ETV Bharat / sukhibhava

Older Person Quality Life: 60 ପରେ ଆକ୍ଟିଭନେସ୍‌ ଉପରେ ନିର୍ଭର କରେ ଜୀବନରେଖା - 60 ବର୍ଷ ପରେ ଆକ୍ଟିଭ ଉପରେ ନିର୍ଭର କରେ ଜୀବନରେଖା

60 ବର୍ଷ ପରେ, ଅଧିକାଂଶ ବ୍ୟକ୍ତି ସେମାନଙ୍କର କାର୍ଯ୍ୟକଳାପକୁ ହ୍ରାସ କରନ୍ତି। ତେବେ ଏହା ଉପରେ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ବ୍ୟକ୍ତି ଯେତେ ଆକ୍ଟିଭ ରହିବ ଆୟୁଷ ସେହି ତୁଳନାରେ ବୃଦ୍ଧି ପାଇବ ଏବଂ ରୋଗ ମଧ୍ୟ ପାଖ ମାଡିବ ନାହଁ। ଅଧିକ ପଢନ୍ତୁ

Older Person Quality Life
Older Person Quality Life
author img

By

Published : Jul 5, 2023, 11:09 AM IST

ହାଇଦ୍ରାବାଦ: 60 ବର୍ଷ ପରେ ଜଣେ ବୃଦ୍ଧାଙ୍କର ଆୟୁଷ, ଆକ୍ଟିଭିଟି ବା କେତେ ସକ୍ରିୟ ରହୁଛନ୍ତି ତାହା ଉପରେ ନିରଭ କରିଥାଏ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନଙ୍କ କହିବା ଅନୁସାରେ, ଯେତେବେଳେ ବ୍ୟକ୍ତିମାନେ ଷାଠିଏ ବର୍ଷରୁ ଅଧିକ ହୁଅନ୍ତି, ସେତେବେଳେ କମ୍ ଶାରୀରିକ କାର୍ଯ୍ୟକଳାପ କରିଥାଆନ୍ତି । ଏହି ଅଧ୍ୟୟନ ହେଲ୍‌ଥ୍‌ ଆଣ୍ଡ କ୍ବାଲିଟି ଅଫ୍‌ ଲାଇଫ୍‌ ଆଉଟକମ୍ସ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଟିଭି ଦେଖିବା ଏବଂ ପେପର ପଢିବା ଭଳି ବସିଥିବା କାର୍ଯ୍ୟକଳାପ ମଧ୍ୟ ଏହି ବୟସରେ ବେସ ସହାୟକ ହୋଇଥାଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବୟସ୍କ ବ୍ୟକ୍ତିଙ୍କୁ ସକ୍ରିୟ ରହିବାକୁ ଉତ୍ସାହିତ କରିବାର ଆବଶ୍ୟକତା ଉପରେ ଏହା ଗୁରୁତ୍ୱାରୋପ କରିବା ଆବଶ୍ୟକ ଅଟେ ।

ଶାରୀରିକ କାର୍ଯ୍ୟକଳାପ ହୃଦଘାତ, ଷ୍ଟ୍ରୋକ୍, ମଧୁମେହ ଏବଂ କର୍କଟ ସହିତ ଅନେକ ରୋଗ ହେବାର ସମ୍ଭାବନାକୁ ହ୍ରାସ କରିବାରେ ବେସ ସହାୟକ ହୋଇଥାଏ। NHS ଅନୁଯାୟୀ, ବୟସ୍କମାନେ ପ୍ରତି ସପ୍ତାହରେ ଅତି କମରେ 150 ମିନିଟ୍ ମଧ୍ୟମ-ତୀବ୍ରତା ବ୍ୟାୟାମ କିମ୍ବା 75 ମିନିଟ୍ ଅଧିକ-ତୀବ୍ରତା ବିଶିଷ୍ଟ ବ୍ୟାୟାମ କରିବା ଉଚିତ । ଏହା ବ୍ୟତୀତ ପରାମର୍ଶ ଦିଆଯାଇଛି ଯେ, ଜଣେ ବ୍ୟକ୍ତି 60 ବର୍ଷ ପରେ ନିଷ୍କ୍ରିୟତା ହେବା ଦ୍ବାରା ଅନେକ ରୋଗ ମାଡ଼ି ବସିଥାଏ । ଏହା ବଦଳରେ ଯଦି ଆମେ କିଛି ସମୟ ଠିଆ ହେଲେ ବି ସ୍ୱାସ୍ଥ୍ୟ ପାଇଁ ସ୍ପଷ୍ଟ ଲାଭଦାୟକ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଟିମ୍ 60 ବର୍ଷରୁ ଅଧିକ ବୟସର 1,433 ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆକ୍ସିଲେରୋମିଟର ବ୍ୟବହାର କରି କାର୍ଯ୍ୟକଳାପ ସ୍ତର ଯାଞ୍ଚ କରାଯାଇଥିଲା । ଅଂଶଗ୍ରହଣକାରୀମାନଙ୍କୁ EPIC (ୟୁରୋପୀୟ ପ୍ରୋସପେକ୍ଟିଭ୍ ଇନଭେଷ୍ଟିଗେସନ୍ ଇନଟୁ କ୍ୟାନସର) ନୋରଫୋଲ୍କ ଅଧ୍ୟୟନରେ ଭର୍ତ୍ତି କରାଯାଇଥିଲା ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ଆଚରଣ ଏବଂ ଜୀବନର ଗୁଣରେ ପରିବର୍ତ୍ତନ ଦେଖିବା ପାଇଁ ହାରାହାରି ଛଅ ବର୍ଷରୁ କମ୍ ସମୟ ପାଇଁ ଅନୁସରଣ କରାଯାଇଥିଲା । ହାରାହାରି, ସେମାନଙ୍କର ପ୍ରଥମ ମୂଲ୍ୟାଙ୍କନର ଛଅ ବର୍ଷ ପରେ, ଉଭୟ ପୁରୁଷ ଏବଂ ମହିଳା ପ୍ରତିଦିନ ପ୍ରାୟ 24 ମିନିଟ୍ ମଧ୍ୟମ ଧରଣର ଶାରୀରିକ କାର୍ଯ୍ୟକଳାପ କରୁଥିଲେ । ଏହାପରେ ସମୟ ଅନୁସାରେ ଧୀରେଧୀରେ ବୃଦ୍ଧି ହୋଇ ଏହା 38 ମିନିଟ୍‌ ହୋଇଥିଲା । ଯେଉଁ ବ୍ୟକ୍ତିମାନେ ଅଧିକ ଶାରୀରିକ କାର୍ଯ୍ୟକଳାପ କରିଥିଲେ ସେମାନଙ୍କ ନିକଟରେ ରୋଗ ନଥିଲା । ଉତ୍ତମ ଗୁଣାବତ୍ତାର ସହ ଜୀବନ ବିତାଉଥିଲେ ।

