେଉଁଠାରେ ପିଲାଙ୍କ ଜୀବନ ଯେପରିକି ସେ, କେବେ ଏବଂ କେତେ ଖାଏ, ସେ କ’ଣ ପିନ୍ଧନ୍ତି, କେଉଁ ସାଙ୍ଗମାନଙ୍କ ସହିତ ଖେଳନ୍ତି, ସେ କ’ଣ ପଢନ୍ତି ଏବଂ ସମସ୍ତଙ୍କ ସହ କିପରି ବ୍ୟବହାର କରନ୍ତି ଏହା ପିତମାତା ବୁଝନ୍ତି ।

ପିତାମାତା ତାଙ୍କର ସମସ୍ତ ଆବଶ୍ୟକତା ଏବଂ ଦାବିଗୁଡିକ ଆଗୁଆ ପୂରଣ କରନ୍ତି । ପିତାମାତା ପ୍ରୟାସ କରନ୍ତି ଯେ ତାଙ୍କ ସନ୍ତାନ ମାଗିବା ପୂର୍ବରୁ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରନ୍ତି ଏବଂ ତାଙ୍କୁ କୌଣସି ପ୍ରକାରର ବିଫଳତା, ଦୁଃଖ କିମ୍ବା ଅଭାବର ସମ୍ମୁଖୀନ ହେବାକୁ ଦିଅନ୍ତି ନାହିଁ । ମାତ୍ର ଏପରି ଆଚରଣ ଆବଶ୍ୟକଠୁ ଅଧିକ କରିବା ଉଚିତ ନୁହେଁ । ଏପରି କରିବା ଦ୍ବାରା ଶିଶୁଟି ବଡ଼ ହେବା ପରେ କୌଣସି ନିର୍ଣ୍ଣୟ ନେବାରେ ତାକୁ କଷ୍ଟ ହୁଏ । ଏହାସହିତ ପରବର୍ତ୍ତୀ ସମୟରେ ତାକୁ ଜୀବନକୁ ନେଇ ଅସନ୍ତୁଷ୍ଟ ହେବାର ମଧ୍ୟ ଦେଖାଦିଏ ।

ଏହାସହିତ ସେ ନିଜ ଆଖପାଖ ଲୋକଙ୍କ ଉପରେ ଆବଶ୍ୟକଠୁ ଅଧିକ ନିର୍ଭର କରେ । ଏଥିଲାଗି ପିତାମାତା ନିଜ ଅନୁଶାସନ ଉପରେ ଧ୍ୟାନ ଦେବା ଆବଶ୍ୟକ । ସନ୍ତାନ ପ୍ରତି ସ୍ନେହ ଓ ଭଲପାଇବାକୁ ଲୁଚାଇ ପ୍ରତିଟି କ୍ଷେତ୍ରରେ ଆବଶ୍ୟକ ଅନୁଯାୟୀ ଶାସନ କରିବା ଆବଶ୍ୟକ । ଏହାଦ୍ବାରା ଭବିଷ୍ୟତରେ ତାଙ୍କ ସନ୍ତାନକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.