ହାଇଦ୍ରାବାଦ: ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ ପ୍ରତିବର୍ଷ 8 ଜୁନରେ ପାଳନ କରାଯାଏ । ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଉଦ୍ଦେଶ୍ୟ । ଏହି ରୋଗ ଅତିଶୀଘ୍ର ଅଗ୍ରଗତି କରେ। ତେଣୁ ଏହାର ମାତ୍ରାକୁ ରୋକିବା ପାଇଁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ରୋଗର ଲକ୍ଷଣ ଏବଂ ରୋଗର ବିସ୍ତାରକୁ କିପରି ରୋକାଯାଇପାରିବ ଏବଂ ଲୋକମାନେ କିପରି ନିଜକୁ ରକ୍ଷା କରିପାରିବେ ସେ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ ଏହି ଦିବସର ଲକ୍ଷ୍ୟ ।
ମସ୍ତିଷ୍କ ଟ୍ୟୁମର ଏକ ଗୁରୁତର ରୋଗ । ଏହି ରୋଗ ମସ୍ତିଷ୍କରେ କୋଷ ଏବଂ ଟିସୁ ଅସ୍ବାଭିକ ବୃଦ୍ଧି ହୋଇଥାଏ, ଯାହାକୁ ମସ୍ତିଷ୍କ ଟ୍ୟୁମର କୁହାଯାଏ । ତେବେ ସଠିକ୍ ଚିକିତ୍ସା କରା ନଗଲେ ସାଂଘାତିକ ହୋଇପାରେ । ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକଳାପ ଏବଂ ସମାବେଶ ସହିତ ମସ୍ତିଷ୍କ ଟ୍ୟୁମର ଦିବସ ପାଳନ କରାଯାଏ ।
ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସର ଇତିହାସ: ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ ପ୍ରତିବର୍ଷ ଜୁନ୍ 8ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଜର୍ମାନ ବ୍ରେନ୍ ଟ୍ୟୁମର ଆସୋସିଏସନ୍ ପ୍ରଥମ ଥର ପାଇଁ ଜର୍ମାନୀରେ ଏହି ଦିବସର ଆୟୋଜନ କରିଥିଲା । ଏହି ସଂଗଠନର ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ଟ୍ୟୁମର ବିଷୟରେ ସଚେତନତା ସୃଷ୍ଟି କରିବା । ତେଣୁ ଲୋକମାନେ ଏହି ରୋଗ ବିଷୟରେ ଅବଗତ ହେବା ସହ ଏହାକୁ ଠିକ୍ ସମୟରେ ଚିକିତ୍ସା କରିବା ନିଶ୍ଚିତ କରିବା ଜରୁରୀ ଅଟେ ।
ମସ୍ତିଷ୍କ ଟ୍ୟୁମରର ଲକ୍ଷଣ:
- ବାରମ୍ବାର ମୁଣ୍ଡବିନ୍ଧା
- ସ୍ମୃତି ଶକ୍ତି ହ୍ରାସ
- ଦୃଷ୍ଟି ଶକ୍ତି କମିଯିବା
- ବାରମ୍ବାର ବାନ୍ତି ହେବା
- ଅତ୍ୟଧିକ ଥକ୍କା ଲାଗିବା
- କାନକୁ ଭଲ ଭାବେ ନଶୁଭିବା
- ଶୋଇବାରେ ସମସ୍ୟା
- ଆଖିକୁ ଭଲ ଭାବେ ଦେଖାନଯିବା
- ଚାଲିବା ସମୟରେ ହଠାତ୍ ପଡିଯିବା
- ମାଂସପେଶୀ ଯନ୍ତ୍ରଣା
ଏହି ଲକ୍ଷଣ ଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏକ ରିପୋର୍ଟ ଅନୁଯାୟୀ, ଅସୁସ୍ଥତା, ନିଶା ସେବନ ଏବଂ ଅତ୍ୟଧିକ ମଦ୍ୟପାନ ଦ୍ୱାରା ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ ଏହି ଲକ୍ଷଣଗୁଡ଼ିକୁ କେବେବି ଅଣଦେଖା କରାଯିବା ଉଚିତ୍ ନୁହେଁ । ଏହି ଲକ୍ଷଣଗୁଡିକ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ । ଲୋକମାନେ ପ୍ରାୟତଃ ଏଭଳି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି । ଫଳରେ ଏହା ଆଗକୁ ଯାଇ ଏକ ଗମ୍ଭୀର ସମସ୍ୟା ରୂପ ନେଇଥାଏ । ଏହି ରୋଗର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମସ୍ତିଷ୍କ ଟ୍ୟୁମର ପାଇଁ ସର୍ଜରୀ, ବିକିରଣ ଚିକିତ୍ସା ଏବଂ କେମୋଥେରାପି ଚିକିତ୍ସା ବିକଳ୍ପ ହୋଇପାରେ । ମସ୍ତିଷ୍କ ଟ୍ୟୁମର୍ ଏକ ବିପଜ୍ଜନକ ରୋଗ, ଏହି କାରଣରୁ ସର୍ବଦା କର୍କଟ ହେବାର ଭୟ ଥାଏ । ଏହି ରୋଗ ହେଲେ ଶରୀରରେ ଅନ୍ୟାନ୍ୟ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇପାରେ, ଯେପରିକି କହିବାରେ ଅସୁବିଧା ଏବଂ ପକ୍ଷାଘାତ ଇତ୍ୟାଦି । ରୋଗୀମାନଙ୍କର ମଧ୍ୟ ଅସହ୍ୟ ମସ୍ତିଷ୍କ ଯନ୍ତ୍ରଣା ହୋଇଥାଏ । ତେଣୁ ଚିକିତ୍ସା ସହ ସଚେତନତା ଜରୁରୀ
ଏହା ମଧ୍ୟ ପଢନ୍ତୁ: World Food Safety Day 2023: ଖାଦ୍ୟ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନ୍ନତା ଜରୁରୀ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