କୋଭିଡ-୧୯ ମହାମାରୀ ଏକ ଗତିହୀନ ଜୀବନଶୈଳୀ ସୃଷ୍ଟି କରିଛି । କୋଭିଡ କଟକଣା ଯୋଗୁଁ ଜନସଂଖ୍ୟାର ଅଧା ଲୋକ ଘରେ ରହି କାମ କରୁଛନ୍ତି । ନିୟମିତ ଜୀବନଧାରାରେ ଲାଗିଛି ବ୍ରେକ୍ । ବଦଳିଯାଇଛି ଜୀବନଶୈଳୀ । ବସି ବସି ଅଧିକ ଖାଇଦେବା (ବିଞ୍ଜ ଇଟିଂ), ଘରୁ ନ ବାହାରିବା, ଆଳସ୍ୟ ପରାୟଣତା ଯୋଗୁଁ ଲୋକଙ୍କ ଓଜନ ବୃଦ୍ଧି ପାଇଛି, ଯାହା କି ବଡ ଉଦବେଗର କାରଣ ହୋଇଛି । ଇନ୍ଦୋର ଆପଲ୍ ହସପିଟାଲରେ କାର୍ଯ୍ୟରତ ଡକ୍ଟର ସଂଜୟ କେ. ଜୈନ କହନ୍ତି ଯେ, ଆବଶ୍ୟକତାରୁ ଶରୀରର ଅଧିକ ଓଜନ ହିଁ ମେଦବହୁଳତା । ମେଦବହୁଳତା ନିରୂପଣ ପାଇଁ ବଡି ମାସ ଇଂଡେକ୍ସ –ବିଏମଆଇ ବ୍ୟବହାର କରାଯାଏ । କିଲୋଗ୍ରାମ ଓ ଉଚ୍ଚତା ଆଧାରରେ ମେଦବହୁଳତା ମପାଯାଏ ।
ଏଭଳି ଭାବେ ମେଦବହୁଳତାର ଗ୍ରେଡ୍ ଚିହ୍ନଟ କରାଯାଏ । ସାଧାରଣତଃ ମେଦବହୁଳତାକୁ ୩ଟି ଗ୍ରେଡରେ ବିଭକ୍ତ କରାଯାଇଥାଏ । ମେଦବହୁଳତାର କାରଣ ମେଦବହୁଳତାର ଦୁଇ ପ୍ରମୁଖ କାରଣ ଥାଏ ବୋଲି ଡକ୍ଟର ସଂଜୟ କହନ୍ତି । ସେଗୁଡିକ ହେଲା –
୧ . ଉପଯୁକ୍ତ ଆହାର ନ ଖାଇବା ବା ଅଧିକ ଖାଇବା
୨. ଶାରୀରିକ କାର୍ଯ୍ୟକଳାପର ଅଭାବ ଏହାଛଡା ଏହାପଛରେ ଜେନେଟିକ କାରଣ ବି ଥାଏ । ବଂଶାନୁକ୍ରମିକ କାରଣରୁ ବି ମେଦବହୁଳତା ହୋଇଥାଏ । ଅନ୍ୟ କିଛି ନିର୍ଦ୍ଦିଷ୍ଟ ରୋଗ ଓ ମେଡିକେସନ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ବି ମେଦବହୁଳତା ପାଇଁ ଦାୟୀ । ଆଜିର କଠିନ ସମୟରେ ଆମେ ଯେତେବେଳେ ଘରୁ କାମ କରୁଛେ । ଘରେ ଅଧିକାଂଶ ସମୟ ରହୁଥିବାରୁ ଟିକେ ସମୟ ମିଳିଲେ ଟିଭି ବା ମୋବାଇଲ ଦେଖୁଥାଉ । ଏହାଛଡା ଘରେ ବସିରହୁଥିବାରୁ ଖାଇବା ଶୈଳୀରେ ବି ପରିବର୍ତନ ହୋଇଛି ।ଆଗ ଅପେକ୍ଷା ଅଧିକ ଖାଉଛୁ ଓ ଅନିୟନ୍ତ୍ରିତ ଭାବେ ଖାଉଛୁ ।
