ହାଇଦ୍ରାବାଦ: ବୟସ ଅଧିକ ହେବା ପରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କେଶ ଝଡ଼ିବା ସମସ୍ୟା ଦେଖାଦିଏ । କିନ୍ତୁ ମହିଳାଙ୍କ ଶରୀରରେ ଇଷ୍ଟ୍ରୋଜେନ ହରମୋନ କମ ହେଲେ ଏହି ସମସ୍ୟା ଦେଖାଦିଏ । ମହିଳାଙ୍କ ବୟସ ବଢିବା ପରେ ପ୍ରାୟ ୪୫ରୁ ୫୦ ବର୍ଷ ମଧ୍ୟରେ ଋତୁସ୍ରାବ( menopause transition) ବନ୍ଦ ହୋଇଥାଏ । ଏହାପରେ ସେମାନଙ୍କ କେଶ ଝଡ଼ିଥାଏ( female pattern hair loss) । ଏକ ନୂଆ ଅଧ୍ୟୟନରୁ ଏ ସମ୍ପର୍କରେ ଜଣାପଡ଼ିଛି ।
ମହିଳାଙ୍କ ମନୋପଜ୍କୁ ନେଇ ଏକ ଗବେଷଣା ହୋଇଥିଲା । ଉକ୍ତ ଗବେଷଣାରେ ଏ ସମ୍ପର୍କରେ ଜଣାପଡ଼ିଥିବା ବେଳେ The North American Menopause Society (NAMS) ପତ୍ରିକାରେ ପ୍ରକାଶିତ ହୋଇଛି । ଫିମେଲ ପ୍ୟାଟର୍ନ ହେୟାର ଲସ(Female pattern hair loss) ମହିଳାଙ୍କ କ୍ଷେତ୍ରରେ ଯେକୌଣସି ବୟସରେ ଦେଖିବାକୁ ମିଳିଥାଏ । ଏହି ରୋଗରେ ମହିଳାଙ୍କ ଅତ୍ୟଧିକ ମାତ୍ରାରେ କେଶ ଝଡ଼ିଥାଏ । ବୟସ୍କ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବା ପରେ ସେମାନଙ୍କ କ୍ଷେତ୍ରରେ ଏହି ସସମ୍ୟା ଦେଖାଦିଏ ।
ବୟସ୍କ ମହିଳାଙ୍କ ଶରୀରରେ ଇଷ୍ଟ୍ରୋଜେନର ମାତ୍ରା କ୍ରମାଗତ ଭାବେ ହ୍ରାସ ପାଏ । ଏହି ହରମୋନ କେଶର ମୂଳ ଭାଗରେ ରହିଥାଏ । ଏହା ହ୍ରାସ ହେବା ପରେ କେଶ ଝଡିବା ଭଳି ସମସ୍ୟା ଦେଖାଦିଏ । ମେନୋପଜ୍ ପରେ ସ୍କାଲ୍ପ କେଶ ଝଡ଼ିବା ସହ କେଶର ଘନତ୍ବ ଓ ବୃଦ୍ଧି ଉପରେ ପ୍ରଭାବ ପଡେ । କେଶ ଝଡ଼ା ମହିଳାଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । କାରଣ ଏହା ମହିଳାଙ୍କ ସୌନ୍ଦର୍ଯ୍ୟତା ବୃଦ୍ଧି କରିବା ସହ ସେମାନଙ୍କ ଆତ୍ମବିଶ୍ବାସ ବଢାଇଥାଏ ।
ଗବେଷକମାନେ ୧୭୮ ଜଣ ମେନୋପଜ ହୋଇସାରିଥିବା ମହିଳାଙ୍କୁ ନେଇ ଗବେଷଣା କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୫୨.୨ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ FPHL ସମସ୍ୟା ଦେଖିବାକୁ ମିଳିଥିଲା । ବୟସ ବଢିବା ସହିତ ଏହାର ପ୍ରଭାବ ମଧ୍ୟ ବୃଦ୍ଧି ପାଇଥାଏ । ମେନୋପଜ ହୋଇସାରିଥିବା ମହିଳାଙ୍କ କ୍ଷେତ୍ରରେ ଇଷ୍ଟ୍ରୋଜେନ, ଟେଷ୍ଟୋଷ୍ଟିରୋନ ଓ ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ ଏହି ସମସ୍ୟା ସହିତ ଜଡ଼ିତ ।
@ANI