ETV Bharat / sukhibhava

ଚାକିରିଆଙ୍କ ନିଦ ହଜାଉଛି ଛଟେଇ, ମାନସିକ ଚାପରେ ପ୍ରତି 10ରେ 6 ଜଣ - ଛଟେଇ କାରଣରୁ ବଢୁଛି ମାନସିକ ଚାପ

ବିଶ୍ବସ୍ତରରେ ଛଟେଇ ପରଠାରୁ ଚାକିରି ହରାଇବାର ଚିନ୍ତା ଏବଂ ଆର୍ଥିକ ଅନିଶ୍ଚିତତା କାରଣରୁ ମାନସିକ ଚାପରେ ରହିବା ସହ ରାତିସାରା ଶୋଇପାରୁ ନାହାନ୍ତି କାର୍ଯ୍ୟରତ ବୃତ୍ତିଗତ(Macro uncertainty, layoffs giving sleepless nights to working professionals) । ଅଧିକ ପଢନ୍ତୁ

ବୃତ୍ତିଗତ କାର୍ଯ୍ୟରତଙ୍କ ନିଦ ହଜାଉଛି ଛଟେଇ, ମାନସିକ ଚାପରେ ପ୍ରତି 10ରେ 6 ଜଣ

author img

By

Published : Dec 5, 2022, 11:39 AM IST

ହାଇଦ୍ରାବାଦ: ମାକ୍ରୋ-ଅର୍ଥନୈତିକ ଅସ୍ଥିରତା ବୃଦ୍ଧି, ଚାକିରି ହରାଇବାର ଚିନ୍ତା, ବିଶ୍ବରେ ଛଟେଇ ସମସ୍ୟା ଏବଂ ଆର୍ଥିକ ଅନିଶ୍ଚିତତା କାରଣରୁ ମାନସିକ ଚାପରେ ରହିବା ସହ ରାତିସାରା ଶୋଇପାରୁ ନାହାନ୍ତି କାର୍ଯ୍ୟରତ ବୃତ୍ତିଗତ(Macro uncertainty, layoffs giving sleepless nights to working professionals) । ଗତ 6-8 ମାସ ମଧ୍ୟରେ ଚାପ ସ୍ତର ଏବଂ ଚିନ୍ତା ଜନିତ ବ୍ୟାଧି ବୃଦ୍ଧି ପାଇଥିବା ମାନସିକ ସ୍ବାସ୍ଥ୍ୟ ପରାମର୍ଶଦାତା କହିଛନ୍ତି । ଏପରିକି ପ୍ରତି 10 ଜଣଙ୍କ ମଧ୍ୟରେ 6 ଜଣ ଚାପରେ ରହୁଥିବା ଜଣାପଡିଛି ।

ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ପ୍ରତି 10 ଜଣ ପେସାଦାରଙ୍କ ମଧ୍ୟରୁ 4-6 ଜଣ ସେମାନଙ୍କ ଚାକିରିରେ ଅନିଶ୍ଚିତତା, ସମ୍ଭାବ୍ୟ ପ୍ରଭାବ ଭୟରେ ଭୟଭୀତ ହୋଇପଡିଛନ୍ତି । ଏହାର ପ୍ରଭାବ ପ୍ରାୟତଃ ସୂଚନା ପ୍ରଯୁକ୍ତିବିଦ୍ୟା(IT), ଆଇଟି ସକ୍ଷମ ସେବା ଏବଂ ବୈଷୟିକ ଷ୍ଟାର୍ଟଅପ୍ ସେକ୍ଟରରେ ଦୃଶ୍ୟମାନ ହେଉଛି ।

