ETV Bharat / sukhibhava

ଋତୁସ୍ରାବ ବନ୍ଦ ପରେ ମହିଳାଙ୍କୁ ଏହି କାମ କରିବା ଆବଶ୍ୟକ, ରହିବ ଓଭାରି କ୍ୟାନ୍ସର ଆଶଙ୍କା ! - ଓଭାରି କ୍ୟାନ୍ସର

ଋତୁସ୍ରାବ ବନ୍ଦ ହେବା ପରେ ହରମୋନର ଅସ୍ଥିରତା ଦେଖାଯାଇଥାଏ । ଏଭଳି କ୍ଷେତ୍ରରେ ଅନେକ ପ୍ରକାର ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଥାଏ। ତେବେ ଜାଣନ୍ତୁ ଋତୁସ୍ରାବ ବନ୍ଦ ହେବା ପରେ କଣ କରିବେ

menopause make ovarian cancer
menopause make ovarian cancer
author img

By

Published : Jun 7, 2023, 7:15 PM IST

ହାଇଦ୍ରାବାଦ: ମହିଳାମାନଙ୍କ କ୍ଷେତ୍ରରେ 45ରୁ 50 ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ଏହାକୁ ମେନୋପୋଜ ମଧ୍ୟ କୁହାଯାଏ । ଏହାର ଅର୍ଥ ମହିଳାମାନେ ଋତୁସ୍ରାବ ନହେବା । ଯେପରି ଋତୁସ୍ରାବ ହେଲେ ମହିଳା କିମ୍ବା ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହିଥିବା ବିବେଚନା କରାଯାଏ, ସେହିଭଳି 45ରୁ 50 ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ବନ୍ଦ ହେବା ମଧ୍ୟ ସ୍ବାସ୍ଥ୍ୟ ଠିକ ରହିଥିବା ଦର୍ଶାଇଥାଏ । କିନ୍ତୁ ଏହାରି ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ମହିଳା ଋତୁସ୍ରାବ ଅବଧି ଶେଷ ହେବା ପରେ ନିଜ ଶରୀରର ବିଶେଷ ଯତ୍ନ ନେବା ଉଚିତ୍ । ଯେତେବେଳେ ଅବଧି ବନ୍ଦ ହୁଏ, ଶରୀର ଭିତରେ ହରମୋନର ଅସ୍ଥିରତା ଦେଖାଯାଇଥାଏ, ସେହି ସମୟ ମଧ୍ୟରେ କଣ କରିବା ଉଚିତ୍ କିମ୍ବା ନିଜକୁ କିପରି ଯତ୍ନ ନେବେ ଜାଣନ୍ତୁ...

ଡାକ୍ତରୀ ଯାଞ୍ଚ: ଋତୁସ୍ରାବ ବନ୍ଦ ହେବା ପରେ ଭୟରେ ଏଣୁତେଣୁ ଔଷଧ ଖାଇବା ଉଚିତ ନୁହେଁ । କିମ୍ବା ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଏହା ବଦଳରେ ଆପଣ ନିଜ ଶରୀରର ଯତ୍ନ ନିଅନ୍ତୁ । ନିଜ ଶରୀର ପ୍ରତି ଧ୍ୟାନ ଦେବା ସହିତ ନିଜକୁ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଶରୀରରେ କିଛି ପରିବର୍ତ୍ତନ ହେଉଛି କି ନାହିଁ । ଯଦି କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଉଛି ତାହାଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଡାଏଟରେ ଅଧିକ ଧ୍ୟାନ ଦିଅନ୍ତୁ: ଋତୁସ୍ରାବ ବନ୍ଦ ହେବା ପରେ ମହିଳାମାନଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ସମୟରେ ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । 30 ବର୍ଷ ପରେ ମହିଳାଙ୍କ ହାଡ଼ ଦୁର୍ବଳ ହେଉଥିବାରୁ ଅଧିକ ଫାଇବର, କ୍ୟାଲସିୟମ ଥାଏ ସେଭଳି ଖାଦ୍ୟ ଖାଇବା ଆବଶ୍ୟକ । ଋତୁସ୍ରାବ ବନ୍ଦ ହେବା ପରେ ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ । ତେବେ ଆପଣ ଲୁଣିଆ ଖାଦ୍ୟରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ।

କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ: ମେନୋପାଜ୍ ପରେ ଖାଦ୍ୟରେ ଅଧିକରୁ ଅଧିକ କ୍ୟାଲସିୟମ୍ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ଋତୁସ୍ରାବ ସମୟରେ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାକି ହାଡ଼କୁ ଶକ୍ତ କରିଥାଏ । ସେଥିପାଇଁ ଅଧିକରୁ ଅଧିକ କ୍ଷୀର, କଦଳୀ, ଅଣ୍ଡା ଏବଂ ମାଛ ଖାଇବା ଆବଶ୍ୟକ ।

ବ୍ୟାୟାମ ଏବଂ ଯୋଗ କରିବା ଆବଶ୍ୟକ: ଅନେକ ଗୃହିଣୀ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରିପାରନ୍ତି ନାହିଁ । ଘର ଛୁଆ କଥା ଭାବୁଭାବୁ ନିଜ ପାଇଁ ସମୟ ପାଇପାରନ୍ତିନି । କିନ୍ତୁ ଋତୁସ୍ରାବ ବନ୍ଦ ହେବା ପରେ ନିଜ ପ୍ରତି ସମୟ ଦେବା ଆବଶ୍ୟକ । ସମୟ ବାହାର କରି 30 ମିନିଟରୁ 1 ଘଣ୍ଟା ମଧ୍ୟରେ ବ୍ୟାୟାମ କରିବା ଉଚିତ । ଋତୁସ୍ରାବ ଅବଧି ବନ୍ଦ ହେବାପରେ ଧ୍ୟାନ ଏବଂ ଯୋଗ ଉତ୍ତମ ସ୍ୱାସ୍ଥ୍ୟର ଚାବି । ଏହା ଚାପ ଏବଂ ଟେନସନକୁ ଦୂରେଇ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ।

ଋତୁସ୍ରାବ ବନ୍ଦ ହେବା ପରେ ଓଭାରି କ୍ୟାନ୍ସରର ସମ୍ଭାବନା ଅଧିକ: ଋତୁସ୍ରାବ ବନ୍ଦ ହେବା ପରେ କିଛି ମହିଳାଙ୍କ ଓଭାରିରେ କ୍ୟାନ୍ସର ହୋଇଥାଏ। ଏହା ପରବର୍ତ୍ତୀ ସମୟରେ ବ୍ୟାପି ଥାଏ । ଓଭାରି କ୍ୟାନ୍ସର କେଉଁ ବୟସରେ ମଧ୍ୟ ହୋଇଥାଏ କିନ୍ତୁ ପ୍ରାୟ 50 ବର୍ଷ ବୟସରେ ଏହି ରୋଗ ହେବାର ସମ୍ଭବନା ଅଧିକ ରହିଥାଏ । ଆମେରିକୀୟ କ୍ୟାନ୍ସର ସୋସାଇଟି ଅନୁଯାୟୀ, 63 ବର୍ଷ ବୟସରେ ଅଧିକ ଲୋକ ଓଭାରି କ୍ୟାନ୍ସରରେ ଆକ୍ରାନ୍ତ ହୋଇଥାଆନ୍ତି ।

ବିଦ୍ର:ଏହି ଖବରରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଏବଂ ପରାମର୍ଶଗୁଡିକ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.