ETV Bharat / sukhibhava

Lancet Study: ଶିଶୁ ଓ ଯୁବକଙ୍କ ମଧ୍ୟରେ ବାରମ୍ବାର ବଦଳୁଛି Long Covid symptoms

author img

By

Published : Dec 6, 2022, 2:20 PM IST

ଲାନସେଟ୍‌ର ଏକ ନୂତନ ଅଧ୍ୟୟନ ଅନୁସାରେ, ଶିଶୁ ଏବଂ ଯୁବକମାନେ ଅନୁଭୂତ କରୁଥିବା ଲଙ୍ଗ୍ କୋଭିଡର ଲକ୍ଷଣ ସମୟ ସହିତ ବଦଳିଥାଏ ଏବଂ କିଛି ଶିଶୁଙ୍କର ମୂଳ ଲକ୍ଷଣ ହ୍ରାସ ପାଇଥିବା ବେଳେ ନୂତନ ଲକ୍ଷଣ ପ୍ରକାଶ ପାଇଛି(Long Covid symptoms in kids change over time, reveals Lancet study) । ଅଧିକ ପଢନ୍ତୁ

Lancet Study: ଶିଶୁ ଓ ଯୁବକଙ୍କ ମଧ୍ୟରେ ବାରମ୍ବାର ବଦଳୁଛି Long Covid symptoms
Lancet Study: ଶିଶୁ ଓ ଯୁବକଙ୍କ ମଧ୍ୟରେ ବାରମ୍ବାର ବଦଳୁଛି Long Covid symptoms

ଲଣ୍ଡନ: ପିଲାମାନଙ୍କ କ୍ଷେତ୍ରରେ ଲଙ୍ଗ୍ କୋଭିଡ(Long Covid) ଲକ୍ଷଣ ସମୟ ଅନୁସାରେ ବଦଳିଯାଏ । ଅର୍ଥାତ୍ ଏହାର ଲକ୍ଷଣ ପିଲାମାନଙ୍କ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନୁହେଁ, ସମୟ ଅନୁସାରେ ପରିବର୍ତ୍ତନ ଘଟେ ବୋଲି ଲାନ୍‌ସେଟ୍ ଷ୍ଟଡିରୁ ଜଣାପଡିଛି । ଶିଶୁ ଏବଂ ଯୁବକମାନେ ଅନୁଭୂତ କରୁଥିବା ଲଙ୍ଗ୍ କୋଭିଡର ଲକ୍ଷଣ ସମୟ ସହିତ ବଦଳିଥାଏ ଏବଂ କିଛି ଶିଶୁଙ୍କର ମୂଳ ଲକ୍ଷଣ ହ୍ରାସ ପାଇଥିବା ବେଳେ ନୂତନ ଲକ୍ଷଣ ପ୍ରକାଶ ପାଇଛି(Long Covid symptoms in kids change over time, reveals Lancet study) । ପିଲାମାନଙ୍କ ମଧ୍ୟରେ ଲଙ୍ଗ୍ କୋଭିଡ ଉପରେ କରାଯାଇଥିବା ବିଶ୍ବର ସର୍ବବୃହତ ଅଧ୍ୟୟନରୁ ଜଣାପଡିଛି, ଯାହା ଲାନସେଟ୍ ପତ୍ରିକାରେ ପ୍ରକାଶ ପାଇଛି ।

