ETV Bharat / sukhibhava

Menstrual Hygiene Day: ଲଜ୍ଜା ନୁହେଁ, ଋତୁସ୍ରାବର ସ୍ବଚ୍ଛତା ଜରୁରୀ

author img

By

Published : May 28, 2023, 6:01 AM IST

ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ମେ 28କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ

Menstrual Hygiene Day
Menstrual Hygiene Day

ହାଇଦ୍ରାବାଦ: ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା । ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ଋତୁସ୍ରାବ ହୋଇନଥାଏ, ତାହାଲେ ସେ ମାଆ ହେବା ସମ୍ଭବ ହୋଇନଥାଏ । ଆଜିକା ସମୟରେ ଋତୁସ୍ରାବକୁ ନେଇ କିଛି ମାତ୍ରାରେ ସାଧାରଣ ଜୀବନରେ ସଚେତନତା ସୃଷ୍ଟି ହୋଇଛି ସତ, କିନ୍ତୁ ଏବେ ବି ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ ଓ ଅନ୍ଧବିଶ୍ବାସ । ତେବେ ମେ 28କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରୁଛି ବିଶ୍ବ । ଏହାର ଉଦ୍ଦେଶ୍ୟ ହେଉଛି ଯେ ଋତୁସ୍ରାବକୁ ନେଇ ଥିବା ସମସ୍ତ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତର୍କ କରାଇବା ।

ମାସିକ ଋତୁସ୍ରାବ ଦିବସର ଇତିହାସ: ଏହି ଦିବସଟି ପ୍ରଥମେ 2014 ମସିହାରେ ଜର୍ମାନର ଏକ NGO ସଂସ୍ଥା ୱାସ ୟୁନାଇଟେଡ(Wash United) ଦ୍ବାରା ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ମହିଳାଙ୍କ ମାସିକ ଋତୁସ୍ରାବ 28 ଦିନରେ ହେଉଥିବାରୁ ଏହି ଦିବସ ପାଳନ କରିବା ପାଇଁ 28 ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା ।

ମାସିକ ଋତୁସ୍ରାବ ଦିବସ କାହିଁକି ପାଳନ କରାଯାଏ: ଦୁନିଆର ଅନେକ ଦେଶରେ ଆଜି ବି ଲୋକମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ହୋଇନାହିଁ । ଯେଉଁଥିପାଇଁ ଆଜି ମଧ୍ୟ ମହିଳାମାନେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିବାକୁ ସକ୍ଷମ ନୁହଁନ୍ତି । ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ପ୍ରତିବର୍ଷ ମାସିକ ଋତୁସ୍ରାବ ଦିବସ ପାଳନ କରାଯାଏ । ଅନେକ ୟୁଟେରସ୍ କ୍ୟାନ୍ସର ପାଇଁ ଅସୁରକ୍ଷିତ ଋତୁସ୍ରାବ ଦାୟୀ । ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରାଯିବା ଉଚିତ । ମାନସିକ ଚିନ୍ତାଧାରାକୁ ପରିବର୍ତ୍ତନ କରି ସଚେତନ ହେବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ମାସିକ ଋତୁସ୍ରାବ ଦିବସର ଗୁରୁତ୍ବ: ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଯୁବତୀ ଏବଂ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ବିଷୟରେ ଅବଗତ କରାଇବା । ଯାହା ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଅବଧି ମଧ୍ୟରେ ସ୍ୱଚ୍ଛତା ଅଭାବରୁ ମହିଳାମାନେ ଅନେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ, ଏଥିପ୍ରତି ଧ୍ୟାନ ଦେବା ସହ କେତେକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ 28ରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ । କେବଳ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ହୋଇଥାଏ ତାହା ନୁହେଁ ବରଂ ଟ୍ରାନ୍ସଜେଣ୍ଡରଙ୍କର ମଧ୍ୟ ଋତୁସ୍ରାବ ହୋଇଥାଏ। ଋତୁସ୍ରାବ ସମୟରେ ମଇଳା ରକ୍ତ ନିର୍ଗତ ହେଉଥିବା ନେଇ ଅନ୍ଧବିଶ୍ବାସ ରହିଛି । କିନ୍ତୁ ଏହା ଆଦୌ ଠିକ ନୁହେଁ । ଏହା ଅନାବଶ୍ୟକ ରକ୍ତ କିନ୍ତୁ ମଇଳା କିମ୍ବା ବିଷାକ୍ତ ନୁହେଁ।

ଥିମ: ଚଳିତ ବର୍ଷର ଥିମ ରହିଛି "ମାସିକ ସ୍ୱଚ୍ଛତା ପ୍ରସଙ୍ଗରେ ଆମେ ସମସ୍ତେ ପ୍ରତିବଦ୍ଧ।"

ଦୁନିଆର ସମସ୍ତ ମହିଳା ମାସିକ ଋତୁସ୍ରାବ ଦେଇ ଗତି କରନ୍ତି । କିନ୍ତୁ ଆଜି ବି କିଛି ସ୍ଥାନରେ ଏହି ନାଁ ଶୁଣିଲେ ଘୃଣା କରନ୍ତି । 7 ଦିନ ପର୍ଯ୍ୟନ୍ତ ବାସନ୍ଦ ହେଲା ଭଳି ମହିଳାଙ୍କୁ ରଖାଯାଇଥାଏ । ଏଭଳି ବ୍ୟବହାର ଫଳରେ ମହିଳାଟି ମାନସିକ ସ୍ତରରେ ଆହୁରି ଦୁର୍ବଳ ହୋଇଥାଏ । ସାନିଟାରୀ ନାପକିନ ବଦଳରେ କପଡାର ବ୍ୟବହାର କରିଥାଏ । ତେବେ ଏହି ସମୟରେ ମହିଳାଙ୍କୁ ଘୃଣା ହତାଦାର ନକରି ସମର୍ଥନ କରିବା ଆବଶ୍ୟକ । ଉପଯୁକ୍ତ ସାହାଯ୍ୟ ସହଯୋଗ ସହ ସଚେତନତାର ମଧ୍ୟ ଜରୁରୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.