ETV Bharat / sukhibhava

ମୋଟାପଣ ସହ ଅଧିକ ମାସିକ ଋତୁସ୍ରାବ, ଗର୍ଭାଶୟ ଦୁର୍ବଳ ହେବା ସମ୍ପୃକ୍ତ: ଅଧ୍ୟୟନ

author img

By

Published : Apr 11, 2021, 9:23 PM IST

ମହିଳାମାନଙ୍କ ପାଇଁ ଶରୀରର ଓଜନ କମାଇବା ପାଇଁ ଅନ୍ୟ ଏକ କାରଣ ରହିଛି । ମୋଟାପଣ ବା ମେଦବହୁଳତା ସହିତ ଅଧିକ ପରିମାଣର ମାସିକ ଋତୁସ୍ରାବର ସମ୍ବନ୍ଧ ରହିଛି । ଏହା ଗର୍ଭାଶୟରେ ପ୍ରଦାହ ବଢାଇଥାଏ, ବନ୍ଦ ହେବାରେ ବିଳମ୍ବ ହୁଏ । ଉଭୟ ମହିଳା ଓ ମୂଷାଙ୍କ ଶରୀରରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାଯାଇଛି ।

ମୋଟାପଣ ସହ ଅଧିକ ମାସିକ ଋତୁସ୍ରାବ, ଗର୍ଭାଶୟ ଦୁର୍ବଳ ହେବା ସମ୍ପୃକ୍ତ: ଅଧ୍ୟୟନ
ମୋଟାପଣ ସହ ଅଧିକ ମାସିକ ଋତୁସ୍ରାବ, ଗର୍ଭାଶୟ ଦୁର୍ବଳ ହେବା ସମ୍ପୃକ୍ତ: ଅଧ୍ୟୟନ

ମହିଳାମାନଙ୍କ ପାଇଁ ଶରୀରର ଓଜନ କମାଇବା ପାଇଁ ଅନ୍ୟ ଏକ କାରଣ ରହିଛି । ମୋଟାପଣ ବା ମେଦବହୁଳତା ସହିତ ଅଧିକ ପରିମାଣର ମାସିକ ଋତୁସ୍ରାବର ସମ୍ବନ୍ଧ ରହିଛି । ଏହା ଗର୍ଭାଶୟରେ ପ୍ରଦାହ ବଢାଇଥାଏ, ବନ୍ଦ ହେବାରେ ବିଳମ୍ବ ହୁଏ । ଉଭୟ ମହିଳା ଓ ମୂଷାଙ୍କ ଶରୀରରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାଯାଇଛି ।

ବ୍ରିଟେନର ସ୍କଟଲାଣ୍ଡସ୍ଥିତ ଏଡିନବର୍ଗ ବିଶ୍ବବିଦ୍ୟାଳୟର ଗବେଷଣାକାରୀଙ୍କ ଦ୍ବାରା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀର ବୃଦ୍ଧି ବା ବଡି ମାସ୍ ଇଣ୍ଡେକ୍ସ (ବିଏମଆଇ) ଏବଂ ମହିଳାଙ୍କ ଅଧିକ ଋତୁସ୍ରାବ ମଧ୍ୟରେ ସମ୍ପର୍କ ହୁଏତ ଦୁର୍ବଳ ହୋଇପାରେ କିନ୍ତୁ ପରିସଂଖ୍ୟନରୁ ଏନେଇ ଉଲ୍ଲେଖନୀୟ ତଥ୍ୟ ମିଳିଛି ।

ମାଉସ୍ ଅଧ୍ୟୟନରୁ ଗବେଷଣାକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ, ମାସିକ ଋତୁସ୍ରାବ ପରେ ଗର୍ଭାଶୟ ଯେତେବେଳ ତାହାର ପୂର୍ବାବସ୍ଥାକୁ ଫେରିବାକୁ ଆରମ୍ଭ କରେ ସେ ସମୟରେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇଥିବା ମୂଷାର ଗର୍ଭାଶୟ ଲାଇନିଂର ମରାମତି ପ୍ରକ୍ରିୟା ସ୍ବାଭାବିକ ଖାଦ୍ୟ ଖାଇଥିବା ମୂଷା ତୁଳନାରେ ବିଳମ୍ବିତ ହୁଏ ।