ଏହାଛଡା ଏକ ଅବସାଦ ମୁକ୍ତ ଜୀବନ ଶୈଳୀରେ ଆମେ ଅଧିକ ଆରାମ କରିଥାଉ । ଏସବୁ ମେଦବହୁଳତାର କାରଣ ହୋଇଥାଏ ବୋଲି ଆମର ବିଶେଷଜ୍ଞ କହନ୍ତି । ଲକଡାଉନ ସମୟରେ ଓଜନ ବଢିଯାଇଥିବା ଅନେକ ରୋଗୀଙ୍କ ସଂପର୍କରେ ସେ ଆସିଛନ୍ତି ବୋଲି ନିଜେ ଡକ୍ଟର ସଂଜୟ ଜୈନ କହିଛନ୍ତି । ମେଦବହୁଳତା ଅନ୍ୟ ରୋଗର କାରଣ ମେଦବହୁଳତା ଅନ୍ୟ ରୋଗର କାରଣ ବି ହୋଇପାରେ । ସେହି ରୋଗଗୁଡିକ ହେଲା
. ହାଇପରଟେନସନ
. ଡାଇବେଟିସ
. ହାଇ କୋଲଷ୍ଟେରଲ
. ଓଷ୍ଟିଓପୋରୋସିସ୍
. ଓଷ୍ଟିଓଆର୍ଥିରିଟିସ୍
. ହୃଦରୋଗ ବା ଷ୍ଟ୍ରୋକସ୍
. କିଡନୀ ଅଚଳ
. ଲିଭର କ୍ୟାନସର ଭଳି କିଛି ନିର୍ଦ୍ଦିଷ୍ଟ କ୍ୟାନସର
ଓଭରଇଟିଂରୁ ଦୂରେଇ ରହନ୍ତୁ
ଓଭରଇଟିଂ ଏଡାଇବା ପାଇଁ ଜଣେ ଦିନକୁ ସଠିକ୍ ସିଡ୍ୟୁଲ ପ୍ରସ୍ତୁତ କରି ତାହା କଡାକଡି ଭାବେ ପାଳନ କରିବା ଦରକାର ବୋଲି ଡକ୍ଟର ସଂଜୟ କହନ୍ତି । ୨୪ ଘଂଟିଆ ସିଡ୍ୟୁଲରେ ସଠିକ ମିଲ୍ ଟାଇମ୍ ନିର୍ଧାରିତ କରିବା ଦରକାର । ଏହି ସମୟ ମଧ୍ୟରେ ଅନାବଶ୍ୟକ ଭାବେ ଏଣୁତେଣୁ ଖାଇବା ଅନୁଚିତ । ଦୁଇ ମିଲ୍ ମଧ୍ୟରେ ଅସ୍ୱାସ୍ଥ୍ୟକର ସ୍ନାକସ୍ ଖାଇବାରୁ ବିରତ ରହିବା ଦରକାର । ଦିନକ ପାଇଁ ବା ପୁରା ସପ୍ତାହକ ପାଇଁ ଡାଏଟ ପ୍ଲାନ କରିବା ଦରକାର । ଯଦି ଆପଣଙ୍କ ଓଜନ ଆବଶ୍ୟକତାଠାରୁ ଅଧିକ ହୋଇଯାଇଥାଏ, ତାହା ହେଲେ କଣ ଖାଇବେ, ନ ଖାଇବେ, କେତେ ଖାଇବେ, ସେ ନେଇ ଜଣେ ଡାଏସିଆନ ସହ ପରାମର୍ଶ କରିବା ଦରକାର । ପ୍ରତିରୋଧକ ଶକ୍ତି ବୃଦ୍ଧି ନାଁରେ ଓଭରଇଟିଂ କୋରୋନା ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛନ୍ତି । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବୃୃଦ୍ଧି ପାଇଁ
