ETV Bharat / sukhibhava

ଜାତୀୟ ନାଚ୍ୟୁରୋପାଥି ଦିବସ, ପ୍ରାକୃତିକ ଚିକିତ୍ସାକୁ ନେଇ ସଚେତନତା ଜରୁରୀ - ପ୍ରାକୃତିକ ଚିକିତ୍ସା କଣ

National Naturopathy Day: ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାର ଉପକାରିତା ବିଷୟରେ ଜନସାଧାରଣକୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 18 ତାରିଖକୁ ଜାତୀୟ ନାଚ୍ୟୁରୋପାଥି ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ

National Naturopathy Day
National Naturopathy Day
author img

By ETV Bharat Odisha Team

Published : Nov 18, 2023, 11:04 AM IST

ହାଇଦ୍ରାବାଦ: ସାରା ବିଶ୍ବରେ ରୋଗ ସହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କେବଳ ଦେଶ ନୁହେଁ ବିଶ୍ବର ଅନେକ ସ୍ଥାନରେ ଔଷଧର ବିକଳ୍ପ ଭାବେ ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାକୁ ବିବେଚନା କରାଯାଏ । ନାଚ୍ୟୁରୋପାଥି ହେଉଛି ସର୍ବ ପୁରାତନ ସ୍ବାସ୍ଥ୍ୟସେବା ପ୍ରଣାଳୀ, ଯାହା ଆଧୁନିକ ଚିକିତ୍ସା ଜ୍ଞାନକୌଶଳକୁ ପାରମ୍ପରିକ ଏବଂ ପ୍ରାକୃତିକ ଔଷଧ ସହ ଯୋଡିଥାଏ । ପ୍ରତିବର୍ଷ ନଭେମ୍ବର 18 ତାରିଖକୁ ଜାତୀୟ ନାଚ୍ୟୁରୋପାଥି ଦିବସ ଭାବେ ପାଳନ କରାଯାଏ । ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 2018 ମସିହାରୁ ଭାରତର ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ ହୋଇଆସୁଛି ।

ପ୍ରାକୃତିକ ଚିକିତ୍ସା କ'ଣ: ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସା ହେଉଛି ଏକ ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା, ଯେଉଁଥିରେ ସ୍ୱାସ୍ଥ୍ୟସେବା ସହିତ ଜଡିତ ବିଭିନ୍ନ ପଦ୍ଧତି ବ୍ୟବହାର କରାଯାଇଥାଏ । ଏହା ବିଶ୍ବର ଅନେକ ସ୍ଥାନରେ ବ୍ୟବହୃତ ହୋଇଥାଏ । ବିଶେଷକରି ଭାରତରେ ଏହି ଚିକିତ୍ସା ପଦ୍ଧତି ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । କହିବାକୁ ଗଲେ ଭାରତର ଅନେକ ଲୋକ ଆୟୁର୍ବେଦ ଏବଂ ନାଚ୍ୟୁରୋପାଥିକୁ ନେଇ ଦ୍ବନ୍ଦରେ ରହିଥାଆନ୍ତି । କାରଣ ଏହି ଦୁଇଟି ଚିକିତ୍ସା ବ୍ୟବସ୍ଥାର ନୀତି, ଉଦ୍ଦେଶ୍ୟ ଏବଂ ନିୟମ ପ୍ରାୟ ସମାନ ହୋଇଥାଏ । ଇନ୍ଦୋରର ପ୍ରକୃତି ଆରୋଗ୍ୟ କେନ୍ଦ୍ରର ଡାକ୍ତର ଶୈଲେସ କୁମାରଙ୍କ କହିବା ଅନୁସାରେ, ନାଚ୍ୟୁରୋପାଥି କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ ବରଂ ଏହା ଏକ ଜୀବନଶୈଳୀ ଅଟେ । ଯେଉଁଥିରେ ପ୍ରାକୃତିକ ସମ୍ପଦର ବ୍ୟବହାର ଏବଂ ପ୍ରକୃତିର ନିୟମକୁ ପାଳନ କରିବା ଏବଂ ସୁସ୍ଥତା ଉପରେ ଗୁରୁତ୍ବ ଦିଆଯାଇଥାଏ ।