ଚାକିରି ହରାଇବା ଭୟ ସମସ୍ତଙ୍କ ମନରେ ରହିଛି ବୋଲି ହ୍ୟାପିପ୍ଲସ୍ କନ୍ସଲଟିଂର ପ୍ରତିଷ୍ଠାତା-ସିଇଓ ଆଶିଷ ଅମ୍ବାସ୍ତା କହିଛନ୍ତି । ସେ କହିଛନ୍ତି ଯେ, "ଯନ୍ତ୍ରଣାର ଆଶଙ୍କା ଆହୁରି ଯନ୍ତ୍ରଣା ଦେଇଥାଏ । ଆସନ୍ତାକାଲି କଣ ହେବ, ଏହା ଭାବି ଅଧିକାଂଶ ଲୋକେ ଚାପରେ ରହୁଛନ୍ତି । କାଉନସେଲିଂ ସହାୟତା ପାଇଁ ଆସୁଥିବା ବ୍ୟକ୍ତିଙ୍କର ଏହି ଅନିଶ୍ଚିତତା ଭୟ ରହିଛି, ବିଶେଷ କରି ଚାକିରି ଚାଲିଯିବାର ଭଲ ସେମାନଙ୍କୁ ଘାରିଛି । ଯାହା ଏକ ମାନସିକ ଅଶାନ୍ତିର କାରଣ ପାଲଟିଛି ।"

ଏହି ଲୋକଙ୍କ ମନରେ ଉଚ୍ଚ ଚିନ୍ତା, ନିଦ୍ରାହୀନତା, ମାନସିକ ଥକ୍କା, ଉତ୍ସାହର ଅଭାବ ଏବଂ ଧ୍ୟାନ ଦେବାରେ ଅକ୍ଷମତା, ମନୋବଳ ପରିବର୍ତ୍ତନ, କ୍ରୋଧ, ଉଦାସୀନତା ଭଳି ଲକ୍ଷଣ ଥିବା ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ କର୍ମଚାରୀ ସହାୟତା କାର୍ଯ୍ୟକ୍ରମ (Employee Assistance Programme EAP) କହିଛନ୍ତି । ଗତ ସପ୍ତାହରେ, ମାନସିକ ସ୍ବାସ୍ଥ୍ୟ ପ୍ଲାଟଫର୍ମ ଆମ୍‌ହା(Amaha, formerly InnerHour) ର ପ୍ରତିଷ୍ଠାତା ତଥା ସିଇଓ ଅମିତ ମଲିକ୍ ଚାକିରିରୁ ବଞ୍ଚିତ ହେଉଥିବା ଲୋକମାନଙ୍କୁ କେମିତି ସ୍ବାସ୍ଥ୍ୟ ସହାୟତା ଯୋଗାଇ ଦିଆଯିବ ସେ' ବାବଦରେ ତାଙ୍କ ଦଳ ସହିତ ଆଭ୍ୟନ୍ତରୀଣ ଆଲୋଚନା କରିଥିଲେ ।

ଅମ୍‌ହା ବର୍ତ୍ତମାନ ଟେକ୍ନୋଲୋଜି କ୍ଷେତ୍ରର ଦୁଇଟି କମ୍ପାନୀ ସହିତ କଥାବାର୍ତ୍ତା କରୁଛନ୍ତି, ଯେଉଁମାନେ ସେମାନଙ୍କ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମର୍ଥନ କରିବା ପାଇଁ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି । ମଲିକ କହିଛନ୍ତି ଯେ, ଏହା ବ୍ୟତୀତ, ଯେଉଁମାନେ କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି ଏବଂ ଚାକିରି ହରାଇବାର ଭୟ ଅନୁଭବ କରୁଛନ୍ତି ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଆମର ପ୍ରୟାସକୁ ଆହୁରି ବଢାଉଛୁ ।

1to1help.net ନିର୍ଦ୍ଦେଶକ ଅର୍ଚ୍ଚନା ବିଷ୍ଟ୍ କହିଛନ୍ତି, "ଗତ କିଛି ମାସ ମଧ୍ୟରେ ଚାପ, ଚିନ୍ତା ଏବଂ କିଛି ପ୍ରକାରର ଉଦାସୀନତା କାରଣରୁ ଆମ ନିକଟରେ ପହଞ୍ଚିଛନ୍ତି । ବିଶେଷ କରି ମଧ୍ୟମ ସ୍ତରର ପରିଚାଳକମାନେ, ଯେଉଁମାନଙ୍କୁ ମାସିକ EMI ଦେବାକୁ ପଡୁଛି, ପିଲାମାନଙ୍କର ପାଠପଢା ଏବଂ ଅନ୍ୟାନ୍ୟ ଯତ୍ନ ନେବାକୁ ପଡୁଛି, ସେମାନେ ଚାକିରି ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଅନିଶ୍ଚିତତା କାରଣରୁ ସେମାନଙ୍କ ଚାପର ମାତ୍ରା ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.