ETV Bharat / sukhibhava

Side Effects of Medicines: ବୟସ ବଢିବା ସହ ଔଷଧ ସେବନ ପାଇଁ ସତର୍କତା ଏବଂ ସଚେତନତା ଜରୁରୀ - ଔଷଧର ପାର୍ଶ୍ବ ପ୍ରତିକ୍ରିୟା

Side Effects of Medicines: ଯେତେବେଳେ ଆମେ ଅସୁସ୍ଥ ଅନୁଭବ କରୁ ଆମେ ପ୍ରାୟତଃ ଔଷଧ ଖାଇଥାଉ, କିନ୍ତୁ ସମସ୍ତେ ଜାଣନ୍ତି ନାହିଁ ଯେ ଔଷଧ ଏବଂ ବାର୍ଦ୍ଧକ୍ୟ ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି । ଆମେ ବୃଦ୍ଧ ହେବା ସହିତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଶରୀର ଭିତରେ ଦେଖାଦିଏ । ଯାହା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ଆମକୁ କିପରି ପ୍ରଭାବିତ କରେ ଜାଣିବା ପାଇଁ ଏହି ଆର୍ଟିକିଲ୍ ପଢନ୍ତୁ,

Side Effects of Medicines: ବୟସ ବଢିବା ସହ ଔଷଧ ସେବନ ପାଇଁ ସତର୍କତା ଏବଂ ସଚେତନତା ଜରୁରୀ

author img

By ETV Bharat Odisha Team

Published : Nov 23, 2023, 12:25 PM IST

ହାଇଦ୍ରାବାଦ: ବୟସ ବଢ଼ିବା ସହିତ ଶରୀର ପୂର୍ବ ପରି କାମ କରେ ନାହିଁ । ଫଳରେ ଆମେ ଅସୁସ୍ଥ ଅନୁଭବ କରୁ ଆମେ ପ୍ରାୟତଃ ଔଷଧ ଖାଇଥାଉ । ହେଲେ ବୟସ ବଢ଼ିବା ସହ ଶରୀରରେ ଔଷଧର ପ୍ରଭାବ ଦେଖିବାକୁ ମିଳିଥାଏ । କାରଣ ବାର୍ଦ୍ଧକ୍ୟ ଏବଂ ଔଷଧ ବ୍ୟବହାର ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଓଭର ଦି କାଉଣ୍ଟର ଔଷଧ (Over-the-counter medications), ପ୍ରାୟତଃ ଅନିଷ୍ଟକାରୀ ଭାବରେ ବିବେଚନା କରାଯାଏ । ଏହା ବୟସ ବୃଦ୍ଧି ସହ ଶରୀରର କାର୍ଯ୍ୟକଳାପରେ ପରିବର୍ତ୍ତନ ହେତୁ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ତେବେ ବୟସ୍କମାନଙ୍କ ମଧ୍ୟରେ ବିଭିନ୍ନ ଔଷଧର ବ୍ୟବହାର ସମୟରେ ସତର୍କ ରହିବା ଆବଶ୍ୟକତା ରହିଛି ।

ଯନ୍ତ୍ରଣା ଉପଶମକାରୀ:- ବୃଦ୍ଧାବସ୍ଥାରେ ବିଭିନ୍ନ ଯନ୍ତ୍ରଣା ପାଇଁ ବିଭିନ୍ନ ଔଷଧ ସେବନ କରାଯାଏ । ଇବୁପ୍ରୋଫେନ୍, ଆସ୍ପିରିନ୍ ଏବଂ ନାପ୍ରକ୍ସେନ୍ ପରି NSAID ପ୍ରକାରର ଔଷଧ ଅନ୍ୟ ଔଷଧର ପ୍ରଭାବକୁ ପ୍ରଭାବିତ କରିଥାଏ । ବିଶେଷ ଭାବରେ, ଏହା ରକ୍ତକୁ ପତଳା, ଗ୍ଲୁକୋଜ୍ ହ୍ରାସ, ଡାଇୟୁରେଟିକ୍ ଏବଂ ରକ୍ତଚାପ ପରିଚାଳନା(ଉଚ୍ଚ କିମ୍ବା ନିମ୍ନ ବିପି) ଔଷଧର ପ୍ରଭାବକୁ ହ୍ରାସ କରିପାରେ । ଏହା ବ୍ୟତୀତ, ଏହି ଯନ୍ତ୍ରଣାଦାୟକ ଔଷଧ ଯକୃତ, ହାର୍ଟ, କିଡନୀ, ପେଟ ଏବଂ ଅନ୍ତଃନଳୀ ପରି ଅଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।

