ETV Bharat / sukhibhava

କ୍ୟାନ୍ସରରେ ମୃତ୍ୟୁ ହେଉଥିବା 63% ମହିଳାଙ୍କ ମୃତ୍ୟୁ ରୋକାଯାଇ ପାରିବ: ଲାନସେଟ ଷ୍ଟଡି

କ୍ୟାନ୍ସରରେ ମୃତ୍ୟୁ ହେଉଥିବା ଭାରତୀୟ ମହିଳାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଛି । କ୍ୟାନ୍ସରରେ ମୃତ୍ୟୁ ହେଉଥିବା 63% ମହିଳାଙ୍କ ମୃତ୍ୟୁ ରୋକାଯାଇ ପାରିବ ବୋଲି ଲାନସେଟ ଷ୍ଟଡିରେ କୁହାଯାଇଛି । ଅଧିକ ପଢନ୍ତୁ

lancet study on women cancer death
lancet study on women cancer death
author img

By ETV Bharat Odisha Team

Published : Sep 28, 2023, 2:47 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ କ୍ୟାନ୍ସର ଏକ ଜଟିଳ ରୋଗ ଭାବେ ଉଭା ହୋଇଛି ଏହଂ ସମଗ୍ର ବିଶ୍ବରେ ଏହାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ କ୍ଷେତ୍ରରେ କର୍କଟ ବିଷୟରେ ଲାନସେଟ୍ ଅଧ୍ୟୟନରେ କୁହାଯାଇଛି ଯେ, ଏସିଆରେ କର୍କଟ ରୋଗ ହେତୁ ମୃତ୍ୟୁ ହେଉଥିବା ମହିଳାଙ୍କ କ୍ଷେତ୍ରରେ ଭାରତ ଶୀର୍ଷରେ । ଭାରତରେ କ୍ଯାନ୍ସରରେ ମୃତ୍ୟୁ ହୋଉଥିବା ମହିଳାଙ୍କ ମଧ୍ୟକୁ 63 ପ୍ରତିଶତ ରୋକାଯାଇ ପାରିବ । ଅଧ୍ୟୟନରେ କୁହାଯାଇଛି ଯେ ଯଦି ଭାରତରେ ମହିଳାଙ୍କୁ କର୍କଟ ବିଷୟରେ ଏହାର ସଚେତନତା, ଏହାର ଲକ୍ଷଣ ଏବଂ ପ୍ରତିରୋଧ ବିଷୟରେ ସୂଚନା ଦିଆଯାଇପାରନ୍ତା ତେବେ ମୃତ୍ୟୁ ସଂଖ୍ୟାକୁ ରୋକାଯିବା ସମ୍ଭବ ହୋଇଥାଆନ୍ତା । ଉପଯୁକ୍ତ ସମୟରେ ଅଥବା ପ୍ରଥମ ଷ୍ଟେଜର୍ କ୍ୟାନ୍ସର ଚିହ୍ନଟ ହେଲେ ମହିଳାଙ୍କ ମୃତ୍ୟୁକୁ ରୋକାଯିବା ସମ୍ଭବ ହୋଇପାରନ୍ତା ବୋଲି କୁହାଯାଇଛି ।

ଅଧ୍ୟୟନରେ କୁହାଯାଇଛି ଯେ, ଭାରତୀୟ ସମାଜରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା, ସଚେତନତାର ଅଭାବ, ପ୍ରାଥମିକ ସ୍ତରରେ ଯତ୍ନବାନ ନହେବା ଏବଂ ଅଭିଜ୍ଞତା ଅଭାବରୁ କର୍କଟ ରୋଗରେ ମହିଳାଙ୍କ ମୃତ୍ୟୁ ଏକ ଭୟାନକ ସ୍ତରକୁ ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ମୃତ୍ୟୁ ହେଉଥିବା ମହିଳାଙ୍କ ମଧ୍ୟରୁ 6.9 ବିଲିୟନ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା ଏବଂ 4.10 ବିଲିୟନ ମହିଳାଙ୍କୁ ସଠିକ୍ ଚିକିତ୍ସା କରାଯାଇ ପାରିଥାନ୍ତା । ପ୍ରକାଶଥାଉକି, ଭାରତରେ ଗର୍ଭାଶୟ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ।

