ହାଇଦ୍ରାବାଦ: ପ୍ରତ୍ୟେକ ବୟସରେ ମହିଳାମାନଙ୍କ ଠାରେ ହରମୋନରେ ପରିବର୍ତ୍ତନ ହୋଇଥାଏ । ଋତୁସ୍ରାବ ଠାରୁ ଆରମ୍ଭ କରି ଗର୍ଭବତୀ ପର୍ଯ୍ୟନ୍ତ ସମସ୍ତ ପରିସ୍ଥିତିରେ ହରମୋନରେ ପରିବର୍ତ୍ତନ ହୋଇଥାଏ । ଏହା କାରଣରୁ ଜଣେ ମହିଳାଙ୍କ ଭିତରେ ଅନେକ ପ୍ରକାରର ଭାବପ୍ରବଣତା ଦେଖାଯାଇଥାଏ । ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ବୟସରେ ମେନୋପୋଜର ସାମ୍ନା କରିବାକୁ ପଡିଥାଏ । ଜୀବନ ଚକ୍ରର ଏହା ଏକ ସମୟ ଯେଉଁଥିରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ଏହି ସମସ୍ତ ପ୍ରକ୍ରିୟାକୁ ମେନୋପୋଜ କୁହାଯାଏ । ତେବେ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ମେନୋପୋଜ ସମୟରେ ମହିଳାମାନେ ଅଧିକ କ୍ରୋଧିତ ହୋଇଥାଆନ୍ତି ।
ମେନୋପୋଜ କାରଣରୁ କାହିଁକି ଆସେ କ୍ରୋଧ:
ହରମୋନରେ ଅସନ୍ତୁଳନତା: ମେନୋପୋଜ ସମୟରେ ଅନେକ ପ୍ରକାରର ହରମୋନରେ ପରିବର୍ତ୍ତନ ହୋଇଥାଏ। ଏହି କାରଣ ଯୋଗୁଁ ଶରୀରରେ ଇଷ୍ଟ୍ରୋଜନ୍ ଏବଂ ପ୍ରୋଜେଷ୍ଟେରନ୍ ସ୍ତର ହ୍ରାସ ପାଇଥାଏ । ଫଳରେ ଜଣେ କ୍ରୋଧର ଶିକାର ହୋଇଥାଏ । ଏହି ହରମୋନ୍ ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟରକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ଫଳରେ ଜଣେ ମହିଳା ଇମୋନସାଲ ଅନଷ୍ଟେବଲ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: କେଉଁ ମହିଳାମାନେ ଅଧିକ ବୟସ ବଞ୍ଚି ଥାଆନ୍ତି, ଋତୁସ୍ରାବ ଏବଂ ମେନୋପୋଜ ସହ କଣ ସମ୍ବନ୍ଧ ଜାଣନ୍ତୁ
ନିଦ୍ରାହୀନତା: ମେନୋପୋଜ କାରଣରୁ ନିଦ୍ରା ସମସ୍ୟା ଦେଖାଯାଇଥାଏ । ମହିଳାମାନେ ଶାନ୍ତିରେ ଶୋଇ ପାରନ୍ତି ନାହିଁ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନିଦ୍ରାହୀନତା ମଧ୍ୟ ରାଗର କାରଣ ସାଜିଥାଏ ।
ମନୋପୋଜ କାରଣରୁ ଶରୀରରେ ଫୁଲା ହୋଇପାରେ: ମନୋପୋଜ କାରଣରୁ ଶରୀର ଫୁଲିଯିବା ସହିତ ଓଜନ ବୃଦ୍ଧି ପାଇବାର ଆଶଙ୍କା ବୃଦ୍ଧି ପାଇଥାଏ। ଶରୀରର ଆକାରରେ ପରିବର୍ତ୍ତନ ମଧ୍ୟ ରାଗର କାରଣ ହୋଇପାରେ।
ଏହା ମଧ୍ୟ ପଢନ୍ତୁ: Menopause: ରିସର୍ଚ୍ଚରେ ଖୁଲାସା, ମେନୋପୋଜ ପରେ 4ଜଣଙ୍କ ମଧ୍ୟରୁ ଜଣଙ୍କୁ ହୁଏ ଏହି ରୋଗ
ମେନୋପୋଜ ସମୟରେ କିଭଳି କମ କରିବେ ରାଗ:
- ବ୍ୟାୟାମ: ମେନୋପୋଜ ସମୟରେ ଯୋଗ ଏବଂ ବ୍ୟାୟାମ ନିହାତି ଆବଶ୍ୟକ ଅଟେ । ଏହା ଦ୍ବାରା ଶରୀରରେ ହରମୋନର ଅସନ୍ତୁଳତାକୁ ରୋକା ଯାଇପାରିବ । ଫଳରେ ରାଗରେ ନିୟନ୍ତ୍ରଣ ଆସିପାରେ ।
- ଅତିକମରେ 7ରୁ 8 ଘଣ୍ଟା ଶୋଇବା ଉଚିତ । ଏହାସହ ଶୋଇବା ସମୟରେ କଟନ ଏବଂ ଆରାମଦାୟର ପୋଷାକ ପିନ୍ଧନ୍ତୁ ।
- ଜିମ କିମ୍ବା ଚାଲିବା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ । ଏହାସହ ମୁଡ ମଧ୍ୟ ଭଲ ହୋଇଥାଏ ।
ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ, ମହିଳାଙ୍କ ବୟସ ଋତୁସ୍ରାବ ଏବଂ ମେନୋପୋଜ ସହିତ ସିଧାସଳଖ ଜଡ଼ିତ। ତେବେ ଯେଉଁମାନଙ୍କର ଋତୁସ୍ରାବ ବିଳମ୍ବରେ ଆରମ୍ଭ ହୁଏ ଏବଂ ମେନୋପୋଜ ବିଳମ୍ବରେ ହୁଏ, ଉକ୍ତ ମହିଳାମାନେ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଆନ୍ତି ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି ।
ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। ଅଧିକ କ୍ରୋଧ ଆସୁଥିଲେ ଡାକ୍ତରଙ୍କ ଦ୍ବାରା ପରାମର୍ଶ କରନ୍ତୁ।