ମୂଷାର ଗର୍ଭ ଟିସୁ ଉପରେ ହୋଇଥିବା ଅଧିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ଶରୀର ଓଜନ ଅଧିକ ଥିବା ମୂଷା କ୍ଷେତ୍ରରେ ପୋଡ଼ାଜଳା ଯନ୍ତ୍ରଣା ଅଧିକ ହୋଇଥାଏ। ଏହି ଅଧ୍ୟୟନର ସମ୍ପୂର୍ଣ୍ଣ ବିବରଣୀ ଜର୍ଣ୍ଣାଲ ଅଫ୍ ଏଣ୍ଡୋକ୍ରିନୋଲୋଜିରେ ଦିଆଯାଇଛି । ବିଶ୍ବବିଦ୍ୟାଳୟରେ ଏମଆରସି ସେଣ୍ଟର ଫର ରିପ୍ରଡକ୍ଟିଭ ହେଲଥର ଜ୍ୟାକଲିନ ମେବିନ କହିଛନ୍ତି ଯେ, " ଆମ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମେଦବହୁଳତା କାରଣରୁ ପୋଡାଜଳା ଅଧିକ ହେବାରୁ ଋତୁସ୍ରାବ ମଧ୍ୟ ଅଧିକ ହୋଇଥାଏ ଏବଂ ସେମାନଙ୍କର ଗର୍ଭାଶୟର ମରାମତି ବିଳମ୍ବିତ ହୋଇଥାଏ । "

ମୋଟାପଣ ଥିବା ମହିଳାଙ୍କ ଅଧିକ ଋତୁସ୍ରାବର ଚିକିତ୍ସା ପାଇଁ ଓଜନ କମାଇବା ଏବଂ ଆଣ୍ଟି-ଇନଫ୍ଲେମାଟୋରୀ ଔଷଧ ଖାଇବା ପାଇଁ ଅଧ୍ୟୟନରେ ପରାମର୍ଶ ଦିଆଯାଇଛି । ମେବିନ୍ କହିଛନ୍ତି ଯେ,"କେବଳ ଏହି ଅଧ୍ୟୟନକୁ ଆଧାର କରି ସେଭଳି କିଛି ଦୃଢ ସୁପାରିସ କରିବା କଷ୍ଟକର, ହେଲେ ଅଧିକ ବିଏମଆଇ ଥିବା ମହିଳାମାନଙ୍କୁ ଓଜନ କମାଇବା ଏକ ସାଧାରଣ ପରାମର୍ଶ ହୋଇପାରେ ।

ସେ କହିଛନ୍ତି ଯେ, ଅବଶ୍ୟ ଏହାଦ୍ବାରା ପ୍ରବଳ ରକ୍ତସ୍ରାବ (ଯେପରିକି ଫାଇବ୍ରଏଡ, ରକ୍ତସ୍ରାବ, କର୍କଟ)ର ଅନ୍ୟାନ୍ୟ ମୂଳ କାରଣର ପରୀକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା ବଦଳାଇବା ଉଚିତ୍ ନୁହେଁ । ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟକ୍ତିଗତ ସ୍ତରରେ ଏହାର ଚିକିତ୍ସା କରାଯିବା ଉଚିତ୍ ।

ଅଧ୍ୟୟନ ପାଇଁ ଗବେଷଣାକାରୀଙ୍କ ଦଳ ନିୟମିତ ଋତୁସ୍ରାବ ହେଉଥିବା 121 ଜଣ ମହିଳାଙ୍କ ବିଏମଆଇ ଏବଂ ମାସିକ ଋତୁସ୍ରାବର ମାପ କରିଛନ୍ତି । ଏହି ମହିଳାମାନେ କୌଣସି ପ୍ରକାର ହରମୋନ ମେଡିସିନ ନେଇନଥିଲେ ଏବଂ ଗାଇନୋକୋଲୋଜି କ୍ଲିନିକ ଆଟେଣ୍ଡ କରୁଥିଲେ ।

ଋତୁସ୍ରାବର ଅନୁକରଣ ପୂର୍ବରୁ ମୂଷାଙ୍କୁ ସ୍ବାଭାବିକ ଖାଦ୍ୟ ଏବଂ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଦିଆଯାଉଥିଲା । ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଇଥିବା ମୂଷାର ଓଜନ ସ୍ବାଭାବିକ ଖାଦ୍ୟ ଖାଇଥିବା ମୂଷାର ଓଜନ ତୁଳନାରେ ଯଥେଷ୍ଟ ଅଧିକ ଥିଲା ।

(ଆଇଏଏନଏସ୍)

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.