ETV Bharat / sukhibhava

COVID Risk: ସଂକ୍ରମଣର ବର୍ଷକ ପରେ ମସ୍ତିଷ୍କ ରୋଗର ଶିକାର ହେଉଛନ୍ତି ବୟସ୍କ

author img

By

Published : Sep 14, 2022, 2:07 PM IST

କୋଭିଡରେ ସଂକ୍ରମିତ ବୟସ୍କ ବ୍ୟକ୍ତିଙ୍କ ଠାରେ ବର୍ଷକ ପରେ ଦେଖାଯାଉଛି ଅଲଜାଇମର ସମସ୍ୟା(Alzheimer disease) । ଜାଣନ୍ତୁ କଣ ଏହି ରୋଗ

COVID Risk: କୋଭିଡ ସଂକ୍ରମଣର ବର୍ଷକ ପରେ ବୟସ୍କଙ୍କ ଠାରେ ଦେଖାଦେଉଛି ମସ୍ତିଷ୍କ ରୋଗ

ନୂଆଦିଲ୍ଲୀ: କୋଭିଡରେ ସଂକ୍ରମିତ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି ଅଲଜାଇମର ସମସ୍ୟା(Alzheimer disease)। Alzheimer ଏକ ସ୍ନାୟୁଗତ ସମସ୍ୟା, ଯାହା ମସ୍ତିଷ୍କ ରୋଗ ସୃଷ୍ଟି କରିଥାଏ । ଏକ ଅଧ୍ୟୟନ ଅନୁଯାୟୀ, COVID-19 ରେ ସଂକ୍ରମିତ ବୟସ୍କ ବ୍ୟକ୍ତିଙ୍କର ଗୋଟିଏ ବର୍ଷ ମଧ୍ୟରେ ଅଲଜାଇମର ରୋଗ ହେବାର ଆଶଙ୍କା 50% ରୁ 80% ଅଧିକ ।

ଜର୍ନାଲ୍ ଅଫ୍ ଅଲଜାଇମର ରୋଗରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, COVID-19 ରୋଗରେ ଆକ୍ରାନ୍ତ 65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ COVIDରୁ ଉପଶମ ହେବାର ଗୋଟିଏ ବର୍ଷ ମଧ୍ୟରେ ଅଲଜାଇମର ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଏହି ଆଶଙ୍କା ସର୍ବାଧିକ 85 ବର୍ଷ ବୟସ୍କା ମହିଳାଙ୍କଠାରେ ଦେଖାଯାଉଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, COVID ସଂକ୍ରମଣ ପରେ ଗୋଟିଏ ବର୍ଷ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କ ଠାରେ ଅଲଜାଇମର ରୋଗ ହେବାର ଆଶଙ୍କା ପ୍ରାୟ ଦ୍ୱିଗୁଣିତ ହୋଇଛି (0.35% ରୁ 0.68%) । COVID-19 ଅଲଜାଇମର ରୋଗ ବୃଦ୍ଧି କିମ୍ବା ଏହାର ଉତ୍ପାଦନକୁ ତ୍ୱରାନ୍ୱିତ କରୁଛି ତାହା ସ୍ପଷ୍ଟ ହୋଇ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.