ETV Bharat / sukhibhava

Lip Balm at Home: ସଫ୍ଟ ରହିବ ଓଠ, ଘରେ ପ୍ରସ୍ତୁତ କରି ଲଗାନ୍ତୁ ଲିପବାମ୍ - ପିଙ୍କ ଲିପ୍ସ

ଓଠ ସମସ୍ୟା ଗ୍ରୀଷ୍ମ ଋତୁରେ ମଧ୍ୟ ଦେଖାଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କମ ମୂଲ୍ୟରେ ଘରେ ଲିପବାମ୍ ତିଆରି କରି ଲଗାଇ ପାରିବେ । ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

Make lip balm at home
Make lip balm at home
author img

By

Published : Aug 14, 2023, 1:01 PM IST

ହାଇଦ୍ରାବାଦ: ଓଠ..ମୁହଁର ଏଭଳି ଏକ ଅଂଶ ଯାହା ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସାଧାରଣତଃ ଶୀତ ଋତୁରେ ବିଭିନ୍ନ ଚର୍ମ ସମସ୍ୟା ଦେଖା ଦେଇଥାଏ । ବାୟୁମଣ୍ଡଳରେ ଶୁଷ୍କତା କାରଣରୁ ଓଠର ଆର୍ଦ୍ରତା କମିଯାଇଥାଏ । ଫଳରେ ଓଠରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଏହି କାରଣ ଯୋଗୁଁ ସାଧାରଣତଃ ଶୀତ ଋତୁରେ ମଧ୍ୟ ଓଠର ବିଶେଷ ଯତ୍ନର ଆବଶ୍ୟକତା ରହିଥାଏ । କେବଳ ଶୀତ ଋତୁ କାହିଁକି ଏବେ ପାଣିପାଗରେ ପରିବର୍ତ୍ତନ ପାଇଁ ଲୋକେ ଓଠ ଶୁଷ୍କତା ହେଉବା ଫାଟିବା ସମସ୍ୟା ଦେଖା ଦେଉଛି । ଏଥିପାଇଁ ବଜାରରୁ ମିଳୁଥିବା ଲିପବାମ ଅପେକ୍ଷା ଆପଣ ଘରେ କମ ଖର୍ଚ୍ଚରେ ପ୍ରସ୍ତୁତ କରିପାରିବେ ଲିପବାମ । ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଦିଆଗଲା ।

ଲିପବାମର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ଗୋଲାପ ପାଖୁଡା ନେଇ ତାର ପେଷ୍ଟ ତିଆରି କରନ୍ତୁ। ଏହାପରେ ସେଥିରେ ଏକ ବଡ ଚାମରେ ସି ବଟର ଏବଂ ଆଲମଣ୍ଡ ଅଏଲ ମିଶାନ୍ତୁ । ଏହାପରେ ସେଥିରେ ଅଧା ଚାମଚ ମହୁକୁ ପକାଇ କମ ଆଞ୍ଚରେ ଗ୍ୟାସରେ ବସାନ୍ତୁ । ସବୁ ଉପାଦାନ ଭଲ ଭାବେ ମିଶିବା ଯାଏଁ ଏହାକୁ ଗ୍ୟାସରେ ବସାନ୍ତୁ । ମିଶ୍ରଣ ବହଳିଆ ହେବା ପରେ ଗ୍ୟାସ ବନ୍ଦ କରି ଫ୍ରିଜରେ ଥଣ୍ଡା ହେବାକୁ ରଖିଦିଅନ୍ତୁ । ଏହାପରେ ଏକ ବୋଟଲରେ ରଖି ଆପଣ ଓଠରେ ଲଗାଇପାରିବେ । ରାତିରେ ଶୋଇବା ପୂର୍ବରୁ ଲଗାଇଲେ ଏକ ସପ୍ତାହ ଭିତରେ ଫରକ ଜାଣିପାରିବେ ।

ଏହା ମଧ୍ୟ ପଢନ୍ତୁ: Pink Lips: ଆପଣାନ୍ତୁ ଏହି ଘରୋଇ ଉପଚାର, ପିଙ୍କ୍‌ ରହିବ ଓଠ

ବିଟ: ପ୍ରଥମେ 3 ଚାମଚ ବିଟ ରୁଟକୁ ନେଇ ଗ୍ୟାସରେ ଗରମ କରନ୍ତୁ । ଏହାପରେ ଗ୍ୟାସ ବନ୍ଦ କରି ସେଥିରେ ନଡିଆ ତେଲ ଏବଂ ଆଲୋଭେରାକୁ ମିଶାନ୍ତୁ । ଭଲ ଭାବେ ଗୋଳାଇ ଫ୍ରିଜରେ ରଖିଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଏକ ବୋଟଲରେ ରଖି ବ୍ୟବହାର କରିପାରିବେ । ଏକ ସପ୍ତାହ ଧରି ଏହାକୁ ବ୍ୟବହାର କରିବା ଦ୍ବାରା ଓଠ ଫଟା ରୋଗ ଭଲ ହୋଇଯାଇଥାଏ । ଆପଣ ଚାହିଁଲେ ବିଟ ପାଉଡରରେ ମଧ୍ୟ ବାମ୍ ତିଆରି କରିପାରିବେ । ଏକ ଚାମଚ ଜଡା ତେଲକୁ ନେଇ ସେଥିରେ ସି ବଟର, ଦୁଇ ଚାମଚ ନଡିଆ ତେଲ, ଏକ ଚାମଚ ମହୁକୁ ମିଶାନ୍ତୁ । ଏହାପରେ ମିଶ୍ରଣ ବହଳିଆ ହେବା ଯାଏଁ ଗ୍ୟାସରେ ବସାନ୍ତୁ । ଏହାପରେ ଏକ ଚାମଚ ବିଟରୁଟ ପାଉଡର ମିଶାନ୍ତୁ । ଏହାକୁ ଥଣ୍ଡା କରି ଓଠରେ ଲଗାଇ ପାରିବେ । ଏହି ମିଶ୍ରଣ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.