ETV Bharat / sukhibhava

Online Game Side Effect: ଅନଲାଇନ୍ ଗେମ୍ କାରଣରୁ ମାନସିକ ଚାପରେ ରହୁଛନ୍ତି କିଶୋର-କିଶୋରୀ - ପିଲାମାନଙ୍କର ମାନସିକ ଚାପର କାରଣ କଣ

କିଶୋର-କିଶୋରୀଙ୍କ ମାନସିକ ରୋଗ ବୃଦ୍ଧି ପାଉଛି । ଏହାର ମୁଖ୍ୟ କାରଣ ଅନଲାଇନ୍ ଗେମ୍ କରିଲେ ବିଶେଷଜ୍ଞ(Online game addiction is making children mentally ill) । ଅଧିକ ପଢନ୍ତୁ

Online Game Side Effect: ଅନଲାଇନ୍ ଗେମ୍ କାରଣରୁ ମାନସିକ ଚାପରେ ରହୁଛନ୍ତି କିଶୋର-କିଶୋରୀ

author img

By

Published : Nov 1, 2022, 10:52 AM IST

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କିଶୋରାବସ୍ଥାରେ ମଧ୍ୟ ମାନସିକ ରୋଗ ପ୍ରଭାବିତ କରୁଛି । ଅଧିକାଂଶ କିଶୋର ଏବଂ ଯୁବକମାନେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଆସୁଛନ୍ତି । ତେବେ ଏହାର କାରଣ ଅନଲାଇନ୍ ଗେମ୍ ନିଶା ବୋଲି ଉତ୍ତର ପ୍ରଦେଶର ଏକ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ତଥା ଡାକ୍ତରଖାନାର ମୁଖ୍ୟ ଅଧୀକ୍ଷକ ଡ. ଦୀନେଶ ରାଠୋର କହିଛନ୍ତି(Online Game Side Effect) । ସେ କହିଛନ୍ତି ଯେ, ଅନଲାଇନ୍ ଗେମ୍, ଯେପରିକି ଅନଲାଇନ୍ ଲୁଡୋ, ପବ୍‌ଜି, ରୁମି ଇତ୍ୟାଦି ନିଶା ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି(Online game addiction is making children mentally ill) ।

ଡାକ୍ତର ଦିନେଶ କହିଛନ୍ତି ଯେ, ଆଗ୍ରାର ଜଣେ 35 ବର୍ଷୀୟ ବ୍ୟବସାୟୀ ମୋବାଇଲରେ ଅନଲାଇନ୍ ଗେମ୍ ସାଇଡ୍‌ରେ ଏକଦମ୍ ଅଭ୍ୟସ୍ତ ହୋଇଯାଇଥିଲେ । ସେ ଖେଳରେ ଜିତିବା ସହ ବୁହୁବାର ମଧ୍ୟ ପରାସ୍ତ ହୋଇଥିଲେ । ଫଳରେ ତାଙ୍କୁ ଆର୍ଥିକସ୍ତରରେ କ୍ଷତି ସହିବାକୁ ପଡିଥିଲା । ଯେଉଁଥିପାଇଁ ସେ ଅସ୍ଥିରତା, ସ୍ନାୟୁଗତ ସମସ୍ୟା ଏବଂ ବିରକ୍ତିକର ଅନୁଭବ କରିଥିଲେ । ତା’ପରେ ପରିବାର ଲୋକେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଇଥିଲେ ।

ଅନଲାଇନ୍ ଗେମ୍‌ ନିଶାର ଶିକାର ଏବଂ ଏଥିରେ ଋଣଗ୍ରସ୍ତ ମାନସିକ ରୋଗର କାରଣ ବୋଲି ଜାଣିବାକୁ ପାଇଥିଲେ । ବର୍ତ୍ତମାନ ଚିକିତ୍ସା ପରେ ବ୍ୟବସାୟୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ଡାକ୍ତର କହିଛନ୍ତି । ଚିକିତ୍ସା ପରେ ଏଭଳି ଯୁବକ ଓ କିଶୋରମାନେ ମଧ୍ୟ ସୁସ୍ଥ ହୋଇଯିବା ଏକ ଆରାମଦାୟକ ବିଷୟ ବୋଲି ଡାକ୍ତର କହିଛନ୍ତି । ସେହିପରି ଡାକ୍ତର ଦିନେଶ ଅନ୍ୟ ଜଣେ ମାନସିକ ରୋଗୀ ବାବଦରେ ବର୍ଣ୍ଣନା କରି କହିଛନ୍ତି ଯେ, ତାଜ୍‌ନଗରୀର ଜଣେ 11 ବର୍ଷୀୟ ଛାତ୍ର ମଧ୍ୟ ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଅଭ୍ୟସ୍ତ ଥିଲେ । ଛାତ୍ର ଜଣକ ଟଙ୍କା ଖର୍ଚ୍ଚ କରି ଖେଳରେ ବାଜି ଲଗାଉଥିଲେ । ଏହା ପରେ ସେ ସାଙ୍ଗମାନଙ୍କଠାରୁ ଋଣ ନେଇ ଖେଳ ଖେଳିବା ଆରମ୍ଭ କଲେ । ଏହି କାରଣରୁ ସେ ଋଣଗ୍ରସ୍ତ ହୋଇ ନିଜ ଘରୁ ଚୋରି କରିବା ଆରମ୍ଭ କଲେ ।