Long Covid symptoms
Long Covid symptoms

ଅନୁସନ୍ଧାନକାରୀମାନେ ଜୀବନର ଖରାପ ଗୁଣ ମାପିବା, ଭାବପ୍ରବଣ ତଥା ଆଚରଣଗତ ଅସୁବିଧା, ଖରାପ ସ୍ବାସ୍ଥ୍ୟ ଏବଂ ଥକ୍କା ଅନୁଭବ କରୁଥିବା ମାପକୁ ଦେଖିଥିଲେ ମଧ୍ୟ ଲଙ୍ଗ୍ କୋଭିଡର ଭିନ୍ନ ଲକ୍ଷଣ ଦେଖିବାକୁ ପାଇଛନ୍ତି । ଲାନସେଟ୍ ରିଜିଓନାଲ୍ ହେଲ୍‌ଥରେ ପ୍ରକାଶିତ ଅଧ୍ୟୟନରେ ଲଣ୍ଡନ ୟୁନିଭରସିଟି କଲେଜର ସ୍ନେହାଲ୍ ପିଣ୍ଟୋ ପେରେରା କହିଛନ୍ତି ଯେ, "ଅଧ୍ୟୟନ ଅପେକ୍ଷା ଆମର ଅନୁସନ୍ଧାନ ଗୋଟିଏ ପାଦ ଆଗକୁ ବଢିଥାଏ ଏବଂ ସୂଚାଇଥାଏ ଯେ, ଅନୁସନ୍ଧାନକାରୀମାନେ ସମାନ ପିଲା ଏବଂ ଯୁବକମାନଙ୍କ ଉପରେ ମେଜରମେଣ୍ଟକୁ ବାରମ୍ବାର ବ୍ୟବହାର କରି ସେମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପଗୁଡ଼ିକୁ ଟ୍ରାକ୍ କରିବା ଆବଶ୍ୟକ ।

ଅନୁସନ୍ଧାନକାରୀମାନେ ସେପ୍ଟେମ୍ବର 2020 ରୁ ମାର୍ଚ୍ଚ 2021 ମଧ୍ୟରେ PCR ପରୀକ୍ଷା କରିବା ପରେ 11 ରୁ 17 ବର୍ଷ ବୟସର ପିଲାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ । 6ରୁ 12 ମାସ ମଧ୍ୟରେ ସେମାନେ କେଉଁ ପ୍ରକାରର ଅନୁଭବ କରିଛନ୍ତି ସେ' ବାବଦରେ ପଚାରିଥିଲେ । ସେମାନଙ୍କୁ ପରୀକ୍ଷା ସମୟରେ ସେମାନଙ୍କର ଲକ୍ଷଣଗୁଡ଼ିକୁ ମନେ ପକାଇବାକୁ ମଧ୍ୟ କହିଥିଲେ ଅନୁସନ୍ଧାନକାରୀ । ଅନୁସନ୍ଧାନକାରୀମାନେ ଶିଶୁ ଏବଂ ଯୁବକମାନଙ୍କୁ ପଚାରିଥିଲେ ଯେ, ସେମାନେ 21 ଟି ଲକ୍ଷଣ ତାଲିକାରୁ କ’ଣ ଅନୁଭବ କରିଛନ୍ତି, ଯେପରିକି ନିଶ୍ୱାସ ପ୍ରଶ୍ୱାସ, ଥକ୍କାପଣ, ଜୀବନର ଗୁଣ, ମାନସିକ ସ୍ବାସ୍ଥ୍ୟ, ସୁସ୍ଥତା ଇତ୍ୟାଦି ।

ଅଧ୍ୟୟନ ଶେଷରେ ଏହି ଟିମ୍ ଜାଣିବାକୁ ପାଇଛି ଯେ, ପରୀକ୍ଷା ସମୟରେ ଶିଶୁ ଏବଂ ଯୁବକମାନଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଦେଖାଯାଉଥିଲା । ଯେଉଁମାନେ କୋଭିଡରେ ପଜିଟିଭ୍ ଚିହ୍ନଟ ହୋଇନଥିଲେ ସେମାନଙ୍କ ତୁଳନାରେ ପଜିଟିଭ୍ ଚିହ୍ନଟ ହୋଇଥିବା ପିଲାଙ୍କର ଏହି ଲକ୍ଷଣ ଦେଖାଯାଇ ଥିଲା ଏବଂ ସେମାନଙ୍କର 6ରୁ 12 ମାସ ପରେ PCR ପରୀକ୍ଷା ମଧ୍ୟ କରିଥିଲେ । ସେମାନେ ଲକ୍ଷ୍ୟ କରିଛନ୍ତି ଯେ, ଏକ ବର୍ଷ ମଧ୍ୟରେ ଅନୁଭୂତ ହୋଇଥିବା ଲକ୍ଷଣଗୁଡ଼ିକ ବଦଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.