ଏହା ମଧ୍ୟ ପଢନ୍ତୁ: ପ୍ରତି 4ମିନିଟରେ ଜଣେ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ: ରିସର୍ଚ୍ଚ

ଅଧ୍ୟୟନରେ ସ୍ଥାନ ପାଇଛି ମୁମ୍ବାଇର ଜଣେ କ୍ୟାନ୍ସର ପୀଡିତାଙ୍କ କାହାଣୀ: ଲାନସେଟ୍ ଅଧ୍ୟୟନରେ ମୁମ୍ବାଇର କର୍କଟ ରୋଗରେ ଆକ୍ରାନ୍ତ ମହିଳାଙ୍କ ମାମଲାକୁ ଦର୍ଶାଯାଇଛି । ମୁମ୍ବାଇରେ ରହୁଥିବା ଜଣେ ମହିଳା କର୍କଟ ଚିକିତ୍ସାରେ ଦେଶର ଲିଙ୍ଗଗତ ଅସମାନତାର ଏକ ଉଦାହରଣ ପାଲଟିଥିଲେ । ମହିଳା ଜଣକ ନାଲା ସୋପାରାରେ ରହୁଥିବା ବେଳେ ଦୀର୍ଘ ସମୟ ଧରି ମୁଣ୍ଡବିନ୍ଧାର ଶିକାର ହୋଇଥିଲେ କିନ୍ତୁ ସେ କର୍କଟ ରୋଗର ଲକ୍ଷଣ ବିଷୟରେ ଅବଗତ ନଥିଲେ । ମୁଣ୍ଡବିନ୍ଧା ନେଇ ପରିବାର ଲୋକଙ୍କୁ ଅବଗତ କରାଇଥିଲେ ହେଁ କୌଣସି ପ୍ରକାରର ସହଯୋଗ ପାଇନଥିଲେ । ସ୍ଥାନୀୟ ଡାକ୍ତର ମଧ୍ୟ ଏହାର ସଠିକ୍ ପରୀକ୍ଷା କରିବା ପରିବର୍ତ୍ତେ ଏହାକୁ ଆଖି ସମସ୍ୟା ବୋଲି ଘୋଷଣା କରିଥିଲେ । ତେବେ ପରେ କର୍କଟ ବୋଲି ଜଣାପଡିଥିଲା ।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲିଙ୍ଗଗତ ଅସମାନତା ମୁଖ୍ୟ କାରଣ: ଭାରତରେ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା କ୍ୟାନ୍ସରର ମୂଳ କାରଣ ମଧ୍ୟରୁ ଲିଙ୍ଗଗତ ଅସମାନତା ଏକ କାରଣ । ଅଧ୍ୟୟନରେ କୁହାଯାଇଛି ଯେ, ମହିଳାମାନେ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ କେବେ ମଧ୍ୟ ଚିନ୍ତିତ ରୁହନ୍ତି ନାହିଁ । ନିଜ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତି ନାହିଁ । ସ୍ବାସ୍ଥ୍ୟବସ୍ଥା ଖରାପ ରହିଥିଲେ ହେଁ ଧ୍ୟାନ ଦିଅନ୍ତି ନାହିଁ । ଏହା ବ୍ୟତିତ ପାରିବାରିକ ହିଂସା, ଗରିବୀ କାରଣରୁ ମଧ୍ୟ ମହିଳାଙ୍କ ମଧ୍ୟରେ କ୍ୟାନ୍ସର ଚିକିତ୍ସା ସମ୍ଭବ ହୋଇପାରୁ ନାହିଁ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ଅଧ୍ୟୟନ ନୁହେଁ, ଏହା ଏକ ରିସର୍ଚ୍ଚ ଭିତ୍ତିକ ଖବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.