ନୂଆଦିଲ୍ଲୀ: ମହାମାରୀ ଓ ସଂକ୍ରାମକ ରୋଗ ମଧ୍ୟରେ ଭାରତୀୟଙ୍କୁ ଚିନ୍ତାରେ ପକାଇବା ଭଳି ଆଉ ଏକ ଖବର ସାମ୍ନାକୁ ଆସିଛି । ଏକ ନୂତନ ଅନୁସନ୍ଧାନ ଅନୁସାରେ ଭାରତରେ ପ୍ରତି 100 ଜଣଙ୍କ ମଧ୍ୟରେ 4 ଜଣ ଗମ୍ଭୀର ଫଙ୍ଗଲ୍ ବା କବକ ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି । 400ରୁ ଅଧିକ ପ୍ରକାଶିତ ରିସର୍ଚ୍ଚ ଆର୍ଟିକିଲର ସମୀକ୍ଷା ଅନୁଯାୟୀ ସାଢେ 5 କୋଟି ଅର୍ଥାତ୍ 5.7 କୋଟିରୁ ଅଧିକ ଭାରତୀୟ, ଗୁରୁତର ଫଙ୍ଗଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ 10 ପ୍ରତିଶତ ସମ୍ଭାବ୍ୟ ମାରାତ୍ମକ ସଂକ୍ରମଣରେ ସଂକ୍ରମିତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି(Over 5.7 crore Indians affected by serious fungal diseases) ।
ଭାରତରେ ଫଙ୍ଗଲ ରୋଗ ବାରମ୍ବାର ଦେଖାଯାଏ, କିନ୍ତୁ ଏହାର ଆକ୍ରାନ୍ତ ଏବଂ ପ୍ରସାର ଅସ୍ପଷ୍ଟ । ବିଭିନ୍ନ ଫଙ୍ଗଲ୍ ସଂକ୍ରମଣ ଉପରେ ସମୀକ୍ଷା କରିବା ବା ଅନୁସନ୍ଧାନ କରିବାରେ ଏହା ପ୍ରଥମ ଅନୁସନ୍ଧାନ । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, AIIMS ନୂଆଦିଲ୍ଲୀ, AIIMS କଲ୍ୟାଣୀ, ପଶ୍ଚିମବଙ୍ଗ ଏବଂ PGIMER, ଚଣ୍ଡିଗଡ଼ ସହିତ ମାଞ୍ଚେଷ୍ଟର ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ, 57 କୋଟି 2 ଲକ୍ଷ 50 ହଜାର 826(5.7 କୋଟିରୁ ଅଧିକ) କିମ୍ବା ଭାରତର ଜନସଂଖ୍ୟାର 4.4 ପ୍ରତିଶତ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ, ଭାରତରେ ବର୍ଷକୁ ଯକ୍ଷ୍ମା ରୋଗ ତିନି ଲକ୍ଷରୁ କମ୍ ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଫଙ୍ଗଲ୍ ରୋଗରେ ଆକ୍ରାନ୍ତ ଭାରତୀୟଙ୍କ ସଂଖ୍ୟା ବହୁ ଗୁଣା ଅଧିକ । ଓପନ୍ ଫୋରମ୍ ଇନଫେକ୍ସିଅସ୍ ଡିଜିଜ୍(Open Forum Infectious Diseases) ପତ୍ରିକାରେ ପ୍ରକାଶିତ ଏହି ସମୀକ୍ଷାରୁ ଜଣାପଡିଛି ଯେ, ଯୋନୀ ଥ୍ରସ୍(vaginal thrush) କିମ୍ବା