ଫଳରେ ଏହିସବୁ ସମସ୍ୟା ତାଙ୍କୁ ଚାପଗ୍ରସ୍ତ କରିଦେଲା, ସେ କାହା ସହ ଭଲରେ କଥା ହେଲେ ନାହିଁ କିମ୍ବା କାମ କଲେ ନାହିଁ । ଶେଷରେ ବାପା-ମାଆ ବାଧ୍ୟ ହୋଇ ତାଙ୍କୁ ମାନସିକ ବିଶେଷଜ୍ଞଙ୍କୁ ଦେଖାଇଲେ । ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ଏବଂ ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଛନ୍ତି ।

ମୋବାଇଲ୍ ଗେମ୍ ନିଶା ର ପ୍ରଭାବ ଏବଂ ପ୍ରତିରୋଧ:-

ମୋବାଇଲ୍ ଖେଳର ନିଶା ଯୋଗୁଁ ପିଲାମାନେ ହିଂସାତ୍ମକ ହୋଇପଡୁଛନ୍ତି । ଏହା ତାଙ୍କ କ୍ୟାରିଅରକୁ ପ୍ରଭାବିତ କରିଥାଏ । ଏଥିସହିତ, ପିଲାମାନେ ମଧ୍ୟ ଋଣଗ୍ରସ୍ତ ହେଉଛନ୍ତି । ମୋବାଇଲ୍ ଗେମ୍ ନିଶାକୁ ଏଡାଇବା ପାଇଁ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବା ଉଚିତ୍ । ପରିବାର ଲୋକେ, ପିଲାମାନଙ୍କ ସହିତ କିଛି ନୂତନ ସୃଜନଶୀଳ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ଉଚିତ୍ ।

ପିଲାମାନଙ୍କରେ ପୁସ୍ତକ ପଢିବାର ଅଭ୍ୟାସକୁ ଜାଗ୍ରତ କରନ୍ତୁ ଏବଂ ପ୍ରତିଦିନ ରାତିରେ ବହି ପଢିବା ପରେ ସେମାନଙ୍କୁ ଶୋଇବାକୁ କୁହନ୍ତୁ । ସକାଳେ ପିଲାମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ ଏବଂ ସକାଳେ ଓ ସନ୍ଧ୍ୟାରେ ସେମାନଙ୍କୁ ମୋବାଇଲ୍ ଠାରୁ ଦୂରରେ ରଖନ୍ତୁ । ସକାଳ ଚାଲିବା ସମୟରେ, ପିଲାମାନଙ୍କୁ ସତେଜ ପବନ ଏବଂ ପକ୍ଷୀଙ୍କ ବିଷୟରେ କୌତୁହଳପୂର୍ଣ୍ଣ ସୂଚନା ଦିଅନ୍ତୁ । ପିଲାମାନଙ୍କର ସାଙ୍ଗମାନଙ୍କ ସହିତ ବାହାରକୁ ଯାଆନ୍ତୁ ଏବଂ ସେମାନଙ୍କୁ ପ୍ରାକୃତିକ ଦୃଶ୍ୟ ଦେଖାନ୍ତୁ । ଏହିପରି ଭାବରେ ପିଲାମାନଙ୍କ ଠାରୁ ଅନଲାଇନ୍ ଗେମ୍ ନିଶାକୁ ଦୂରେଇ ପାରିବେ । ସମୟ ଥାଉ ଥାଉ ଏଥିପ୍ରତି ସଚେତନତା ଅବଲମ୍ବନ କରନ୍ତୁ, ନଚେତ୍ ଏହା ଏକ ମୁଖ୍ୟ ସମସ୍ୟା ସୃଷ୍ଟି କରିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.