ETV Bharat / sukhibhava

ଶୀଘ୍ର ବାର୍ଦ୍ଧକ୍ୟ ଆଣେ ସିଗାରେଟ: ରିସର୍ଚ୍ଚ - ଶରୀର ଉପରେ ସିଗାରେଟର ପ୍ରଭାବ

ସିଗାରେଟ ଶରୀର ଉପରେ ଅନେକ କୁପ୍ରଭାବ ପକାଉଥିବା ବେଳେ ଏହା ଶୀଘ୍ର ବାର୍ଦ୍ଧକ୍ୟ ଆଣେ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଅଧିକ ପଢନ୍ତୁ

smoking can make you age faster
smoking can make you age faster
author img

By ETV Bharat Odisha Team

Published : Sep 12, 2023, 5:33 PM IST

ହାଇଦ୍ରାବାଦ: ଧୂମପାନ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ। ଏହା ଫୁସଫୁସ ସହିତ ସମଗ୍ର ଶରୀର ଉପରେ ପ୍ରଭାବ ପକାଇଥାଏ ବୋଲି ସମସ୍ତ ଜାଣନ୍ତି। କିନ୍ତୁ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଏହା ଶରୀର ପ୍ରଭାବ ବୟସ ଉପରେ ମଧ୍ୟ ପଡିଥାଏ। ତେଣୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରହିବାକୁ ଚାହୁଁଥିଲେ ଧୂମ୍ରପାନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି। 500000 ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରେ ଏହା କୁହାଯାଇଛି।

ଇଟାଲୀର ମିଲାନରେ ଥିବା ୟୁରୋପୀୟନ ରେସ୍ପିରେଟାରୀ ସୋସାଇଟି ଇଣ୍ଟରନ୍ୟାସନାଲ କଂଗ୍ରେସରେ ସ୍ଥାପିତ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡିଛି ଯେ, ଧୂମପାନ ଦ୍ବାରା ପ୍ରତିରକ୍ଷା ପ୍ରଣାଳୀର ଶ୍ବେତରକ୍ତକଣିକାରେ ଗୁଣସୁତ୍ରକୁ ଛୋଟ କରିଥାଏ। ଏହାର ଲମ୍ବାକୁ ଟେଲୋମେରେସ କୁହାଯାଏ। ଚୀନ୍‌ର ହାଙ୍ଗଜୋ ନର୍ମାଲ୍ ୟୁନିଭରସିଟିର ସ୍କୁଲ୍ ଅଫ୍ କ୍ଲିନିକାଲ୍ ମେଡିସିନର ସହକାରୀ ପ୍ରଫେସର ସିୟୁ ଡାଏ କହିଛନ୍ତି, "ଅଧ୍ୟୟନରୁ ଜଣାପଡିଛି ଯେ ଧୂମପାନ ସ୍ଥିତି ଏବଂ ସିଗାରେଟ୍ ପରିମାଣ ଲ୍ୟୁକୋସାଇଟ୍ ଟେଲୋମେରେସ ଦୈର୍ଘ୍ୟ ହ୍ରାସ କରିପାରେ। ଯାହା ଟିସୁର ମରାମତି, ପୁନଃ ଗଠନ ଏବଂ ବାର୍ଦ୍ଧକ୍ୟକୁ ସୂଚାଇଥାଏ। ଏନ୍ୟ ଅର୍ଥରେ ଯଦି କହିବା ଧୂମପାନ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ।