ଯୋନିର ଖମୀର(yeast infection of vagina) ସଂକ୍ରମଣ ପ୍ରାୟ 2.4 କୋଟି ମହିଳା ପ୍ରଜନନକ୍ଷମ ବୟସରେ ବାରମ୍ବାର ପ୍ରଭାବିତ ହୋଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ:- Fungal Infections: କେମିତି ରୋକିବେ କବକ ସଂକ୍ରମଣ, ଜାଣନ୍ତୁ
ହେୟାର୍ ଫଙ୍ଗଲ୍ ସଂକ୍ରମଣ:- ଟିନିଆ କ୍ୟାପିଟିସ୍ ଭାବରେ ଜଣାଶୁଣା ସଂକ୍ରମଣରେ ସ୍କୁଲ୍ ପିଲାମାନେ ମଧ୍ୟ ସମାନ ପ୍ରଭାବିତ ହୋଇଥିଲେ । ଅଧ୍ୟୟନ ଅନୁଯାୟୀ, ଏହା ଏକ ଯନ୍ତ୍ରଣାଦାୟକ ସଂକ୍ରମିତ ତ୍ୱଚା ସୃଷ୍ଟି କରିଥାଏ ଏବଂ ଅନେକଙ୍କ କେଶ ଝଡି ଯାଇଥାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଫୁସଫୁସ ଏବଂ ସାଇନୁସର ସଂକ୍ରମଣରେ 250,000ରୁ ଅଧିକ(2.5 ଲକ୍ଷ) ଲୋକଙ୍କ ଜୀବନ ନେଇଥିଲା ।
ଅନ୍ୟ 1,738,400 (17 ଲକ୍ଷରୁ ଅଧିକ) ଲୋକଙ୍କର କ୍ରନିକ୍ ଆସ୍ପର୍ଗିଲୋସିସ୍ ଥିଲା । ସେହିପରି 10 ଲକ୍ଷରୁ ଅଧିକ ଲୋକ ଫଙ୍ଗଲ୍ ଚକ୍ଷୁ ରୋଗରେ ଦୃଷ୍ଟିହୀନ ହୋଇପାରନ୍ତି ଏବଂ ପ୍ରାୟ ଦୁଇ ଲକ୍ଷ ଲୋକଙ୍କର ମ୍ୟୁକର୍ମାଇକୋସିସ୍ ଥିଲା, ଯାହାକୁ "ବ୍ଲାକ୍ ମଡ୍ଡ" କୁହାଯାଏ । ଗୁରୁତର ଫଙ୍ଗଲ୍ ସଂକ୍ରମଣର ଏହି ଧାରାରେ ବାର୍ଷିକ ଯକ୍ଷ୍ମା ରୋଗର 10 ଗୁଣରୁ ଅଧିକ, ଯାହା ଫଙ୍ଗଲ୍ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାକୁ ସୂଚାଇଥାଏ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି ।
ମାଞ୍ଚେଷ୍ଟର ୟୁନିଭର୍ସିଟିର ପ୍ରଫେସର ଡେଭିଡ ଡେନିଂଏବଂ ଫଙ୍ଗଲ ରୋଗ ପାଇଁ ଗ୍ଲୋବାଲ ଆକ୍ସନ ସୂଚାଇ ଦେଇଛନ୍ତି ଯେ, ନିକଟ ଅତୀତରେ ଭାରତରେ ଜନସ୍ୱାସ୍ଥ୍ୟ ସେବା ସାମର୍ଥ୍ୟ ଦୃଷ୍ଟିରୁ ଘରୋଇ ଡାକ୍ତରଖାନା ସହିତ ବ୍ୟାପକ ନିରାକରଣରେ ଉନ୍ନତି ଘଟିଛି । ଡେନିଂ କହିଛନ୍ତି ଯେ, ତଥାପି ଫଙ୍ଗଲ ରୋଗ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ରୋଗରେ ଆକ୍ରାନ୍ତ ତଥା ମୃତ୍ୟୁହାରର କାରଣ ହେଉଛି ସାମାଜିକ ଓ ଅର୍ଥନୈତିକ କାରଣକୁ ଦର୍ଶାଉଛି ।