ହାଇଦ୍ରାବାଦ: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଥଣ୍ଡା ପାଗ ଯୋଗୁଁ ଚର୍ମ ଶୁଖିଲା ପଡ଼ିଯାଏ । ଏଥିଲାଗି ଗୋଇଠି ମଧ୍ୟ ଫାଟିବା ଆରମ୍ଭ କରେ । ଏହା ଅତି ସାଧାରଣ କଥା ହୋଇଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟେ । କିଛି ଲୋକଙ୍କ ଗୋଇଠି ଫାଟି ଅସହ୍ୟ ଯନ୍ତ୍ରଣା ହେବା ସହିତ ରକ୍ତ ମଧ୍ୟ ବାହାରିଥାଏ । ଫଳରେ ଲୋକମାନେ psoriasis ଓ eczema ଭଳି ସମସ୍ୟା ଭୋଗିଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର ସହାୟକ ହୋଇଥାଏ । ଏହା କେବଳ ଯେ ଶୁଖିଲା ବା ଥଣ୍ଡା ପାଗ ପାଇଁ ହୋଇଥାଏ ତାହା ନୁହେଁ ବରଂ ଏହାର ଅନ୍ୟାନ୍ୟ କାରଣ ରହିଛି । ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
- ଚଟାଣରେ ଅଧିକ ସମୟ ଠିଆ ହେବା
- ପଛ ଫାଙ୍କ ଥିବା ଜୋତା ବା ଚପଲ ପିନ୍ଧିବା
- ଗୋଇଠିରେ ମୋଟା ଚର୍ମ(Calluses) ରହିଥିଲେ
- ମେଦବହୁଳତା, ଯାହାକି ଗୋଇଠି ଉପରେ ଅଧିକ ପ୍ରଭାବ ପକାଏ
- Psoriasis ଓ eczema ଭଳି କିଛି ସମସ୍ୟା
ତେବେ କିପରି ଏହି ସମସ୍ୟାରୁ ଆମେ ମୁକ୍ତି ପାଇବା ? କିଛି ପ୍ରାକୃତିକ ବା ଘରୋଇ ଉପଚାର ମଧ୍ୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
1. ପ୍ରଚୁର ପାଣି ପିଅନ୍ତୁ(Drink Plenty of Water):- ପ୍ରଚୁର ପାଣି ପିଇବା ଦ୍ବାରା ଏହା ଆମ ଶରୀରକୁ ହାଇଡ୍ରେଟେଡ଼ ରଖିଥାଏ । ଏଣୁ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକ । ପ୍ରଚୁର ପାଣି ପିଇବା ଦ୍ବାରା ଏହା ଗୋଇଠିକୁ ଶୁଖିବାକୁ ଦିଏ ନାହିଁ ଏବଂ ଫାଟିଯାଇଥିବା ଗୋଇଠି ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ ।
2. ଗୋଇଠିକୁ ଉଷୁମ ପାଣିରେ ଭିଜାଇ ରଖନ୍ତୁ(Soak your feet):- ନଖ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପାଦକୁ ୧୫ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହାପରେ ଲୁଫା ବା ନରମ ବ୍ରସ ବ୍ୟବହାର କରି ଗୋଇଠିକୁ ଘଷନ୍ତୁ । ଏହାପରେ ଏଥିରୁ ମୃତ କୋଷକୁ ହଟାଇ ଦିଅନ୍ତୁ । ଏହା ନୂଆ କୋଷ ତିଆରି କରିବାରେ ସହାୟକ ହୋଇଥାଏ ।
3. ପମିସ୍ ଷ୍ଟୋନ ବ୍ୟବହାର କରନ୍ତୁ(Use a Pumice Stone):- ସପ୍ତାହରେ ତିନିଥର ଗାଧୋଇବା ସମୟରେ ଏକ ପମିସ୍ ପଥର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ମନେରଖନ୍ତୁ ଏହାକୁ ଅଧିକ ସମୟ ବ୍ୟବହାର କରିବେ ନାହିଁ । ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବାରେ, ପାଦକୁ ନରମ ଏବଂ ଫାଟମୁକ୍ତ ରଖିବାରେ ପମିସ୍ ପଥର ସାହାଯ୍ୟ କରେ ।
4. ପେଟ୍ରୋଲିୟମ ଜେଲି ବ୍ୟବହାର କରନ୍ତୁ/(Use Petroleum Jelly):- ପେଟ୍ରୋଲିୟମ ଜେଲି ଆପଣଙ୍କ ଗୋଇଠିକୁ ଆର୍ଦ୍ର ରଖିବାରେ ସାହାଯ୍ୟ କରେ । ଆପଣଙ୍କ ତ୍ବଚାକୁ ମଧ୍ୟ ଏହା କୋମଳ ରଖିଥାଏ । ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ ଏବଂ ମୋଜା ପିନ୍ଧି ଏହାକୁ କିଛି ସମୟ ପର୍ଯ୍ୟନ୍ତ ବନ୍ଦ କରି ରଖନ୍ତୁ ।
5. ପ୍ରତ୍ୟେକ ଦିନ ମଶ୍ଚୁରାଇଜର ଲଗାନ୍ତୁ(Moisturize your feet daily):-ପ୍ରତିଦିନ ଗୋଇଠିରେ ମଶ୍ଚୁରାଇଜର ଲଗାନ୍ତୁ । ଏହା ଆପଣଙ୍କ ଗୋଇଠିକୁ ଶୁଖିଲା ରଖିବାରୁ ରକ୍ଷା କରିବ ଏବଂ ଗୋଇଠି କୋମଳ ରହିବ ।
6. ନଡ଼ିଆ ତେଲ ବା ସିଆ ବଟର୍ ବ୍ୟବହାର କରନ୍ତୁ(Use Coconut oil/Shea Butter):- ଆପଣ ନଡ଼ିଆ ତେଲ ବା ସିଆ ବଟର୍କୁ ପାଣିରେ ପାଦକୁ ଭିଜାଇ ସାରିବା ପରେ ଲଗାଇ ପାରିବେ । ନଡ଼ିଆ ତେଲରେ ଭିଟାମିନ ଇ ରହିଥାଏ । ଯାହାକି ଫାଟି ଯାଇଥିବା ଗୋଇଠିରୁ ଆପଣଙ୍କୁ ରକ୍ଷା କରେ । ଏହାସହିତ ସିଆ ବଟର୍ରେ ଭିଟାମିନ ଏ, ଇ ଓ ଏଫ ରହିଥାଏ । ଏହା ମଧ୍ୟ ଗୋଇଠିକୁ ଶୁଖିଲା ରଖିବାରୁ ରକ୍ଷା କରିଥାଏ ।
@IANS