ନାଚ୍ୟୁରୋପାଥି ଦ୍ବାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରାଯାଇଥାଏ । କିନ୍ତୁ ବ୍ୟକ୍ତିର ସାମଗ୍ରିକ ସ୍ବାସ୍ଥ୍ୟ ବଜାୟ ରଖିବା ଏହାର ମୂଳ ଲକ୍ଷ୍ୟ ଅଟେ । ନାଚ୍ୟୁରୋପାଥିରେ ଖାଦ୍ୟପେୟ ସହ ଜୀବନଶୈଳୀରେ ସୁଧାର ଆଣିବା ସହିତ ପ୍ରାକୃତିକ ସମ୍ପଦର ବ୍ୟବହାର ଏବଂ ସେମାନଙ୍କର ବ୍ୟବହାର ସହିତ ଜଡିତ କାର୍ଯ୍ୟକଳାପ ଏବଂ ଅଭ୍ୟାସଗୁଡିକ ଚିକିତ୍ସା ପାଇଁ ଅନୁସରଣ କରାଯାଏ ।

ଏହା ମଧ୍ୟ ପଢନ୍ତୁ: World Vegan Day: ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟୀ ଭେଗାନ ଡାଏଟ୍‌

ନାଚ୍ୟୁରୋପାଥି ଦିବସର ଇତିହାସ: 1800 ଦଶକରେ ଜର୍ମାନରୁ ନାଚ୍ୟୁରୋପାଥି କୌଶଳ ଆମେରିକାକୁ ଅଣାଯାଇଥିଲା । ନାଚ୍ୟୁରୋପାଥି ଶବ୍ଦ 1895 ମସିହାରେ ଜନ୍ ସ୍କେଲଙ୍କ ଦ୍ବାରା ରଚନା କରାଯାଇଥିଲା ଏବଂ ବେନଡିକ୍ଟ ଲଷ୍ଟଙ୍କ ଦ୍ବାରା ଲୋକପ୍ରିୟ ହୋଇଥିଲା । ସେ ଆଧୁନିକ ନାଚ୍ୟୁରୋପାଥି ପିତା ଭାବରେ ଜଣାଶୁଣା ଥିଲେ । 1992ରେ ସେ ଆମେରିକାରେ ନାଚ୍ୟୁରୋପାଥି ସମ୍ବନ୍ଧୀୟ ଜ୍ଞାନ ବିସ୍ତାର କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ନାଚ୍ୟୁରୋପାଥି ପ୍ରକୃତରେ ଲାଟିନ୍ ଶବ୍ଦ ନାଥୁରା ଏବଂ ଗ୍ରୀକ୍ ଶବ୍ଦ ପୈଥୋ ଦ୍ୱାରା ଗଠିତ । ନାଥୁରା ଶବ୍ଦର ଅର୍ଥ ପ୍ରକୃତି ଏବଂ ପୈଥୋ ଅର୍ଥ ପୀଡା ବା ଯନ୍ତ୍ରଣା । ଏହି ଦୁଇଟି ଶବ୍ଦକୁ ନେଇ ନାଚ୍ୟୁରୋପାଥି ଗଠିତ ।

ଆମ ଦେଶରେ ନାଚ୍ୟୁରୋପାଥି ପରିଚୟ ଏବଂ ବିସ୍ତାର ପାଇଁ ଶ୍ରେୟ ଜାତିରପିତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଦିଆଯାଇଛି । 18 ନଭେମ୍ବର 1945ରେ ମହାତ୍ମା ଗାନ୍ଧୀ ଅଲ ଇଣ୍ଡିଆ ନେଚର କେୟାର ଫାଉଣ୍ଡେସନ ଟ୍ରଷ୍ଟର ଆଜୀବନ ସଭାପତି ହୋଇଥିଲେ ଏବଂ ସେ ସମସ୍ତ ବିଭାଗରେ ପ୍ରକୃତି ଉପଚାରର ଲାଭ ଉପଲବ୍ଧ କରାଇବା ଉଦ୍ଦେଶ୍ୟ ମଧ୍ୟ ରଖିଥିଲେ । ବହୁ ବର୍ଷ ପରେ ଭାରତ ସରକାରଙ୍କ ଦ୍ବାରା ଆୟୁଷ ମନ୍ତ୍ରଣାଳୟ ଗଠନ ହେବା ପରେ 2018 ମସିହାରୁ ଭାରତର ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ ହୋଇଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.