ଲୋକେ ଅଧିକ ପ୍ରୋଟିନ, ଫ୍ୟାଟ ଓ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଅଧିକ ପରିମାଣରେ ଖାଇଦିଅନ୍ତି । କିନ୍ତୁ କେଉଁ ଖାଦ ବି ଅଧିକ ପରିମାଣରେ ଖାଇବା ଅନୁଚିତ ବୋଲି ଆମ ବିଶେଷଜ୍ଞ ଡକ୍ଟର ସଂଜୟ ଜୈନ କହନ୍ତି । ଶରୀରର ଆବଶ୍ୟକତା ଅନୁସାରେ ହିଁ ଖାଦ୍ୟ ଖାଇବା ଦରକାର । ବଜାରରେ ସହଜଭାବେ ମିଳୁଥିବା କୃତ୍ରିମ ସପ୍ଲିମେଂଟ୍ସ ସେବନରୁ ଦୂରେଇ ରହିବା ବି ଜରୁରୀ ।
ମେଦବହୁଳତା ଏଡାଇବା ପାଇଁ କିଛି ଟିପ୍ସ
. ଚର୍ବି ଅଧିକ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ରିଫାଇନଡ୍ ସୁଗର ଥିବା ଖାଦ୍ୟ ଯେପରିକି ପିଜା, ବର୍ଗର ଆଦି ଖାଦ୍ୟରୁ ଦୂରେଇ ରହନ୍ତୁ । ଅଧିକ ସୁଗର ଥିବା ଖାଦ୍ୟ ବି ଖାଆନ୍ତୁ ନାହିଁ ।
. ଏକ ସନ୍ତୁଳିତ ଆହାର ଉପରେ ଗୁରୁତ୍ୱ ଦିଅନ୍ତୁ । ସନ୍ତୁଳିତ ଆହାରରେ ୫୦ରୁ ୫୫ ପ୍ରତିଶତ ଶ୍ୱେତସାର, ୩୦ ପ୍ରତିଶତ ପୁଷ୍ଟିସାର ଓ ୧୫ ପ୍ରତିଶତ ଫ୍ୟାଟ୍ ରହିବା ଦରକାର । ଯଦି ଏହି ସନ୍ତୁଳନ ବଜାୟ ରହେ ନାହିଁ,ତାହା ହେଲେ ମେଦବହୁଳତାର ସମ୍ଭାବନା ଅଧିକ ।
. ଆହାରରେ ସାଲାଡ୍ ଓ ସବୁଜ ପନିପରିବା ବ୍ୟବହାର କରନ୍ତୁ । କାରଣ ଏଗୁଡିକରେ ଫାଇବର ଓ ଲୋ କ୍ୟାଲୋରୀ ଥାଏ ।
. ପ୍ରତିଦିନ କିଛି ନା କିଛି ଶାରୀରିକ କାର୍ଯ୍ୟକଳାପରେ ବ୍ୟସ୍ତ ରହନ୍ତୁ । ପ୍ରତିଦିନ ୪୫ ମିନିଟ ଦ୍ରୁତ ଗତିରେ ଚାଲିବା ଦରକାରା ଯଦି କୋରୋନା ପରିସ୍ଥିତି ଯୋଗୁଁ ଆପଣ ଘରୁ ବାହାରି ପାରୁନାହାନ୍ତି, ତାହା ହେଲେ ସ୍ପଟ୍ ଜଗିଂ, ସ୍କିପିଂ କରିବା ଉଚିତ ।
. ଯୋଗ ,ଏରୋବିକ୍ସ ଅଭ୍ୟାସ ସମେତ ୩୦ରୁ ୪୫ ମିନିଟ ଯାଏଁ ଯେ କୌଣସି ବ୍ୟାୟାମ କରିବା ବାଂଛନୀୟ ।
. ନିଜକୁ ଦୁଶ୍ଚିନ୍ତା ଓ ଇମୋସନାଲ ଇଟିଂରୁ ଦୂରେଇ ରଖନ୍ତୁ । ମେଦବହୁଳତା ଏଡାଇବା ପାଇଁ ଲୋକେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । ଏ ଦିଗରେ ଟିକେ ଯତ୍ମଶୀଳ ହେବା ଦରକାର । ଜୀବନଶୈଳୀରେ ବି ପରିବର୍ତନ ଦରକାର ।