ETV Bharat / sukhibhava

National Healthy Lung Month: ଫୁସଫୁସକୁ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏସବୁ ଟିପ୍ସ

author img

By ETV Bharat Odisha Team

Published : Oct 26, 2023, 10:23 AM IST

ପ୍ରତିବର୍ଷ ଅକ୍ଟୋବର ମାସକୁ ଜାତୀୟ ସୁସ୍ଥ ଫୁସଫୁସ ମାସ ଭାବେ ପାଳନ କରାଯାଏ । ତେବେ ଶରୀର ସୁସ୍ଥ ରହିବାକୁ ହେଲେ ଫୁସଫୁସର ଯତ୍ନ ଜରୁରୀ ଅଟେ । ଅଧିକ ପଢନ୍ତୁ

National Healthy Lung Month
National Healthy Lung Month

ହାଇଦ୍ରାବାଦ: ଫୁସଫୁସ ହେଉଛି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ । ଫୁସଫୁସ ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଟୋବର ମାସକୁ ଜାତୀୟ ଫୁସଫୁସ ମାସ ଭାବରେ ପାଳନ କରାଯାଏ । ଶରୀର ସୁସ୍ଥ ରହିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନର ସଠିକ୍ ସଞ୍ଚାଳନ ବଜାୟ ରଖିବା ପାଇଁ ଫୁସଫୁସ ହେଉଛି ଅତ୍ୟନ୍ତ ଜରୁରୀ ଅଙ୍ଗ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ, ପରିବେଶ ପ୍ରଦୂଷଣ ଏବଂ ଖାଦ୍ୟରେ ଅନିୟମିତତା କାରଣରୁ ମଧ୍ୟ ଅନେକ ପ୍ରକାରର ଫୁସଫୁସ ସମ୍ବନ୍ଧୀୟ ରୋଗ ସୃଷ୍ଟି ହେଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଫୁସଫୁସ ଉପରେ କୋରୋନାର ପ୍ରଭାବ: କୋରୋନାରେ ଆକ୍ରାନ୍ତ ହେବା ପରେ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଛି । ଅନେକ ପ୍ରକାର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଉଥିବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ତେଣୁ ସୁସ୍ଥ ରହିବା ପାଇଁ ଚେଷ୍ଟା କରିବା ସହିତ ଖାଦ୍ୟରେ ଯଥାସମ୍ଭବ ପନିପରିବା ଏବଂ ଫଳ ଅନ୍ତର୍ଭୁକ୍ତ କରିବା ଉଚିତ୍‌ । ଯାହା ସ୍ବାସ୍ଥ୍ୟ ପାଇଁ ଲାଭ ପ୍ରମାଣିତ ହେବ । ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ ବୋଲି କୁହାଯାଇଛି ।

ଫୁସଫୁସ ପାଇଁ ଘାତକ ଧୂମପାନ: ଆମେରିକାନ ଲଙ୍ଗ ଆସୋସିଏସନର ବିଶେଷଜ୍ଞମାନେ ଏକ ରିପୋର୍ଟରେ କହିଛନ୍ତି ଯେ ଧୂମପାନ ଅଭ୍ୟାସ ଫୁସଫୁସ ପାଇଁ ସବୁଠାରୁ କ୍ଷତିକାରକ ହୋଇପାରେ । ଧୂମପାନ ହେତୁ ଫୁସଫୁସ କର୍କଟ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପୁଲମୋନାରୀ ଡିଜିଜ୍ (COPD) ହେବାର ଆଶଙ୍କା ଅଧିକ ରହିଥାଏ । ସିଗାରେଟ ଧୂମପାନ ବାୟୁପଥକୁ କ୍ଷତି ପହଞ୍ଚାଇବାର ସମ୍ଭାବନାକୁ ବୃଦ୍ଧି କରିଥାଏ। ତେଣୁ ସଚେତନତା ଜରୁରୀ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: World COPD Day 2022: ଫୁସ୍‌ଫୁସ୍‌ରେ ରହିଛି ଜୀବନ, ଅବହେଳା ପହଞ୍ଚାଇପାରେ କ୍ଷତି

ବାୟୁ ପ୍ରଦୂଷଣ: ଫୁସଫୁସ ଜନିତ ସମସ୍ୟା ରହିଥିଲେ ପ୍ରଦୂଷଣ ଠାରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଛି । ଉଭୟ ଘର ଏବଂ ବାହାରେ ପ୍ରଦୂଷଣରୁ ନିଜକୁ ରକ୍ଷା କରିବା ଜରୁରୀ । ଘର ଭିତରର ପ୍ରଦୂଷଣ ଫୁସଫୁସ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିବେଚନା କରିଥାଆନ୍ତି । ଏନେଇ ସଚେତନତା ରହିବା ସହିତ ଭେଣ୍ଟଲେସନର ବ୍ୟବସ୍ଥା କରିବା ଜରୁରୀ ଅଟେ।

ଫୁସଫୁସ ସଂକ୍ରମଣ ଠାରୁ ଦୂରେଇ ରୁହନ୍ତୁ: ଫୁସଫୁସକୁ ସୁସ୍ଥ ରଖିବା ପାଇଁ ସଂକ୍ରମଣକୁ ରୋକିବା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ବାରମ୍ବାର ଇଞ୍ଜେକ୍ସନ କିମ୍ବା ଅନ୍ୟାନ୍ୟ ଶ୍ବାସକ୍ରିୟା କାର୍ଯ୍ୟକଳାପ ବେଳେବେଳେ ଗୁରୁତର ହୋଇପାରେ । ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାବୁନ ଏବଂ ପାଣିରେ ହାତ ଧୁଅନ୍ତୁ । ଥଣ୍ଡା ଏବଂ ଫ୍ଲୁ ସମୟରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍‌ ।

ନିୟମିତ ବ୍ୟାୟାମ ଜରୁରୀ: ଯୋଗ ଏବଂ ବ୍ୟାୟାମକୁ ସୁସ୍ଥତାର ଚାବିକାଠି କୁହାଯାଏ । ସବୁ ବୟସର ବ୍ୟକ୍ତି ବିଶେଷ ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ଫୁସଫୁସକୁ ସୁସ୍ଥ ରଖିବାକୁ ହେଲେ ଶ୍ବାସକ୍ରିୟା ଜନିତ ଅଭ୍ୟାସ କରିବା ଜରୁରୀ ଅଟେ । ଏହା ଫୁସଫୁସକୁ ସୁସ୍ଥ ରଖିବା ସହିତ ଅନେକ ପ୍ରକାର ସ୍ବାସ୍ଥ୍ୟ ବିପଦକୁ ରୋକିଥାଏ । ଶାରୀରିକ ଭାବେ ସକ୍ରିୟ ରହିବା ଦ୍ବାରା ଫୁସଫୁସ ସୁସ୍ଥ ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.