ମାଂସପେଶୀ ଆରାମ ଦେଉଥିବା ଔଷଧ:- ମାଂସପେଶୀ ସହ ମୁକାବିଲା ପାଇଁ ଦିଆଯାଉଥିବା ମେଟୋକାର୍ବାମୋଲ୍, ସାଇକ୍ଲୋବେନ୍ଜାପ୍ରିନ୍ ଏବଂ କାରିସୋପ୍ରୋଡୋଲ୍ ଭଳି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ରହିଥାଏ । ଫଳରେ ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଏବଂ ଆଘାତ ହେବାର ଆଶଙ୍କା ବଢାଇଥାଏ ।

ମଧୁମେହ ବା ଡାଇବେଟିଜ ଔଷଧ:- ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ସଲଫୋନିଲୁରିଆ ଔଷଧ କମ୍ ରକ୍ତରେ ଶର୍କରା ସ୍ତର ସୃଷ୍ଟି କରିପାରେ । ଯାହା ଦ୍ବାରା ଜଣେ ବୟସ୍କ ଲୋକଙ୍କ ଶରୀରରେ ଭ୍ରମ, କମ୍ପନ, ଝାଳ, କ୍ଷୁଧା ଏବଂ ଥକ୍କା ଭଳି ଲକ୍ଷଣ ସୃଷ୍ଟି କରିଥାଏ । ଯଦି ପରିସ୍ଥିତି ଗୁରୁତର ହୁଏ, ତେବେ ଲୋକଟି ଚେତାଶୂନ୍ୟ ହୋଇପାରେ କିମ୍ବା ଯଦି ତୁରନ୍ତ ଚିକିତ୍ସା କରା ନ ଯାଏ ମୃତ୍ୟୁ ମଧ୍ୟ ହୋଇପାରେ ।

ସର୍ଦ୍ଦି(ଥଣ୍ଡା ବା କାଶ) ଚିକିତ୍ସା ଔଷଧ:- ଆଣ୍ଟିହାଇଷ୍ଟାମାଇନ୍, ଯାହା ସାଧାରଣତଃ ଥଣ୍ଡା ଲକ୍ଷଣ ପାଇଁ ବ୍ୟବହୃତ ହୁଏ ଏବଂ ଆରାମ ପ୍ରଦାନ କରିଥାଏ । କିନ୍ତୁ ଏହା ବୟସ୍କ ବ୍ୟକ୍ତିଙ୍କ ନିଦ୍ରାହୀନତା ଏବଂ ଭ୍ରମ ବଢ଼ାଇପାରେ । ଯାହା ଦ୍ବାରା ଦୁର୍ଘଟଣାର ଆଶଙ୍କା ରହିଥାଏ । ଏଣୁ ସେହି ସମୟରେ ଗାଡ଼ି ଚଳାଇବା କିମ୍ବା ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଥାଏ ।

ଚିନ୍ତା ବା ଡିପ୍ରେସନ ଔଷଧ(Anxiety medications):- ଡିପ୍ରେସନ ବା ଚିନ୍ତାକୁ ହ୍ରାସ କରିବା ପାଇଁ ଦିଆଯାଉଥିବା ବେଞ୍ଜୋଡିଜେପିନ୍ସ ଶରୀରରେ ଦୀର୍ଘ ସମୟ ରହିଥାଏ । ଫଳରେ ଏହା ଦ୍ୱନ୍ଦ୍ୱ ବା ଭ୍ରମ ସୃଷ୍ଟି କରିପାରେ ଏବଂ ଗୋଟିଏ ଦିନ ଖାଇବା ପରେ ମଧ୍ୟଦୁର୍ବଳ ଲାଗିବା/ ଦୁର୍ଘଟଣାର ଆଶଙ୍କା ବଢ଼ାଇପାରେ ।

