ETV Bharat / sukhibhava

ଖାଦ୍ୟ ଗ୍ରହଣ କରିବାର ଉପଯୁକ୍ତ ସମୟ କ'ଣ ? ଏକ୍ସପର୍ଟ କହିଲେ ଏମିତି

author img

By

Published : Jul 23, 2023, 6:05 PM IST

ଭୁଲ ସମୟରେ ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା ସହ ଅନେକ ରୋଗ ହୋଇଥାଏ । ତେବେ ଖାଦ୍ୟ ଖାଇବା ପାଇଁ ଉପଯୁକ୍ତ ସମୟ କଣ ଜାଣନ୍ତୁ...

ଖାଦ୍ୟ ଗ୍ରହଣ କରିବାର ଉପଯୁକ୍ତ ସମୟ କ'ଣ? ଏକ୍ସପର୍ଟ କହିଲେ ଏମିତି

ହାଇଦ୍ରାବାଦ: ଆଜିକାଲି ସମସ୍ତେ ମେଦବହୁଳତା ଏବଂ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ଏକ ଛୋଟ ସମସ୍ୟା ନୁହେଁ, ଏଥିରୁ ଅନ୍ୟ ଅନେକ ବଡ଼ ସମସ୍ୟା ଉପୁଜିପାରେ । ଆମର ଜୀବନଶୈଳୀ ଏବଂ ଆମର ଖାଦ୍ୟ ଅଭ୍ୟାସ ଏଥିପାଇଁ ଦାୟୀ । ବାସ୍ତବରେ, ବହୁତ ଲୋକ ଅଛନ୍ତି ଯେଉଁମାନେ ସମୟ ଦେଖି ନୁହେଁ ଭୋକ ହେଲେ ଖାଦ୍ୟ ଖାଆନ୍ତି । ସେମାନେ ଦିନ କିମ୍ବା ରାତିରେ ଯେତେବେଳେ ଭୋକିଲା ଅନୁଭବ କରନ୍ତି, ସେମାନେ ଖାଦ୍ୟ ଖାଇଥାନ୍ତି । ଅନେକ ଥର ଲୋକମାନେ ଜଳଖିଆ କରନ୍ତି ନାହିଁ ଯେଉଁଥିପାଇଁ ସେମାନେ ଦିନସାରା ଭୋକିଲା ଅନୁଭବ କରନ୍ତି । ଫଳରେ ଲୋକମାନେ ଅତ୍ୟଧିକ ଭୋଜନ କରିବାକୁ ଲାଗନ୍ତି । ଏହା କେବଳ ମେଦବହୁଳତା ବଢାଏ ନାହିଁ ବରଂ ଅନେକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ । ଏପରି ପରିସ୍ଥିତିରେ ସଠିକ୍ ସମୟରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରିବା ଆବଶ୍ୟକ । ଆସନ୍ତୁ ଜାଣିବା ଏହାର ଉପଯୁକ୍ତ ସମୟ କ’ଣ...

ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରିବାର ଉପଯୁକ୍ତ ସମୟ କ’ଣ?

ଜଳଖିଆ ପାଇଁ ଉପଯୁକ୍ତ ସମୟ: ବିଶେଷଜ୍ଞଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଉଠିବାର 3 ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ୍ । ଜଳଖିଆ ଖାଇବା ପାଇଁ ସଠିକ ସମୟ ହେଉଛି ସକାଳ 7:00ରୁ 9:00 ମଧ୍ୟରେ । ସମସ୍ତେ ଏହି ସମୟ ବ୍ୟବଧାନରେ ଜଳଖିଆ ଖାଇବା ଉଚିତ୍ । ଏହାପରେ, କିଛି ଖାଇବାଠାରୁ ଦୂରେଇ ରୁହନ୍ତୁ । ଜଳଖିଆରେ ସର୍ବଦା ଫାଇବର ଏବଂ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଆନ୍ତୁ । ଯେପରି ଆପଣ ପୋହା, ଓଟସ୍, ଅଣ୍ଡା, କ୍ଷୀର, ରୁଟି, ସବୁଜ ପନିପରିବା ରସ ସାମିଲ କରିପାରିବେ ।

ମଧ୍ୟାହ୍ନ ଭୋଜନ ସମୟ: ଏକ ସୁସ୍ଥ ଜୀବନଶୈଳୀ ପାଇଁ, ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ ଅତି କମରେ 5 ଘଣ୍ଟାର ବ୍ୟବଧାନ ରହିବା ଉଚିତ । ଯଦି ଆପଣ ସକାଳ 9:00 ରେ ଜଳଖିଆ ଖାଉଛନ୍ତି, ତେବେ ଆପଣ ଅପରାହ୍ନ 2:00 ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ କରିପାରିବେ ।

ସ୍ନାକ୍ସ କରିବାକୁ ସଠିକ୍ ସମୟ: ମଧ୍ୟାହ୍ନ ଭୋଜନ ପରେ ଟିକେ ଭୋକିଲା ଅନୁଭବ କଲେ, ସନ୍ଧ୍ୟା 4ଟାରୁ 5:00 ମଧ୍ୟରେ ଚା' ଏବଂ ସ୍ନାକ୍ସ ଖାଇପାରିବେ । କିନ୍ତୁ ଏହି ସମୟରେ ଅଧିକ ଭାରି ଜଳଖିଆ କରିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ବାରା ଏହା ରାତ୍ରୀ ଭୋଜନ ଉପରେ ପ୍ରଭାବ ପକାଇପାରେ ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟ ଗ୍ରହଣ କରିବାର କେତେ ସମୟ ପରେ ଔଷଧ ଖାଇବା ଉଚିତ, ଏମିତି କହିଲେ ଏକ୍ସପର୍ଟ

ରାତ୍ରୀ ଭୋଜନ କରିବାର ଉପଯୁକ୍ତ ସମୟ: ପ୍ରାୟତଃ ଲୋକମାନେ ବହୁତ ବିଳମ୍ବିତ ରାତିରେ ଖାଦ୍ୟ ଖାଆନ୍ତି । ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ । ସୁସ୍ଥ ରହିବା ପାଇଁ ସନ୍ଧ୍ୟା 7:00ରୁ 9:00 ମଧ୍ୟରେ ରାତ୍ରି ଭୋଜନ କରିବା ଉଚିତ୍ । ଶୋଇବାର ପ୍ରାୟ 3 ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ କରିବା ଉଚିତ୍, ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଭଲ ଭାବରେ ଚଳାଇଥାଏ ଏବଂ ମୋଟାପଣ ଏବଂ କୋଷ୍ଠକାଠିନ୍ୟର ସମ୍ଭାବନାକୁ ହ୍ରାସ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.