ETV Bharat / sukhibhava

Methi Benefits: ମଧୁମେହ ରହିବ ନିୟନ୍ତ୍ରଣରେ, ବଢିବ ରୋଗ ପ୍ରତିରୋଧକ ଶକ୍ତି - ମେଦବହୁଳତା

ମେଥି କେବଳ ଏକ ମସଲା ନୁହେଁ ଏକ ଔଷଧ ମଧ୍ୟ ! ମଧୁମେହ ପରିଚାଳନା ଠାରୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମେଥି । ଜାଣନ୍ତୁ ଏଥିରେ ଆଉ କି କି ଭଲ ଗୁଣ ରହିଛି

Methi
Methi
author img

By

Published : Mar 10, 2023, 12:58 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ(ଡାଇବେଟିସ୍‌)ରେ ପୀଡିତ ହେଉଛନ୍ତି । ବୃଦ୍ଧ ହୁଅନ୍ତୁ କିମ୍ବା ଯୁବକ ସମସ୍ତେ ବର୍ତ୍ତମାନ ମଧୁମେହରେ ପୀଡିତ । କହିବାକୁ ଗଲେ ଏବେ ଘରେ ଘରେ ମଧୁମେହ ରୋଗୀ । ଏହା ଏପରି ଏକ ରୋଗ ଯାହା ଥରେ ହେଲେ ଆଜୀବନ ଗ୍ରାସ କରି ରହିଥାଏ । ଯଦି ଏହି ରୋଗକୁ ଅଣଦେଖା କରାଯାଏ, ତେବେ ଏହା ଆହୁରି ବିପଜ୍ଜନକ ହୋଇପାରେ । ମଧୁମେହରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହଜ ନହେଲେ ମଧ୍ୟ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିପାରିଲେ ରୋଗ ସମସ୍ୟାକୁ କେତେକାଂଶରେ ରୋକାଯାଇ ପାରିବ ।

ଏଥିପାଇଁ ଔଷଧ ସେବନ ଅପେକ୍ଷା ଘରୋଇ ଉପଚାର ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜାଣନ୍ତି କି, ମଧୁମେହ ରୋଗୀଙ୍କ ପାଇଁ ମେଥି ବେଶ୍ ଉପକାରୀ । ମେଥିରୁ କିପରି ସେବନ କରିବା ଦ୍ବାରା ମଧୁମେହ ପରିଚାଳନା ହୋଇଥାଏ, ଜାଣନ୍ତୁ...

ମେଥିରେ ଫାଇବର ଭରପୂର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ରହିଛି, ଯାହା ଖାଦ୍ୟରୁ କାର୍ବୋହାଇଡ୍ରେଟ୍ ଏବଂ ଶର୍କରା ଶୋଷଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀମାନେ ମେଥି ଖାଇ ଆବଶ୍ୟକ କରୁଥିବା ଇନସୁଲିନ୍ ପରିମାଣକୁ ହ୍ରାସ କରିପାରିବେ । ମେଥିରେ ଥିବା ଆମିନୋ ଏସିଡ୍ ରକ୍ତରେ ଥିବା ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଇନସୁଲିନର ପରିମାଣ ବଢାଇଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ସବୁଠୁ ଅଧିକ ଆବଶ୍ୟକ ।

ମେଥିର ଅନ୍ୟାନ୍ୟ ଉପକାରୀ ଗୁଣ

ମେଥି ଖାଇବା ଦ୍ବାରା ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା ଗୁଣ ଭାଇରାଲ୍ ସଂକ୍ରମଣରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଏହା ଶରୀରରେ କୋଲେଷ୍ଟ୍ରଲ୍‌ର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ, ଯେଉଁ କାରଣରୁ ହୃଦୟର ସ୍ୱାସ୍ଥ୍ୟ ବଜାୟ ରହିଥାଏ । ନିୟମିତ ମେଥି ସେବନ ମଧ୍ୟ ହଜମକୁ ଉନ୍ନତ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଶରୀରରୁ ପ୍ରଦାହ ଦୂର କରିବାରେ ସହାୟକ ହୋଇଥାଏ ।

ଏହିପରି ସେବନ କରନ୍ତୁ ମେଥି

ମେଥିରେ ଚା' ପ୍ରସ୍ତୁତ କରି ପିଇପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ପ୍ରାୟ 2 କପ୍ ପାଣି ଫୁଟାନ୍ତୁ । ପାଣି ଭଲ ଭାବେ ଫୁଟିବା ପରେ ଏକ ଚତୁର୍ଥାଂଶ ଚାମଚ ମେଥି ମିଶାନ୍ତୁ । ଏହି ପାଣିକୁ ଛାଣି ସେଥିରେ ମହୁ ଏବଂ ଲେମ୍ବୁ ମିଶାନ୍ତୁ । ସକାଳେ ଖାଲି ପେଟରେ ଏହି ଚା' ପିଇବା ଦ୍ବାରା ରକ୍ତରେ ଶର୍କରା ଏବଂ ମେଦବହୁଳତା ମଧ୍ୟ ଶୀଘ୍ର ହ୍ରାସ ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.