ଟେଲୋମେରସ୍ ହେଉଛି ଡିଏନଏ କ୍ରମର ଲମ୍ବ ଯାହା କ୍ରୋମୋଜୋମର ରକ୍ଷା କରିଥାଏ। ପ୍ରତ୍ୟେକ ଥର ଏକ କୋଷ ବିଭାଜନ ହେଲେ, ଟେଲୋମେରସ୍ ଅଳ୍ପ ଛୋଟ ହୋଇଯାଏ, ଶେଷରେ ଏତେ ଛୋଟ ହୋଇଯାଏ ଯେ କୋଷଟି ଆଉ ସଫଳତାର ସହିତ ବିଭାଜିତ ହୋଇପାରିବ ନାହିଁ। ଫଳରେ ଶୀଘ୍ର ବାର୍ଦ୍ଧକ୍ୟ ଆସିଥାଏ ବୋଲି କୁହାଯାଇଛି। ଶ୍ବେତ ରକ୍ତକଣିକା(ଲ୍ୟୁକୋସାଇଟ୍ )ରେ ଟେଲୋମେରେସ ଦୈର୍ଘ୍ୟକୁ ଧୂମପାନ ସହିତ ଜଡିତ କରାଯାଇଥିଲା। କିନ୍ତୁ ଧୂମପାନର ସ୍ଥିତି ଏବଂ ଧୂମପାନ କରୁଥିବା ସିଗାରେଟର ପରିମାଣ ଟେଲୋମେରେସ ଦୈର୍ଘ୍ୟ ଉପରେ ପ୍ରଭାବ ପକାଉଛି କି ନାହିଁ ସେ ବିଷୟରେ ଅନୁସନ୍ଧାନ କରାଯାଇ ନାହିଁ।

ଏହା ମଧ୍ୟ ପଢନ୍ତୁ: Passive Smoking: ସିଗାରେଟ ଟାଣୁଥିବା ଲୋକଙ୍କ ସହ ରହିଲେ ମଧ୍ୟ କ୍ୟାନ୍ସର ହୁଏ କି ?

ଅନୁସନ୍ଧାନକାରୀମାନେ 472,174 ୟୁକେ ବାୟୋବ୍ୟାଙ୍କ ଅଂଶଗ୍ରହଣକାରୀଙ୍କ ଠାରୁ ଜିନୋମିକ୍ ତଥ୍ୟ ସଂଗ୍ରହ କରିଥିଲେ। ବର୍ତ୍ତମାନ ଧୂମପାନ କରୁଥିବା, ପୂର୍ବରୁ ଧୂମପାନ କରିଥିବା ଏବଂ କେବେ ମଧ୍ୟ ଧୂମପାନ କରିଥିବା ବ୍ୟକ୍ତିଙ୍କର ତଥ୍ୟ ସଂଗ୍ରହ କରାଯାଇଥିଲା। ସେମାନେ ଜାଣିବାକୁ ପାଇଲେ ଯେ ସାମ୍ପ୍ରତିକ ଧୂମପାନ ସ୍ଥିତି କ୍ଷୁଦ୍ର ଲ୍ୟୁକୋସାଇଟ୍ ଟେଲୋମେର ଦୈର୍ଘ୍ୟ ସହିତ ପରିସଂଖ୍ୟାନିକ ଭାବରେ ଜଡିତ ଥିଲା। ଯେତେବେଳେ ଅତୀତର ଧୂମପାନକାରୀ ଏବଂ ଯେଉଁମାନେ କେବେ ଧୂମପାନ କରିନଥିଲେ ସେମାନେ ଲ୍ୟୁକୋସାଇଟ୍ ଟେଲୋମେର ଦୈର୍ଘ୍ୟରେ ବା ଲମ୍ବାରେ ବିଶେଷ ହ୍ରାସ ଦେଖିନଥିଲେ। ଅଧିକ ସିଗାରେଟ୍ ଟାଣୁଥିବା ଲୋକଙ୍କ ମଧ୍ୟରେ ଲ୍ୟୁକୋସାଇଟ୍ ଟେଲୋମେରର ଲମ୍ବ ଯଥେଷ୍ଟ କମିଯାଇଥିଲା ବା ହ୍ରାସ ପାଇଯାଇଥିଲା। ପ୍ରଫେସର ସିୟୁ ଡାଏ ଆହୁରି ମଧ୍ୟ କହିଛନ୍ତି ଯେ, ଧୂମପାନ ଦ୍ବାରା ଲ୍ୟୁକୋସାଇଟ ଟୋଲେମେରର ଲମ୍ବା କମ ହୋଇପାରେ। ଏହା ଦ୍ବାରା ହୃଦରୋଗ, ମଧୁମେହ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.