ETV Bharat / sukhibhava

କାହିଁକି ସ୍ତନପାନ କରାଉଥିବା କିଛି ମହିଳାଙ୍କ କମ୍ କ୍ଷୀର ଉତ୍ପାଦନ ହୁଏ ? ଜାଣିଛନ୍ତି କି

ଏକ ନୂତନ ଅନୁସନ୍ଧାନ ଅନୁସାରେ, ମୋଟାପଣ ଥିବା ମହିଳାମାନେ ନବଜାତଙ୍କୁ ପର୍ଯ୍ୟାପ୍ତ ଦୁଗ୍ଧ ଯୋଗାଇବାରେ ଅକ୍ଷମ(Obesity Might Lower Milk Production in Breastfeeding Moms) । ଅଧିକ ପଢନ୍ତୁ

Breastfeeding Moms
Breastfeeding Moms
author img

By

Published : Dec 30, 2022, 11:47 AM IST

ହାଇଦ୍ରାବାଦ: ପ୍ରତି 10 ଜଣ ମାଆଙ୍କ ମଧ୍ୟରୁ 8 ଜଣ, ନବଜାତ ଶିଶୁଙ୍କୁ ଅଳ୍ପ ସମୟ ପାଇଁ ସ୍ତନ୍ୟପାନ କରାଇଥାନ୍ତି । ବିଶେଷଜ୍ଞଙ୍କ ସୁପାରିଶ ସତ୍ତ୍ବେ ମାଆମାନେ ସ୍ତନପାନ କରାଇପାରନ୍ତି ନାହିଁ । ଏହାର କାରଣ ହେଉଛି ସେମାନଙ୍କ ଦୁଗ୍ଧ ଉତ୍ପାଦନ ବନ୍ଦ ହୋଇଯାଏ । ଏହା କାହିଁକି ଘଟୁଛି ତାହା ଜାଣିବା ପାଇଁ ଅନୁସନ୍ଧାନକାରୀମାନେ ଅନୁସନ୍ଧାନ କରିଛନ୍ତି, ଯାହା ଚକିତ କରିଦେବ ନିଶ୍ଚୟ ।

ଅନୁସନ୍ଧାନରୁ ଜଣାପଡିଛି ଯେ, କମ୍ ସ୍ତନପାନ କରାଉଥିବା ମହିଳା ମେଦବହୁଳ । ଅର୍ଥାତ୍ ମୋଟାପଣ ଥିବା ମହିଳା, ଯେଉଁମାନଙ୍କର ପ୍ରଦାହ ଅଛି ସେମାନେ ନବଜାତଙ୍କୁ ପର୍ଯ୍ୟାପ୍ତ ଦୁଗ୍ଧ ଯୋଗାଇପାରୁ ନାହାନ୍ତି(Obesity Might Lower Milk Production in Breastfeeding Moms) । ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେତେବେଳେ ଜଣେ ବ୍ୟକ୍ତି ମୋଟା ହୋଇଯାଏ, ଚର୍ବିରେ କ୍ରନିକ୍ ପ୍ରଦାହ ଆରମ୍ଭ ହୋଇ ଶରୀରର ଅଙ୍ଗ ଏବଂ ସିଷ୍ଟମରେ ବ୍ୟାପିଥାଏ । ସେହି ପ୍ରଦାହ ରକ୍ତରୁ ଶରୀରର ଟିସୁରେ ଫ୍ୟାଟି ଏସିଡ୍‌ରେ ଅବଶୋଷଣକୁ ବାଧା ଦେଇପାରେ ।

ଏହି ଫ୍ୟାଟି ଏସିଡ୍ ନବଜାତ ଶିଶୁର ବିକାଶ ପାଇଁ ଆବଶ୍ୟକ ଖାଦ୍ୟ ପ୍ରସ୍ତୁତିରେ ବ୍ଲକ୍ ସୃଷ୍ଟି କରିଥାନ୍ତି । ପେନ୍ ଷ୍ଟେଟ୍ ୟୁନିଭରସିଟିର ନ୍ୟୁଟ୍ରେସନ ସାଇନ୍ସର ପୋଷ୍ଟ ଡକ୍ଟରାଲ୍ ଫେଲୋ ମୁଖ୍ୟ ଲେଖକ ରିଚେଲ ୱାକର କହିଛନ୍ତି ଯେ, ବିଜ୍ଞାନ ବାରମ୍ବାର ଦର୍ଶାଇଛି, ଆପଣ ଖାଉଥିବା ଫ୍ୟାଟି ଏସିଡ୍ ଏବଂ ଆପଣଙ୍କ ରକ୍ତରେ ଥିବା ଫ୍ୟାଟି ଏସିଡ୍ ମଧ୍ୟରେ ଏକ ଦୃଢସଂଯୋଗ ରହିଛି । ଯଦି ଜଣେ ବ୍ୟକ୍ତି ସାଲମୋନ(ଏକ ପ୍ରଜାତିର ମାଛ), ଖାଇବେ ତେବେ ସେମାନଙ୍କ ରକ୍ତରେ ଅଧିକ ଓମେଗା-3 ପାଇବେ । ଯଦି ଅନ୍ୟ କେହି ବହୁତ ହାମବର୍ଗର୍ସ ଖାଇବେ, ତେବେ ସେମାନଙ୍କ ରକ୍ତରେ ଅଧିକ ପରିପୂର୍ଣ୍ଣ ଚର୍ବି ପାଇବ ।"

