ହାଇଦ୍ରାବାଦ: କୋରୋନା ଦେଶର ଭିତ୍ତିଭୂମିକୁ ଦୋହଲାଇ ଦେଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିଦିନ ଠାରୁ ରାଜ୍ୟରେ ଜାରି ରହିଛି ଅନଲାଇନ ଶିକ୍ଷା । ଦିନକୁ ଦିନ ଶିକ୍ଷା ପାଇଁ ଗ୍ୟାଜେଟର ବହୁଳ ବ୍ୟବହାର ସହ ପାଠପଢା ସହ ଜଡିତ ବିଭିନ୍ନ ମୌଳିକାରେ ବି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଉଛି । ତେବେ ଏହାରି ଭିତରେ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଅନଲାଇନ କ୍ଲାସ ଯୋଗୁଁ ଶିଶୁମାନଙ୍କ ମୁଣ୍ଡବ୍ୟଥା ବୃଦ୍ଧି ପାଉଛି ।
ୟୁରୋପୀୟ ଏକାଡେମୀ ଅଫ୍ ନ୍ୟୁରୋଲୋଜି (EAN) କଂଗ୍ରେସ 2022ରେ ଉପସ୍ଥାପିତ ହୋଇଥିବା ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, କମ୍ପ୍ୟୁଟର ସ୍କ୍ରିନକୁ ଦୀର୍ଘ ସମୟ ଧରି ଦେଖିବା, ଘରୁ ଅନଲାଇନ୍ ଶିକ୍ଷା ପାଇଁ ଉପଯୁକ୍ତ ସର୍ତ୍ତର ଅଭାବ, ସ୍କୁଲ ପରୀକ୍ଷା ଏବଂ COVID-19 ବିଷୟରେ ଚିନ୍ତା ଏସବୁ ବିପଦର କାରଣ ବୋଲି ଜଣାପଡିଛି । ତୁର୍କୀର କରମାନର ଏରମେନେକ ଷ୍ଟେଟ ହସପିଟାଲର ମୁଖ୍ୟ ଅନୁସନ୍ଧାନକାରୀ ଆୟସେ ନୁର ଓଜଡାଗ ଆକାର୍ଲୀ କହିଛନ୍ତି ଯେ, "ଯଦିଓ ପୂର୍ବ ଗବେଷଣାରୁ ଜଣାଯାଇଛି ଯେ, କୋରୋନାର ପ୍ରାରମ୍ଭିକ ସପ୍ତାହ ଏବଂ ମାସଗୁଡ଼ିକରେ ସ୍କୁଲ ବନ୍ଦ ହେବା କାରଣରୁ ଯୁବକମାନଙ୍କୁ କମ୍ ମୁଣ୍ଡବିନ୍ଧା ହେଉଥିଲା । କିନ୍ତୁ ମହାମାରୀ ଚାପ ଦ୍ବାରା ପ୍ରଭାବିତ ହୋଇ ପିଲାମାନେ କ୍ରମାନୁବର୍ତ୍ତି ଭାବେ ଏହାର ଶିକାର ହୋଇଛନ୍ତି ।"
ଏଥିପାଇଁ ୧୦ରୁ ୧୮ ବର୍ଷ ବୟସର ୮୫୧ ପିଲାଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ସେଥିରୁ ୭୫୬ ଜଣ ପିଲାଙ୍କର ଅଧ୍ୟୟନ ସମୟରେ ମୁଣ୍ଡବିନ୍ଧା ହୋଇଥିବା ଦେଖାଦେଇଛି । ଏହି ପାଲାଙ୍କ ମଧ୍ୟରେ ଦେଖାଦେଇଛି ଯେ, 10 ପ୍ରତିଶତ ପିଲାଙ୍କର କୋରୋନା ଯୋଗୁଁ ଆରମ୍ଭ ହୋଇଥିବା ଅନଲାଇନ କ୍ଲାସ ଫଳରେ ପିଲାଙ୍କ ମଧ୍ୟରେ ମୁଣ୍ଡବିନ୍ଧା ଦେଖାଦେଇଛି ।
ଅନ୍ୟକେତେକ କ୍ଷେତ୍ରରେ ଦେଖାଯାଇଛି ଯେ, ପ୍ରତିମାସରେ ୮ରୁ ୯ ଥର ମୁଣ୍ଡବିନ୍ଧାର ଶିକାର ହେଉଛନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ, କୋରୋନା ଯୋଗୁଁ ପିଲାଙ୍କର ମାନସିକ ଚାପ ବୃଦ୍ଧି ପାଉଛି । ଅନଲାଇନ କ୍ଲାସ କେବେ ବି ଅଫଲାଇନ କ୍ଲାସର ସ୍ଥାନ ନେଇପାରିବ ନାହିଁ । ତେଣୁ ମଲଟିଟାସ୍କିଂରେ ଅଭ୍ୟସ୍ତ ନ ଥିବା ପିଲାମାନଙ୍କୁ ଘରର ବ୍ୟସ୍ତବହୁଳ ପରିବେଶରେ ଅନଲାଇନ କ୍ଲାସ ସୁହାଇ ନ ଥାଏ । ସେମାନଙ୍କ ଏକାଗ୍ରତା ରହେ ନାହିଁ ।
ଅନଲାଇନ ଲର୍ଣ୍ଣିଂକୁ ପ୍ରଭାବଶାଳୀ କରିବା ପାଇଁ କିଛି ଉପାୟ
୧. ଅଧିବେଶନ ମଧ୍ୟରେ ବିରତି ଦେବା ପାଇଁ ଚେଷ୍ଟା କରନ୍ତୁ, ଯାହାଫଳରେ ଏକାଗ୍ରତା ବୃଦ୍ଧି ହୋଇପାରିବ ।
୨. ପିଲାର ପାଠପଢା ପାଇଁ ଏକ କୋଳାହଳ ଶୂନ୍ୟ ସ୍ଥାନ ବାଛନ୍ତୁ ଯେଉଁଠିକି ଖୁବ୍ କମ୍ ଦୃଶ୍ୟ ବିଭ୍ରାଟ ହେଉଥିବ ।
୩. ପିଲାକୁ ଠିକ୍ ଭାବେ ଯେମିତି ଦିଶିବ, ସେ ଅନୁସାରେ ସ୍କ୍ରିନକୁ ଆଡଜଷ୍ଟ କରନ୍ତୁ । ବାରମ୍ବାର ପିଲାକୁ ସ୍କ୍ରିନ ଆଡଜଷ୍ଟ କରିବାକୁ ହେଲେ ତା ଶିକ୍ଷା ବାଧାପ୍ରାପ୍ତ ହେବ ।
୪. ମେମୋରି ଗେମ୍ସ ଜରିଆରେ ପିଲାକୁ ପ୍ରଶ୍ନ ପଚାରି ତାକୁ କଣ ସବୁ ଶିକ୍ଷା ଦିଆଗଲା, ତାହା ଚେକ୍ କରନ୍ତୁ ।
୫. ଯଦି ସମ୍ଭବ, ପ୍ରତି ପାଠ ପାଇଁ ଭିଡିଓ, ଟେକ୍ସଟ ପ୍ରୋଜ୍, ଫନ୍ପ୍ୟାକ୍ଟସ ପ୍ରୟୋଗ କରନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