ETV Bharat / sukhibhava

ଗତ 30 ବର୍ଷରେ ବଢିଛନ୍ତି 100 କୋଟି ପାଟି ରୋଗୀ: WHO

ବିଶ୍ବରେ ବୃଦ୍ଧି ପାଉଛି ପାଟି ରୋଗ । ଗତ 30 ବର୍ଷରେ 100 କୋଟି ପାଟି ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଟ କଲା WHO(World Health Organization) । ଅଧିକ ପଢନ୍ତୁ

author img

By

Published : Nov 21, 2022, 11:46 AM IST

ଗତ 30 ବର୍ଷରେ ବଢିଛନ୍ତି 100 କୋଟି ପାଟି ରୋଗୀ: WHO
ଗତ 30 ବର୍ଷରେ ବଢିଛନ୍ତି 100 କୋଟି ପାଟି ରୋଗୀ: WHO

ହାଇଦ୍ରାବାଦ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ନୂତନ ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ମଧ୍ୟରେ ସାରା ବିଶ୍ୱରେ ପାଟି ରୋଗୀଙ୍କ ସଂଖ୍ୟା ଏକ ବିଲିୟନ ଅର୍ଥାତ୍ 100 କୋଟି ବୃଦ୍ଧି ପାଇଛି(Oral diseases increased by 1 billion over last 30 years) । ଗ୍ଲୋବାଲ୍ ଓରାଲ୍ ହେଲଥ୍ ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବର ପ୍ରାୟ ଅଧା ଲୋକ(45% କିମ୍ବା 3.5 ବିଲିୟନ ଲୋକ) ପାଟି ରୋଗରେ ପୀଡିତ ।

194ଟି ଦେଶରୁ ତଥ୍ୟ ସଂଗ୍ରହ କରାଯାଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅନୁଯାୟୀ, ନିମ୍ନ ଏବଂ ମଧ୍ୟବିତ୍ତ ଦେଶରେ ବାସ କରୁଥିବା ପ୍ରତ୍ୟେକ 4 ଜଣଙ୍କ ମଧ୍ୟରୁ 3 ଜଣ ଏହି ରୋଗରେ ପ୍ରଭାବିତ । WHO(World Health Organization) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସସ୍ କହିଛନ୍ତି ଯେ, "ଦାନ୍ତ ଓ ପାଟିର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆୟକୁ ଖାତିର ନକରି ଦେଶକୁ ସହାୟତା କରିବାକୁ ଏହି ସଂଗଠନ ପ୍ରତିଶ୍ରୁତିବଦ୍ଧ ।"

ସେ କହିଛନ୍ତି, "ବିଶ୍ୱ ସ୍ୱାସ୍ଥ୍ୟରେ ଦୀର୍ଘ ସମୟ ଧରି ଅବହେଳିତ ହୋଇଆସୁଛି, କିନ୍ତୁ ଏହି ରିପୋର୍ଟରେ ଦର୍ଶାଯାଇଥିବା ମୂଲ୍ୟର ପ୍ରଭାବଶାଳୀ ପଦକ୍ଷେପ ସହିତ ଅନେକ ପାଟି ରୋଗକୁ ରୋକାଯାଇ ଚିକିତ୍ସା କରାଯାଇପାରିବ । ସବୁଠାରୁ ସାଧାରଣ ପାଟି ରୋଗ ହେଉଛି ଦାନ୍ତର କ୍ୟାରିସ୍(ଦାନ୍ତ କ୍ଷୟ), ଗୁରୁତର ମାଢି ରୋଗ, ଦାନ୍ତ ହ୍ରାସ ଏବଂ ପାଟି କର୍କଟ(oral cancers) । ପ୍ରାୟ 2.5 ବିଲିୟନ ଲୋକ ଚିକିତ୍ସିତ ହୋଇନଥିବା ଦାନ୍ତ କ୍ୟାରିସ୍ ଦ୍ୱାରା ପ୍ରଭାବିତ ହୁଅନ୍ତି । ଅନ୍ୟ ଏକ ବିଲିୟନ, ଗୁରୁତର ମାଢି ରୋଗ ଦ୍ୱାରା ପ୍ରଭାବିତ ହୁଅନ୍ତି, ଯାହା ଦ୍ବାରା ଦାନ୍ତ ନଷ୍ଟ ହୋଇଯାଏ ।" ଏହି ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ପ୍ରତିବର୍ଷ 3 ଲକ୍ଷ 80 ହଜାର ନୂତନ ପାଟି କର୍କଟ ରୋଗ ଚିହ୍ନଟ କରାଯାଏ ।

WHO ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହାର ମୁଖ୍ୟ କାରଣ ହେଉଛି ଅନୁନ୍ନତ ସେବା, ସତର୍କତା ଏବଂ ଗରିବୀ । ସଂଖ୍ୟାଲଘୁ, ଗ୍ରାମାଞ୍ଚଳ ଏବଂ ଆର୍ଥିକ ଅଭାବ ଥିବା ଲୋକେ ଏହି ରୋଗରେ ଅଧିକ ପୀଡିତ ହେଉଛନ୍ତି । ତେଣୁ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା ସହ ସଚେତନତା ସୃଷ୍ଟି ପାଇଁ WHO ଆହ୍ବାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.