ETV Bharat / sukhibhava

Jynneos ଟିକାର ଗୋଟିଏ ଡୋଜ୍ Mpox ବିରୋଧରେ 78% ପ୍ରଭାବୀ: ଲାନସେଟ୍

ଲାନସେଟ୍ ଷ୍ଟଡି ଅନୁସାରେ, ଏମ୍‌ପକ୍ସ ବିପକ୍ଷରେ ପ୍ରଭାବୀ ହେଉଛି ଜିନିୟୋସ୍ ଭ୍ୟାକ୍ସ(Jynneos vax) । ଏହି ଟିକାର ଗୋଟିଏ ଡୋଜ୍ ଏମ୍‌ପକ୍ସ ବିରୁଦ୍ଧରେ 78 ପ୍ରତିଶତ ପ୍ରଭାବଶାଳୀ ବୋଲି ପରୀକ୍ଷଣରୁ ଜଣାପଡିଛି । ଅଧିକ ପଢନ୍ତୁ

Jynneos vax
Jynneos vax
author img

By

Published : Mar 16, 2023, 12:00 PM IST

ଲଣ୍ଡନ୍: ଏମ୍‌ପକ୍ସ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇଛି ଜିନିୟୋସ୍ ଭ୍ୟାକ୍ସ । ଏହି ଟିକାର ଗୋଟିଏ ଡୋଜ୍ ଏମ୍‌ପକ୍ସ ବିରୁଦ୍ଧରେ 78 ପ୍ରତିଶତ ପ୍ରଭାବଶାଳୀ । ଲାନସେଟ୍ ଇନଫେକ୍ସନ୍ ଡିଜିଜ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି । ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଜିନିୟୋସ୍ ଟିକାର ଗୋଟିଏ ମାତ୍ର ଡୋଜ୍ ଲକ୍ଷଣଥିବା ମଙ୍କିପକ୍ସ ସଂକ୍ରମଣ ବିରୁଦ୍ଧରେ ପ୍ରଭାବୀ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: କଫି ପିଇଲେ ଦୂର ହୋଇପାରେ ମେଦବହୁଳତା ଓ ଡାଇବେଟିସ୍ ବିପଦ

Mpox ପୂର୍ବରୁ ମଙ୍କିପକ୍ସ(Monkeypox) ନାମରେ ଜଣା ଯାଉଥିଲା । ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହେବା ଦ୍ବାରା ଶରୀରରେ ହାଡଫୁଟି ସଦୃଶ ଫୋଟକା ଦେଖାଯାଏ । ଏହି ରୋଗକୁ ମାତ୍‌ ଦେବା ପାଇଁ ଜିନିୟୋସ୍ ଟିକା ଆବିଷ୍କାର କରାଯାଇଥିଲା । କ୍ଲିନିକାଲ୍ ପରିକ୍ଷଣ ପରେ ଟିକାର ବ୍ୟବହାର ପାଇଁ ଅନୁମୋଦନ ହୋଇଥିଲା । Mpoxରୁ ରକ୍ଷା ପାଇବା ପାଇଁ ଦୁଇ ଡୋଜ୍ ଜିନିୟୋସ୍ ଟିକା ନେବାକୁ ପଡେ । ପ୍ରଥମ ଡୋଜର 4 ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- H3N2 Scare: ମହାରାଷ୍ଟ୍ରରରେ ଡାକ୍ତରୀ ଛାତ୍ରଙ୍କ ଜୀବନ ନେଲା H3N2 ଭାଇରସ୍ !

କିନ୍ତୁ ଅଧ୍ୟୟନରୁ ଜଣାପଡିଛି ଯେ, ଅତି କମରେ 14 ଦିନ ପରେ ଲକ୍ଷଣଗତ Mpox ବିରୁଦ୍ଧରେ ଆନୁମାନିକ ଏକ-ଡୋଜ୍ ଜିନିୟୋସ୍ ଟିକାର କାର୍ଯ୍ୟକାରିତା 78 ପ୍ରତିଶତ ରହିଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଜାମି ଲୋପେଜ୍ ବର୍ନାଲ୍, ଟୀକାକରଣ ଏବଂ ଭ୍ୟାକ୍ସିନ୍-ପ୍ରତିରୋଧକ ରୋଗ ବିଭାଗ, ଅନୁସନ୍ଧାନକାରୀମାନେ ଲେଖିଛନ୍ତି ଯେ, MVA-BN(Jynneos) ର ଗୋଟିଏ ମାତ୍ର ଡୋଜ୍ ବିପଦପୂର୍ଣ୍ଣ Mpox ବିରୋଧରେ ବେଶ୍ ପ୍ରଭାବୀ ।

ଏହା ମଧ୍ୟ ପଢନ୍ତୁ:- କାହିଁକି ପରୀକ୍ଷା ପୂର୍ବ ରାତିରେ ଶୋଇବାକୁ କୁହାଯାଏ, ଜାଣନ୍ତୁ 6 କାରଣ

ଏହି ପରୀକ୍ଷଣ ପରେ ଯେଉଁ ସ୍ଥାନରେ ସଂକ୍ରମଣର ସର୍ବାଧିକ ବିପଦ ରହିଛି, ସେଠାରେ ଟିକାର ପ୍ରଥମ ଡୋଜ ବିତରଣକୁ ପ୍ରାଥମିକତା ଦେବାରେ ଲାଭ ହୋଇପାରେ ବୋଲି ସ୍ପଷ୍ଟ କରିଛି । Mpox ହେଉଛି ଏକ ଭାଇରାଲ୍ ଜୁନୋଟିକ୍(zoonotic) ରୋଗ, ଯାହା ମୁଖ୍ୟତଃ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଟ୍ରପିକାଲ୍ ରେନ୍‌ଫରେଷ୍ଟ୍ ଅଞ୍ଚଳରେ ଦେଖାଯାଏ । ବେଳେବେଳେ ଏହା ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିପାରେ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ(WHO) ଗତ ମାସରେ କହିଛି ଯେ, ଜାନୁୟାରୀ 1, 2022 ପରଠାରୁ 110 ଟି ଦେଶରେ ଅତି କମରେ 85,765 ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା । ଏଥିରେ 1,382 ଜଣ ପଜିଟିଭ୍ ଟିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.