ହାଇଦ୍ରାବାଦ: ଆଜିକାଲି ଲୋକଙ୍କ ହୃଦୟ ସହିତ ଜଡିତ ଅଧିକ ସମସ୍ୟା ଦେଖାଯାଉଛି । ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁ ହୋଇଥାଏ । ଏହାର କାରଣ ହେଉଛି "ହୃଦଘାତ"। ଏଭଳି କ୍ଷେତ୍ରରେ କିଛି ଲୋକଙ୍କ ସମସ୍ୟା ଗମ୍ଭୀର ହେଲେ ସେମାନେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିଥାଆନ୍ତି । ଯଦି ଦେଖାଯାଏ, ଏହା ବ୍ୟୟବହୁଳ ଅଟେ ।
ହାର୍ଟ ଟ୍ରାନ୍ସପ୍ଲାଣ୍ଚ କଣ?: ସାରା ବିଶ୍ୱରେ ହୃଦଘାତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କୋଭିଡ ମହାମାରୀ ପରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ହୃଦ୍ ରୋଗର ଚିକିତ୍ସା ପାଇଁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି ଶେଷ ବିକଳ୍ପ । ଏହା ଏକ ଚିକିତ୍ସା ପ୍ରଣାଳୀ ଯେଉଁଥିରେ ରୋଗୀର ହାର୍ଟକୁ ବାହାର କରି ଏକ ସୁସ୍ଥ ହାର୍ଟକୁ ଅସ୍ତ୍ରପୋଚାର ଦ୍ବାରା ପ୍ରତିରୋପଣ କରାଯାଇଥାଏ । ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଥିବା ବ୍ୟକ୍ତିମାନଙ୍କ ପାଖରେ ଯେତେବେଳେ ଅନ୍ୟ କିଛି ବିକଳ୍ପ ନଥାଏ ସେତେବେଳେ ଡାକ୍ତର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥାଆନ୍ତି ।
ଏହା ମଧ୍ୟ ପଢନ୍ତୁ: Heart Disease: ହୃଦରୋଗରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି କି, ଜାଣନ୍ତୁ କେଉଁ ତେଲ ସ୍ୱାସ୍ଥ୍ୟ ଉପଯୋଗୀ
ଜାତୀୟ ହୃଦୟ ପ୍ରତିରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଡେ' କାହିଁକି ପାଳନ କରାଯାଏ: ହାର୍ଟ ପ୍ରତିରୋପଣ ଏକ ସହଜ କାର୍ଯ୍ୟ ନୁହେଁ । ଜଣେ ସୁସ୍ଥ ଦାତାଙ୍କ ହାର୍ଟକୁ ହିଁ ପ୍ରତିରୋପଣ କରାଯାଇଥାଏ । ଚିକିତ୍ସା ଜଗତରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସବୁବେଳେ ଏକ ବଡ଼ ଆହ୍ବାନ ଅଟେ । ଯେତେବେଳେ ଜଣେ ଦାତା ହାର୍ଟ ଦିଏ ସେତେବେଳେ ତାର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ଯଦି ଦୁଇଜଣଙ୍କ ହାର୍ଟ ମ୍ୟାଚ୍ ହୁଏ ତେବେ ହାର୍ଟ ପ୍ରତିରୋପଣ କରାଯାଇଥାଏ । ଏହି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳନ କରାଯାଏ । କାରଣ ବୈଷୟିକ ଅଗ୍ରଗତି ପରେ ମଧ୍ୟ ହୃଦୟ ପ୍ରତିରୋପଣ ଏକ କଷ୍ଟକର କାର୍ଯ୍ୟ ଭାବେ ବିବେଚିତ ହୋଇଛି ।
ପ୍ରଥମ ସଫଳ ହାର୍ଟ ଟ୍ରାନ୍ସପ୍ଲାଣ୍ଟ: ଭାରତରେ ହାର୍ଟ ପ୍ରତିରୋପଣ ପାଇଁ ପ୍ରୟାସ ଦୀର୍ଘ ଦିନ ଧରି ଚାଲିଆସୁଥିଲା, କିନ୍ତୁ ପ୍ରଥମ ସଫଳ ହୃଦୟ ପ୍ରତିରୋପଣ 3 ଅଗଷ୍ଟ 1994 ରେ ହୋଇଥିଲା । ତେଣୁ ଏହି ମହାନ ସଫଳତାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତିବର୍ଷ ଅଗଷ୍ଟ 3 ରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଦିବସ ପାଳନ କରାଯାଏ । ଏହା ଭାରତର ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ପି.ଭେନୁଗୋପାଲଙ୍କ ନେତୃତ୍ୱରେ ଭାରତୀୟ ଡାକ୍ତରଙ୍କ ଏକ ଟିମ୍ ଦ୍ୱାରା ସଫଳତାର ସହ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: 99% ଲୋକ ଜାଣିପାରନ୍ତିନି ହୃଦରୋଗ ଲକ୍ଷଣ, ଏହି ସଙ୍କେତରୁ ହୋଇଯାଆନ୍ତୁ ସତର୍କ
ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପରେ ଏହି ବିଷୟକୁ ଧ୍ୟାନ ଦେବା ଉଚିତ: ଡାକ୍ତରଙ୍କ କହିବା ଅନୁସାରେ, ସାଧାରଣତଃ ହାର୍ଟ ପ୍ରତିରୋପଣ ପରେ ରୋଗୀ ସାଧାରଣ ଜୀବନଯାପନ ଆରମ୍ଭ କରନ୍ତି, କିନ୍ତୁ ବ୍ୟକ୍ତି ଜଣକ ସେମାନଙ୍କ ନିତ୍ୟକର୍ମରେ କିଛି ଜିନିଷ ଅନ୍ତର୍ଭୁକ୍ତ କରିବା ଉଚିତ, ଯାହାକୁ ଅନୁସରଣ କରାଯିବା ଆବଶ୍ୟକ।
- ହାର୍ଟ ପ୍ରତିରୋପଣ ପରେ ଜଣେ ରୋଗୀଙ୍କୁ ଅନେକ ଔଷଧ ଦିଆଯାଏ । ସୁସ୍ଥ ରହିବା ପାଇଁ ଏହି ଔଷଧ ସେବନ କରିବାକୁ ଭୁଲିବା ଜରୁରୀ ନୁହେଁ ।
- ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ଖାଦ୍ୟରେ ଲୁଣ ଏବଂ ଚର୍ବି କମ କରନ୍ତୁ । ସୁସ୍ଥ ରହିବା ପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ସୁସ୍ଥ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ ।
- ହାର୍ଟ ପ୍ରତିରୋପଣ କରିଥିବା ରୋଗୀମାନେ ତମାଖୁ ଏବଂ ଅବୈଧ ଔଷଧ ଏବଂ ମଦ୍ୟପାନରୁ ଦୂରେଇ ରହିବା ଉଚିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