ETV Bharat / sukhibhava

National Safe Motherhood Day: ସଚେତନ ରହିଲେ ହ୍ରାସ ପାଇବ ମାତୃ ମୃତ୍ୟୁହାର - ଗର୍ଭାବସ୍ଥାରେ ମହିଳାଙ୍କ ଯତ୍ନ

ଆଜି ଜାତୀୟ ନିରାପଦ ମାତୃତ୍ବ ଦିବସ(National Safe Motherhood Day) । ଗର୍ଭାବସ୍ଥାରେ, ପ୍ରସବ ସମୟରେ କିମ୍ବା ପରବର୍ତ୍ତୀ ସମୟରେ ମହିଳାଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ୟୋଗାଇଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

National Safe Motherhood Day
National Safe Motherhood Day
author img

By

Published : Apr 11, 2023, 11:39 AM IST

ହାଇଦ୍ରାବାଦ: ଜଣେ ମହିଳା ଗର୍ଭଧାରଣ କରିବା ପରଠାରୁ ଏହା ତାଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଯାଏ । କେବଳ ମାଆ ନୁହଁ, ସମଗ୍ର ପରିବାର ପିଲାଟିର ନିରାପଦ ଓ ସୁସ୍ଥ ଜନ୍ମ ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି । ହେଲେ ଆଜି ବି ଏପରି ଅନେକ ମାଆ ଅଛନ୍ତି, ଯେଉଁମାନେ ଗର୍ଭାବସ୍ଥାରେ ଉପଯୁକ୍ତ ଯତ୍ନ ପାଇପାରୁ ନାହାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ନିରାପଦ ମାତୃତ୍ବ ଦିବସ(National Safe Motherhood Day) ରୂପେ ପାଳନ କରାଯାଉଛି ।

ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷଲକ୍ଷ ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ମାତୃ ମୃତ୍ୟୁହାର ମଧ୍ୟ କିଛି କମ୍ ନାହିଁ, କାରଣ ବିଶ୍ୱରେ ମାତୃ ମୃତ୍ୟୁହାର ପ୍ରାୟ 12 ପ୍ରତିଶତ ଭାରତରେ ଘଟିଥାଏ । ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ 45 ହଜାର ମହିଳା ଉପଯୁକ୍ତ ଗର୍ଭଧାରଣର ଅଭାବ ହେତୁ ପ୍ରାଣ ହରାନ୍ତି । ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ମାତୃତ୍ୱ ଯତ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏପ୍ରିଲ 11କୁ ଭାରତରେ ପ୍ରତିବର୍ଷ ଜାତୀୟ ନିରାପଦ ମାତୃତ୍ବ ଦିବସ ଭାବରେ ପାଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଛାତ୍ରୀଙ୍କ ଋତୁସ୍ରାବ ସ୍ବଚ୍ଛତା ଉପରେ ଦିଅ ଗୁରୁତ୍ବ

ହ୍ବାଇଟ ରିବନ୍ ଆଲାଏନ୍ସ ନାମକ ଏକ ବେସରକାରୀ ସଂଗଠନ ଏହି ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ତେଣୁ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଭାରତ ସରକାର 2003ରେ କସ୍ତୁରବା ଗାନ୍ଧୀଙ୍କ ଜନ୍ମ ବାର୍ଷିକ ଅବସରରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇ ଥିଲା । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମହିଳାମାନେ ଗର୍ଭାବସ୍ଥାରେ, ପ୍ରସବ ଓ ପରବର୍ତ୍ତୀ ସମୟରେ କିପରି ଆବଶ୍ୟକୀୟ ଚିକିତ୍ସା ଓ ଯତ୍ନ ପାଇପାରିବେ ।

ଦେଶରେ ପ୍ରତିବର୍ଷ ପ୍ରସବ ସମୟରେ ପ୍ରାୟ 45 ହଜାର ମାଆ ପ୍ରାଣ ହରାନ୍ତି, ଯାହାକି ପ୍ରତି ଏକ ଲକ୍ଷଙ୍କୁ ମଧ୍ୟରୁ 167 । ଏହି ସଂଖ୍ୟା ହ୍ରାସ କରିବା ପାଇଁ, ଗର୍ଭାବସ୍ଥାରେ ଏବଂ ମାତୃତ୍ୱ ପରେ ମଧ୍ୟ ମହିଳାମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଆବଶ୍ୟକ ଏବଂ ଏହାକୁ ବିଚାର କରି ଭାରତ ସରକାର 2003ରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରିବା ଆରମ୍ଭ କରିଥିଲେ ଏବଂ ହଜାରହଜାର ଲୋକଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ସରକାରଙ୍କ ଉଦ୍ୟମ, ବିଭିନ୍ନ ଯୋଜନା ପ୍ରଣୟନ ତଥା ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ ଦେଶରେ ମାତୃ ମୃତ୍ୟୁହାର ଅନେକାଂଶରେ ହ୍ରାସ ପାଇଛି । ସରକାରୀ ପରିସଂଖ୍ୟାନ ଅନୁଯାୟୀ 1990-2011-2013 ତୁଳନାରେ ଦେଶରେ ମାତୃ ମୃତ୍ୟୁହାର 67% ହ୍ରାସ ପାଇଛି । ଆଗକୁ ମଧ୍ୟ ସଚେତନ ରହିପାରିଲେ ଏପରି ଏକ ବିପଦକୁ ନିଶ୍ଚିତ ରୂପେ ଏଡାଯାଇ ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.