ୱାକର କହିଛନ୍ତି ଯେ, ରକ୍ତରେ ଥିବା ଫ୍ୟାଟି ଏସିଡ୍ ବ୍ରେଷ୍ଟ ମିଲ୍କରେ ମିଳୁଛି କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ପ୍ରଥମ ଥର ପାଇଁ କରାଯାଇଛି । ସେ ଏକ ବିଶ୍ୱବିଦ୍ୟାଳୟର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, "ଯେଉଁ ମହିଳାମାନେ ସ୍ବତନ୍ତ୍ର ଭାବରେ ସ୍ତନ୍ୟପାନ କରାଉଛନ୍ତି ସେମାନଙ୍କ ରକ୍ତରେ ଦେଖାଯାଉଥିବା ଅଧିକାଂଶ ଫ୍ୟାଟି ଏସିଡ୍ ବ୍ରେଷ୍ଟ ମିଲ୍କରେ ଉପଲବ୍ଧ ଥିବା ଦେଖିବାକୁ ମିଳିଛି ।" କିନ୍ତୁ କ୍ରନିକ୍ ପ୍ରଦାହ ଥିବା ମହିଳାଙ୍କ ପାଇଁ ଯେଉଁମାନେ ପର୍ଯ୍ୟାପ୍ତ ଦୁଗ୍ଧ ତିଆରି କରିବାକୁ ସଂଘର୍ଷ କରୁଥିଲେ ସେମାନଙ୍କଠାରେ ଏହା ଦେଖାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ଦୃଢ ପ୍ରମାଣ ଯେ, କ୍ରନିକ୍ ପ୍ରଦାହ ଥିବା ମହିଳାଙ୍କ ପାଇଁ ଫ୍ୟାଟି ଏସିଡ୍ ସ୍ତନ କ୍ଷୀରର ଗ୍ରନ୍ଥିରେ ପ୍ରବେଶ କରିବାରେ ସକ୍ଷମ ନୁହେଁ ।

ଏହି ଅଧ୍ୟୟନ ପାଇଁ, ଗବେଷକମାନେ ସିନ୍ସିନାଟି ଚାଇଲ୍ଡ ହସପିଟାଲ ଆଣ୍ଡ ସିନ୍ସିନାଟି ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅଧ୍ୟୟନରେ ବ୍ଲଡ୍ ଏବଂ ମିଲ୍କ ଉପରେ ଅନୁଧ୍ୟାନ କରିଥିଲେ । ମୂଳ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ 23 ଜଣ ମାଆ, ଯେଉଁମାନେ ସବୁଠୁ କମ୍ ସ୍ତନପାନ କରାଉଥିଲେ ସେମାନେ ସାମିଲ ଥିବାବେଳେ ମଧ୍ୟମ କ୍ଷୀର ଉତ୍ପାଦନ ହେଉଥିବା 20 ମାଆ ଏବଂ 18 ଜଣ ଏକ କଣ୍ଟ୍ରୋଲ୍ ଗ୍ରୁପ୍ ଥିଲେ, ଯେଉଁମାନେ ସ୍ୱତନ୍ତ୍ର ଭାବରେ ସ୍ତନ୍ୟପାନ କରାଇଥାନ୍ତି ସେମାନେ ସାମିଲ ଥିଲେ । ଏଥିରୁ ଜଣାପଡିଲା ଯେ, ଅନ୍ୟ ମାଆଙ୍କ ତୁଳନାରେ, ଯେଉଁମାନଙ୍କର କ୍ଷୀର ବହୁତ କମ୍, ସେମାନଙ୍କ ମଧ୍ୟରେ ମେଦବହୁଳତା ଏବଂ ସିଷ୍ଟମିକ୍ ପ୍ରଦାହର ଜୈବିକ ମାର୍କର ଯଥେଷ୍ଟ ଅଧିକ ଥିଲା । କ୍ଷୀର ଏବଂ ରକ୍ତ ଫ୍ୟାଟି ଏସିଡ୍ ନିୟନ୍ତ୍ରଣ ଗୋଷ୍ଠୀରେ ଦୃଢ ଭାବରେ ସଂଯୁକ୍ତ ହୋଇଥିବା ବେଳେ ମଧ୍ୟମ କିମ୍ବା ଅତି କମ୍ ଦୁଗ୍ଧ ଉତ୍ପାଦନ କରୁଥିବା ଗୋଷ୍ଠୀର ମାଆମାନଙ୍କଠାରେ ଏହା ଦେଖାଯାଇ ନଥିଲା ।

ଅଧ୍ୟୟନର ଜଣେ ସହ-ଲେଖକ କହିଛନ୍ତି ଯେ, ସ୍ତନ୍ୟପାନ ଦ୍ବାରା ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ଅସଂଖ୍ୟ ଲାଭ ରହିଛି, ଯେଉଁଥିରେ ମାଆଙ୍କ ପାଇଁ କ୍ରନିକ୍ ରୋଗର ଆଶଙ୍କା ଏବଂ ଶିଶୁଙ୍କ ପାଇଁ ସଂକ୍ରମଣର ଆଶଙ୍କା କମ୍ ରହିଛି । ଏହି ଗବେଷଣା ଆମକୁ ବୁଝିବାରେ ସାହାଯ୍ୟ କରେ ଯେ, ଅଧିକ ଓଜନ ଏବଂ ପ୍ରଦାହ ଜଣେ ମାଆ ଓ ନବଜାତ ଉପରେ କି କି ପ୍ରଭାବ ପକାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.