କୋଷ୍ଠକାଠିନ୍ୟ ଔଷଧ (Constipation medications):- ବିସାକୋଡିଲ ପରି ଲକ୍ସାଟିଭ୍ ଔଷଧ (Laxative drugs) ଯାହା ସାଧାରଣତଃ କୋଷ୍ଠକାଠିନ୍ୟ ସହ ମୁକାବିଲା କରିବା ପାଇଁ ଦିଆଯାଏ । ଏହି ଔଷଧକୁ ସତର୍କତାର ସହ ବ୍ୟବହାର କରାଯିବା ଉଚିତ କିନ୍ତୁ ଏହା ଦୀର୍ଘ ସମୟ ପାଇଁ ନୁହେଁ । କାରଣ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ବଢ଼ିପାରେ ।

ମିଶ୍ରଣ ଔଷଧ(Combination drugs):- ଓଭର ଦି କାଉଣ୍ଟର ମିଶ୍ରଣ, ଯେପରିକି ଡିକୋଙ୍ଗେଷ୍ଟାଣ୍ଟ ଏବଂ ଆଣ୍ଟିହାଇଷ୍ଟାମାଇନ୍ ଯୁକ୍ତ ଥଣ୍ଡା ଔଷଧ, ମୁଣ୍ଡ ବୁଲାଇବା, ଦ୍ୱନ୍ଦ୍ୱ ବା ଭ୍ରମ, ନିଦ୍ରାହୀନତା ଏବଂ ରକ୍ତଚାପ ବୃଦ୍ଧି ହେବାର କାରଣ ବଢାଇଥାଏ । ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ଯତ୍ନର ଏବଂ ସଚେତନତା ଜରୁରୀ ଅଟେ ।

ଏହା ମଧ୍ୟ ପଢନ୍ତୁ: କୋଭିଡ ଟୀକାକରଣ ଦ୍ବାରା ଯୁବ ଭାରତୀୟଙ୍କ ମଧ୍ୟରେ ଅକାଳ ମୃତ୍ୟୁ ଆଶଙ୍କା ହ୍ରାସ ପାଇଛି: ICMR ରିପୋର୍ଟ

ସୂଚନା ଅନୁସାରେ, ଓଭର-ଦି-କାଉଣ୍ଟର (ଓଟିସି) ଔଷଧଗୁଡ଼ିକ ହେଉଛି ଯାହା ବିନା ପ୍ରେସକ୍ରିପସନ୍‌ରେ ଲୋକଙ୍କୁ ସିଧାସଳଖ ବିକ୍ରି କରାଯିବା । OTC ଔଷଧ ବିଭିନ୍ନ ରୋଗ ଏବଂ ସେମାନଙ୍କର ଲକ୍ଷଣ ଯନ୍ତ୍ରଣା, କାଶ ଏବଂ ଥଣ୍ଡା, ଝାଡ଼ା, କୋଷ୍ଠକାଠିନ୍ୟ, ବ୍ରଣ ଏବଂ ଅନ୍ୟାନ୍ୟ ଚିକିତ୍ସା ପାଇଁ ଦିଆଯାଇଥାଏ । ଓଭର-ଦି-କାଉଣ୍ଟର ଔଷଧ ବ୍ୟବହାର କରିବା ସମୟରେ ବୟସ୍କ ବୟସ୍କାମାନଙ୍କ ପାଇଁ ସତର୍କତା ଏବଂ ସଚେତନତା ଆବଶ୍ୟକ । ଯଦିଓ ଏହି ଔଷଧଗୁଡ଼ିକ ଅତ୍ୟାବଶ୍ୟକ ସମୟରେ ସାହାଯ୍ୟ କରିଥାଏ । କିନ୍ତୁ ବୃଦ୍ଧାବସ୍ଥା ଉପରେ ଏଗୁଡିକର ପାର୍ଶ୍ବ ପ୍ରତିକ୍ରିୟା ଏବଂ ପ୍ରଭାବ ଦେଖିବାକୁ ମିଳେ । ଏଣୁ ଏହି ସମୟରେ ଅତ୍ୟଧିକ ସତର୍କତାର ସହିତ ଏହାକୁ ବ୍ୟବହାର କରିବା ଉଚିତ । ତେବେ ଡାକ୍ତର ତଥା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଆଲୋଚନା, ଔଷଧର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବୁଝି ସତର୍କତାର ସହ ଏହାକୁ ବ୍ୟବାହାର କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.