ଏହା ମଧ୍ୟ ପଢନ୍ତୁ: Diabetes Cases In Children: କୋରୋନା ପରେ ଛୁଆଙ୍କ ମଧ୍ୟରେ ବୃଦ୍ଧି ପାଇଛି ଟାଇପ୍-1 ମଧୁମେହ

ଗତିହୀନ ଆଚରଣର ବୃଦ୍ଧି ମଧ୍ୟ ଜୀବନର ଏକ ଖରାପ ଗୁଣ ସହିତ ଜଡିତ ଥିଲା । ପ୍ରଥମ ଛଅ ବର୍ଷ ପରେ ପ୍ରତିଦିନ ସମୁଦାୟ ବସିବା ସମୟର ପ୍ରତ୍ୟେକ ମିନିଟ୍ ପାଇଁ 0.012 ସ୍କୋର ହ୍ରାସ ପାଇଥିଲା । ଏହାର ଅର୍ଥ ହେଉଛି ବସି ରହିବା ଦ୍ବାରା ଲୋକଙ୍କର ଆୟୁଷ କମିଯାଉଥିଲା । ଫଳରେ ଶୀଘ୍ର ମୃତ୍ୟୁ ଆଶଙ୍କା ଦେଖାଦେଉଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ଏବଂ ପ୍ରାଥମିକ ଚିକିତ୍ସା ବିଭାଗର ଡାକ୍ତର ଧରାନି ୟେରାକାଲଭା କହିଛନ୍ତି ଯେ,"ନିଜକୁ ସକ୍ରିୟ ରଖିବା ଜୀବନର ଯେକୌଣସି ବୟସରେ ମଧ୍ୟ ଆପଣ ଶାରୀରିକ କାର୍ଯ୍ୟରକଳାପ କରିବା ଆବଶ୍ୟକ । ନିଷ୍କ୍ରିୟତା ରୋଗର କାରଣ ହୋଇଥାଏ ।" ଶାରିରୀକ କାର୍ଯ୍ୟକଳାପ ଦ୍ବାରା ମାନସିକ ସ୍ବାସ୍ଥ୍ୟ ମଧ୍ୟ ଉନ୍ନତ ରହିଥାଏ । ତେଣୁ ସକ୍ରିୟ ରହିବା ଦ୍ବାରା ଶରୀର ସହ ମନ ମଧ୍ୟ ଠିକ ରହିଥାଏ ।

ଡାକ୍ତର ୟେରାକାଲଭା କହିଛନ୍ତି, "ଅନେକ ଉପାୟ ଅଛି ଯେଉଁଥିରେ ଆମର ଶାରୀରିକ ଆଚରଣରେ ଉନ୍ନତି ହେବା ଦ୍ୱାରା ଉନ୍ନତ ମାନର ଜୀବନ ବଞ୍ଚିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ, ଅଧିକ ଶାରୀରିକ କାର୍ଯ୍ୟକଳାପ ଅଷ୍ଟିଓଆର୍ଥ୍ରାଇଟିସ୍ ଭଳି ସାଧାରଣ ଅବସ୍ଥାରେ ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଆମେ ଜାଣୁ ଯେ ଅଧିକ ଶାରୀରିକ ସକ୍ରିୟ ହେବା ଦ୍ୱାରା ମାଂସପେଶୀର ଉନ୍ନତ ଘଟିଥାଏ। ସେହିଭଳି, ଉଦାସୀନତା ଏବଂ ଚିନ୍ତା ଜୀବନର ଗୁଣ ସହିତ ଜଡିତ, ଅଧିକ ସକ୍ରିୟ ଏବଂ କମ୍ ବସିବା ଦ୍ୱାରା ଏହା ଉନ୍ନତ ହୋଇପାରିବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.