ହାଇଦ୍ରାବାଦ: ମୌସୁମୀ ଧରାପୃଷ୍ଠକୁ ଶୀତଳତା ପ୍ରଦାନ କରୁଥିବା ବେଳେ ଅନେକ ପ୍ରକାର ସଂକ୍ରାମକ ରୋଗକୁ ସାଙ୍ଗରେ ନେଇ ଆସିଥାଏ । ବାୟୁ ମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ବ୍ୟାକ୍ଟେରିଆ ଏବଂ ଭାଇରସ ବୃଦ୍ଧି ପାଇଥାଏ । ଏହି ଋତୁରେ ସାଧାରଣତଃ ଫ୍ଲୁ, ଚର୍ମ ରୋଗ, ପେଟ ସଂକ୍ରମଣ ଏବଂ କଞ୍ଜୁକଟିଭାଇଟିସ୍ ହେବାର ଆଶଙ୍କା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ । ପାଣିପାଗର ପରିବର୍ତ୍ତନ ହେତୁ ଗଳା ସଂକ୍ରମଣ ଏବଂ ଥଣ୍ଡା ମଧ୍ୟ ହୋଇଥାଏ । ଘରୋଇ ଉପଚାରରେ କିଭଳି ସୁସ୍ଥ ରହିଛି ଜାଣନ୍ତୁ ।
ବର୍ଷା ଋତୁରେ ସାଧାରଣ ଥଣ୍ଡା ଏବଂ ଫ୍ଲୁ ପରି ଭାଇରାଲ୍ ସଂକ୍ରମଣ ଯୋଗୁଁ ଗଳାରେ ଯନ୍ତ୍ରଣା ହୋଇଥାଏ । ଏହା ବ୍ୟତୀତ ମୌସୁମୀ ବାୟୁରେ ଅତ୍ୟଧିକ ଆର୍ଦ୍ରତା ହେତୁ ଗଳା ମଧ୍ୟ ସଂକ୍ରମଣ ହୋଇଥାଏ । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧ ବ୍ୟବହାର କରାଯାଇଥାଏ । କିନ୍ତୁ ଔଷଧ ବିନା ମଧ୍ୟ ଏହାର ଘରୋଇ ଉପଚାର ସମ୍ଭବ ଅଟେ । କେତେକ ଘରୋଇ ଉପଚାର ମଧ୍ୟ ଗଳା ସଂକ୍ରମଣ ଏବଂ ଯନ୍ତ୍ରଣାରୁ ମୁକ୍ତି ଯୋଗାଇବାରେ ପ୍ରଭାବଶାଳୀ ବୋଲି ଜଣାପଡିଛି ।
ଗଳା ସଂକ୍ରମଣ ହେଲେ ଯନ୍ତ୍ରଣା କିମ୍ବା ଉତ୍ତେଜନା ଜନିତ ସମସ୍ୟା ଦେଖାଦେଇଥାଏ । ଫଳରେ ଖାଦ୍ୟ ଖାଇବାରେ ମଧ୍ୟ ଅସୁବିଧା ହୋଇଥାଏ । ଗଳା ସଂକ୍ରମଣ କ୍ଷେତ୍ରରେ, କେତେକ ସରଳ ଘରୋଇ ଉପଚାର ମଧ୍ୟ ଆରାମ ଦେଇପାରେ । ଆମ ଘରେ ଏପରି ଅନେକ ପ୍ରଭାବଶାଳୀ ଔଷଧ ଉପଲବ୍ଧ ଅଛି, ଯାହା ସାହାଯ୍ୟରେ ଗଳା ଯନ୍ତ୍ରଣା ସହଜରେ ଲାଭ ମିଳିପାରିବ ।
ଏହା ମଧ୍ୟ ପଢନ୍ତୁ: Throat Cancer: କାହିଁକି ହୁଏ ଗଳା କର୍କଟ, ଜାଣନ୍ତୁ ଏହାର ଲକ୍ଷଣ-ନିରାକରଣ
ଗରମ ପାଣି ଏବଂ ମହୁର ମିଶ୍ରଣ: ମୌସୁମୀ ସମୟରେ ଗଳା ସଂକ୍ରମଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗରମ ପାନୀୟ ପିଇପାରିବେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଗଳା ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହୁ ମଧ୍ୟ ବିଶେଷ ଲାଭଦାୟକ ହୋଇପାରେ । ଗୋଟିଏ କିମ୍ବା ଦୁଇ ଚାମଚ ମହୁ ଖାଇବା ଦ୍ୱାରା ଗଳାରେ ରହିଥିବା ଜୀବାଣୁ ମରିଯାଇଥାଏ । ଗରମ ପାଣି କାଶ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଅଦା: ଅଦା ଖାଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ଏବଂ ଗଳାରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟାରୁ ମୁକ୍ତି ମିଳିଥାଏ । ଏକ କପ୍ ପାଣିରେ 2 ଚାମଚ ଶୁଖିଲା ଅଦା ଫୁଟାଇବା କିମ୍ବା ଏକ କପ୍ ପାଣିରେ 2 ଇଞ୍ଚ ଅଦା ଚା’ ତିଆରି କରିବା ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ଅଦା ଚା ପିଇବା କିମ୍ବା ଅଦା ଖଣ୍ଡ ଖାଇବା ଦ୍ୱାରା ଗଳା ସମସ୍ୟା, ବିଶେଷକରି ଯନ୍ତ୍ରଣା ହ୍ରାସ କରିବାରେ ମଧ୍ୟ ଲାଭଦାୟକ ହୋଇପାରେ ।
ଲୁଣ ପାଣିରେ କୁଳି: ଗରମ ପାଣିରେ ଲୁଣ ପକାଇ କୁଳି କରିବା ଦ୍ବାରା ଗଳାର ସଂକ୍ରମଣ ଏବଂ ଫୁଲା କମିଯାଇଥାଏ । ଏହାସହ ପାଟିରେ ରହିଥିବା କ୍ଷତିକାରକ ବ୍ୟାକ୍ଟେରିଆ ମଧ୍ୟ ମରିଯାଇଥାଏ । ଯାହାଫଳରେ ମାଢିରେ ମଧ୍ୟ ସମସ୍ୟା ହୋଇନଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